ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର, ୩ ଦିନ ଧରି ଥିଲେ ନିଖୋଜ

ଅମରପାଲି,୨୪।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତର ବୀରସିଙ୍ଗପୁର ଗ୍ରାମ୍ୟ ଜଙ୍ଗଲରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ବୀରସିଙ୍ଗପୁର ଗ୍ରାମର ଚମରୁ ପଧାନଙ୍କ ପୁଅ ଚନ୍ଦନ ପଧାନ (୧୮)।

ସୂଚନା ଅନୁଯାୟୀ, ମଙ୍ଗଳବାର କେତେକ ସ୍ଥାନୀୟ ବ୍ୟକ୍ତି ଜଙ୍ଗଲକୁ ଯାଇଥିବା ବେଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ। ଏନେଇ ଖବର ପ୍ରଚାର ହେବା ପରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ଚନ୍ଦନଙ୍କର ବୋଲି ଚିହ୍ନଟ କରିଥିଲେ । ଚନ୍ଦନ କିଛି ଦିନ ହେବ ନିଖୋଜ ଥିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ । ଗତ ୨୧ ତାରିଖରୁ ସେ ନିଖୋଜ ଥିବା ନେଇ ତାଙ୍କ ବାପା ଚମରୁ ପଧାନଙ୍କ ଲିଖିତ ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା।

ଖବର ପାଇ ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଥିବା ବେଳେ ପୋଲିସର ତଦନ୍ତ ଓ ବ୍ୟବଚ୍ଛେଦ ରିପୋର୍ଟ ଉପରେ ସମସ୍ତଙ୍କ ନଜର ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ଡାକ ପାର୍ସଲ ଗାଡ଼ି ଧକ୍କାରେ ୨ ସାଙ୍ଗ ମୃତ

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ଏକ ଡାକ ପାର୍ସଲ ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର…

ଚାଷଜମିରେ କୁମ୍ଭୀର-ମହିଳା ମୁହାଁମୁହିଁ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାକାଳପଡ଼ା,୨୪।୧୧:କେନ୍ଦ୍ରାପଡ଼ା ଜିଲାର ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ଦେଖିବାକୁ ମିଳିଛି। ନଦୀନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଥିବା ବେଳେ ଏବେ ଜଣେ ବୃଦ୍ଧା ମହିଳା…

‘ତିଳକ’ରେ ଜ୍ୱାଇଁଙ୍କୁ ଉପହାରରେ ଶ୍ୱଶୁର ଦେଲେ ୩ କୋଟି ଟଙ୍କା ମୂଲ୍ୟର Defender ଗାଡ଼ି ,୧୨ ବିଘା ଜମିରେ ଏକ ଅଶ୍ୱଶାଳା, ଏବେ ହେଉଛି ଖୁବ ଚର୍ଚ୍ଚା

ପାଟନା,୨୪।୧୧: ବିହାର ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ତଥା ‘ଛୋଟେ ସରକାର’ ଭାବେ ପରିଚିତ ଅନନ୍ତ ସିଂହ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି; ତେବେ ଏହାର କାରଣ ରାଜନୀତି…

ଦ୍ୱିତୀୟ ଟେଷ୍ଟ ପାଇଁ ଗିଲ୍‌ଙ୍କ ୩ଟି ବଡ଼ ପରିବର୍ତ୍ତନ: କାହାକୁ ଦେବେ ସୁଯୋଗ, କିଏ ହେବେ ବିଦା… ଜାଣନ୍ତୁ

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ନଭେମ୍ବର ୨୭ରୁ ଏହି ମୁକାବିଲା ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଟିମ…

୭୫ ବର୍ଷରେ ବର ସାଜିବେ କହ୍ନେୟାଲାଲ: ସବିନାଙ୍କ ହାତ ଧରିବେ

ବିଲାସପୁର,୨୪।୧: ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ ଏକ ବୃଦ୍ଧାଶ୍ରମରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ୭୫ ବର୍ଷ ବୟସରେ ବର ସାଜିବେ କହ୍ନେୟାଲାଲ। ତାଙ୍କର ୬୩…

ଜବରଦସ୍ତ କ୍ୟାଚ! ଏମିତି କ୍ୟାଚ ଧରିଲେ ଅଭିଷେକ ଶର୍ମା ଭାଇରାଲ ହେଉଛି ଭିଡିଓ, ପ୍ରଶଂସକ କହୁଛନ୍ତି…

ନୂଆଦିଲ୍ଲୀ,୨୪।୧୧: ଭାରତୀୟ ତାରକା ବାମହାତୀ ବ୍ୟାଟର ଅଭିଷେକ ଶର୍ମା ଏକ ଚମତ୍କାର କ୍ୟାଚ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ‘ଏସିସି (ACC) ପୁରୁଷ ଏସିଆ କପ ରାଇଜିଂ…

ଆ କା ମା ବୈ…କାର୍ତ୍ତିକ ପୂର୍ଣ୍ଣିମାରେ ବଲାଙ୍ଗୀରରେ ଡଙ୍ଗା ଭସା, ପୁଷ୍କରିଣୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ବିଭିନ୍ନ ପୁଷ୍କରିଣୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ମଙ୍ଗଳବାର ବଲାଙ୍ଗୀର ନରସିଂହ ମନ୍ଦିର…

ପଞ୍ଜାବରେ ପୁଣି ଏକାଠି ହେଲେ ଭାଜପା-ଅକାଳୀ ଦଳ, ଅମିତ ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ବାଚନ ଲଢ଼ିବେ। ମେଣ୍ଟ ନେଇ ନିଜେ ଭାଜପା ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?