ଅସାଧୁ କର୍ମଚାରୀଙ୍କ ଆଖିରେ ତାମଡା ପାଣ୍ଠି: ଆର୍‌ଏସିପି ଅର୍ଥ ଲୁଟିବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୨୭।୪- ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଡେଭଲପମେଣ୍ଟ ଅଥରିଟି (ତାମଡା) ପାଣ୍ଠିରେ ପଡ଼ିଛି କେତେଜଣ ଅସାଧୁ କର୍ମଚାରୀଙ୍କ ନଜର। ଆର୍‌ଏସିପି (ରିଭାଇଜଡ ଆସ୍ୟୁୟର କ୍ୟାରିୟର ପ୍ରୋଗ୍ରେଶନ) ଅର୍ଥ ପାଇବାକୁ ସରକାରୀ ଅନୁମୋଦନ ମିଳି ନ ଥିଲେ ହେଁ ପାଣ୍ଠିରେ ଥିବା ଅର୍ଥକୁ କେତେଜଣ କର୍ମଚାରୀ ହଡ଼ପ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ଉଠିଛି। ଏପରି ହେଲେ ତାମଡା ପାଣ୍ଠିରୁ ପାଖାପାଖି କୋଟିଏ ଟଙ୍କାର କ୍ଷତି ହେବ ବୋଲି ଚର୍ଚ୍ଚା ହେଉଛି।

ଅନୁଗୋଳ ତାମଡା ଏକ  ସ୍ବୟଂଶାସିତ ଅନୁଷ୍ଠାନ ହୋଇଥିବାବେଳେ ଏଥିରେ ୧୬ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କର୍ମଚାରୀ ନିକଟରେ କାର୍ଯ୍ୟରୁ ଅବ୍ୟାହତି ନେବେ। ସରକାରଙ୍କ ଗ୍ୟାଜେଟ୍‌ ନୋଟିସ ସଂଖ୍ୟା ୨୭୨/୧୮ା୨ା୨୦୧୩ ଅନୁଯାୟୀ ସରକାରୀ ଚାକିରି କରି ପଦୋନ୍ନତି ପାଇ ନ ଥିବା କର୍ମଚାରୀଙ୍କୁ ଆରଏସିପି ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସମ୍ପୃକ୍ତ କର୍ମଚାରୀ ୧୦ ବର୍ଷ, ୨୦ ବର୍ଷ କିମ୍ବା ୩୦ ବର୍ଷ ଉକ୍ତ ପଦବୀରେ ରହି କାର୍ଯ୍ୟ କରିଥିବେ। ହେଲେ ସ୍ବୟଂଶାସିତ ଅନୁଷ୍ଠାନଗୁଡିକ ପାଇଁ ଏହି ନିୟମ ଆପେ ଆପେ ଲାଗୁ ହୋଇ ନ ଥାଏ। ପ୍ରଥମେ ଉକ୍ତ ସ୍ବୟଂଶାସିତ ବଡିର ବୈଠକ ବସିବ। ବୈଠକରେ ସ୍ବୟଂଶାସିତ ସଂସ୍ଥା କେତେ ଆର୍ଥତ୍କ ସ୍ବଚ୍ଛଳ ରହିଛି ତାହାର ତର୍ଜମା କରାଯିବ। ସଂସ୍ଥାରେ ଥିବା ଅର୍ଥ କର୍ମଚାରୀଙ୍କୁ ପ୍ରଦାନ କରାଯିବା ପାଇଁ ମଞ୍ଜୁର ହେବା ପରେ ସରକାରଙ୍କ ନିକଟକୁ ଉକ୍ତ ରିଜୋଲ୍ୟୁଶନ ପଠଯିବ। ସରକାର ରିଜୋଲ୍ୟୁଶନ ପାସ୍‌ କରିବା ପରେ କର୍ମଚାରୀମାନଙ୍କୁ ଆର୍‌ଏସିପି ଟଙ୍କା ପ୍ରଦାନ କରାଯିବ। ୨୦୧୩ରୁ ଲାଗୁ କରାଯାଇଥିବା ଏରିୟର ଟଙ୍କା ସେମାନଙ୍କୁ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ ପ୍ରଦାନ କରାଯିବ। ବୋର୍ଡ ବୈଠକ ଉକ୍ତ ସମୟରେ ନିଜ ସଂସ୍ଥାରେ କେତେ ଟଙ୍କା ରହିଛି ତାହା ହିସାବ କରିବା ପରେ କିସ୍ତି ଅନୁଯାୟୀ ଟଙ୍କା ଦିଆଯିବ ବୋଲି ନିୟମ ରହିଛି। କିନ୍ତୁ ତାମଡାରେ ତାହାର ଓଲଟା ଛବି ଦେଖିବାକୁ ମିଳିଛି। ତାମଡା ହାଇଲେଭଲ ବୋର୍ଡର ୯ ଜଣ ସଦସ୍ୟ, ସଂସ୍ଥାର ଚେୟାରମ୍ୟାନ, ତତ୍କାଳୀନ ଜିଲାପାଳ, ତତ୍କାଳୀନ ତାମଡା ସିଚିବ, ପ୍ଲାନିଂ ମେମ୍ବର, ଇଞ୍ଜିନିୟରିଂ ମେମ୍ବର, ଫାଇନାନ୍ସ ମେମ୍ବର, ଅର୍ବାନ ଡେଭେଲପମେଣ୍ଟ ସଚିବଙ୍କ ପ୍ରତିନିଧି ପ୍ରମୁଖଙ୍କ ଉପସ୍ଥିତିରେ ପୂର୍ବରୁ ବସିଥିବା ବୈଠକରେ କର୍ମଚାରୀଙ୍କୁ ଆରଏସିପି ଟଙ୍କା ପ୍ରଦାନ ପାଇଁ ମଞ୍ଜୁର କରାଯିବା ପରେ ସରକାରଙ୍କ ନିକଟକୁ ଉକ୍ତ ଫାଇଲ ପଠାଯାଇଛି। ତେବେ ସରକାରଙ୍କ ନିକଟରୁ ଏ ବାବଦରେ କୌଣସି ଅନୁମୋଦନ ଆସି ନ ଥିଲେ ହେଁ କେତେଜଣ କର୍ମଚାରୀ ଅବସର ପୂର୍ବରୁ ପାଣ୍ଠିରୁ ଟଙ୍କା ନେବା ପାଇଁ ମସୁଧା ଚଳାଇଥିବା ଅଭିଯୋଗ ଉଠିଛି।

ଏ ସମ୍ପର୍କରେ ଜିଲାପାଳ ତଥା ତାମଡାର ଭାଇସ ଚେୟାରମ୍ୟାନ ମନୋଜ କୁମାର ମହାନ୍ତି କୁହନ୍ତି, ଆରଏସିପି ଟଙ୍କା ପାଇଁ ହାଉସିଂ ଅର୍ବାନ୍‌ ଡେଭଲପମେଣ୍ଟ ବିଭାଗ (ଏଚ୍‌ ଆଣ୍ଡ ୟୁଡି) ଅନୁମୋଦନ ନ ଦେଲେ କର୍ମଚାରୀଙ୍କୁ ଉକ୍ତ ଟଙ୍କା ମିଳିପାରିବ ନାହିଁ। ଯଦି ଅନୁଗୋଳରେ ଏପରି କିଛି ହେଉଥିବ ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ତାମଡା ସଚିବ ତଥା ଫାଇନାନ୍ସ ସଦସ୍ୟ ବିଚିତ୍ରା ନନ୍ଦ ନାୟକଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ସରକାରଙ୍କ ନିକଟକୁ ଫାଇଲ ପଠାଯାଇଛି। ତେବେ ଯଦି ଅର୍ଥ ହଡ଼ପ ଚକ୍ରାନ୍ତ ଅଭିଯୋଗ ଉଠୁଛି ବିନା ସରକାରୀ ଅନୁମୋଦନରେ ଟଙ୍କାଟିଏ ବି କାହାରିକୁ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଇନଷ୍ଟାଗ୍ରାମ ଆଇଡି ହ୍ୟାକ୍ କରି ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଧରାପଡିବା ପରେ…..

ଆନନ୍ଦପୁର,୬ା୧୦(ସୁଶାନ୍ତ କୁମାର ସାହୁ ): ଇନଷ୍ଟାଗ୍ରାମ ଆଇଡି ହ୍ୟାକ କରି ଜଣେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରିବା ଅଭିଯୋଗରେ ଘଷିପୁରା ପୋଲିସ ଜଣେ ଯୁବକକୁ ଗିରଫ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?