ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ଡାକ ପାର୍ସଲ ଗାଡ଼ି ଧକ୍କାରେ ୨ ସାଙ୍ଗ ମୃତ

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ଏକ ଡାକ ପାର୍ସଲ ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର ଏନଏଚ୍-୨୬ର ହୀରାପୁର ଛକ ନିକଟରେ ।

ସୂଚନା ଅନୁସାରେ, ଗୁଡ଼ଭେଲା ବ୍ଲକ କର୍ଲାଖମନ ଗାଁର ସଞ୍ଜୟ ଦତ୍ତ ବଗର୍ତି ଏବଂ ଉଜ୍ଜ୍ୱଳ ଭୋଇ ସୋମବାର ସନ୍ଧ୍ୟାରେ ଏକ ବାଇକ୍ ଯୋଗେ ଲୋଇସିଂହା ପଟରୁ ବଲାଙ୍ଗୀର ଅଭିମୁଖେ ଆସୁଥିଲେ । ଏହି ସମୟରେ ଝାଡ଼ଖଣ୍ଡ ନମ୍ବର ଥିବା ଏକ ଡାକ ପାର୍ସଲ ଗାଡ଼ି ସେମାନଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଅନ୍ୟ ଜଣଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ପୋଷ୍ଟମର୍ଟମ କରିବାକୁ ପ୍ରଥମେ ଅରାଜି ହୋଇଥିଲେ । ପରେ ଲୋଇସିଂହା ପୋଲିସ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଦୁଇ ଯୁବକଙ୍କ ମୃତ୍ୟୁ ପରେ ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରାଯାଇଛି । ସେପଟେ ଦୁର୍ଘଟଣା ଘଟାଇଥିବା ଡାକ ପାର୍ସଲ ଗାଡ଼ିର ଡ୍ରାଇଭରଙ୍କୁ ଅଟକ ରଖିଛି ଲୋଇସିଂହା ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କୁମ୍ଭୀର-ମହିଳା ମୁହାଁମୁହିଁ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାକାଳପଡ଼ା,୨୪।୧୧:କେନ୍ଦ୍ରାପଡ଼ା ଜିଲାର ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ଦେଖିବାକୁ ମିଳିଛି। ନଦୀନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଥିବା ବେଳେ ଏବେ ଜଣେ ବୃଦ୍ଧା ମହିଳା…

‘ତିଳକ’ରେ ଜ୍ୱାଇଁଙ୍କୁ ଉପହାରରେ ଶ୍ୱଶୁର ଦେଲେ ୩ କୋଟି ଟଙ୍କା ମୂଲ୍ୟର Defender ଗାଡ଼ି ,୧୨ ବିଘା ଜମିରେ ଏକ ଅଶ୍ୱଶାଳା, ଏବେ ହେଉଛି ଖୁବ ଚର୍ଚ୍ଚା

ପାଟନା,୨୪।୧୧: ବିହାର ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ତଥା ‘ଛୋଟେ ସରକାର’ ଭାବେ ପରିଚିତ ଅନନ୍ତ ସିଂହ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି; ତେବେ ଏହାର କାରଣ ରାଜନୀତି…

ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର, ୩ ଦିନ ଧରି ଥିଲେ ନିଖୋଜ

ଅମରପାଲି,୨୪।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତର ବୀରସିଙ୍ଗପୁର ଗ୍ରାମ୍ୟ ଜଙ୍ଗଲରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି…

ଦ୍ୱିତୀୟ ଟେଷ୍ଟ ପାଇଁ ଗିଲ୍‌ଙ୍କ ୩ଟି ବଡ଼ ପରିବର୍ତ୍ତନ: କାହାକୁ ଦେବେ ସୁଯୋଗ, କିଏ ହେବେ ବିଦା… ଜାଣନ୍ତୁ

ନୂଆଦିଲ୍ଲୀ, ୨୪।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବ। ନଭେମ୍ବର ୨୭ରୁ ଏହି ମୁକାବିଲା ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଟିମ…

୭୫ ବର୍ଷରେ ବର ସାଜିବେ କହ୍ନେୟାଲାଲ: ସବିନାଙ୍କ ହାତ ଧରିବେ

ବିଲାସପୁର,୨୪।୧: ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ ଏକ ବୃଦ୍ଧାଶ୍ରମରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ୭୫ ବର୍ଷ ବୟସରେ ବର ସାଜିବେ କହ୍ନେୟାଲାଲ। ତାଙ୍କର ୬୩…

ଜବରଦସ୍ତ କ୍ୟାଚ! ଏମିତି କ୍ୟାଚ ଧରିଲେ ଅଭିଷେକ ଶର୍ମା ଭାଇରାଲ ହେଉଛି ଭିଡିଓ, ପ୍ରଶଂସକ କହୁଛନ୍ତି…

ନୂଆଦିଲ୍ଲୀ,୨୪।୧୧: ଭାରତୀୟ ତାରକା ବାମହାତୀ ବ୍ୟାଟର ଅଭିଷେକ ଶର୍ମା ଏକ ଚମତ୍କାର କ୍ୟାଚ ଧରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି। ‘ଏସିସି (ACC) ପୁରୁଷ ଏସିଆ କପ ରାଇଜିଂ…

ଆ କା ମା ବୈ…କାର୍ତ୍ତିକ ପୂର୍ଣ୍ଣିମାରେ ବଲାଙ୍ଗୀରରେ ଡଙ୍ଗା ଭସା, ପୁଷ୍କରିଣୀ ଘାଟରେ ଶ୍ରଦ୍ଧାଳୁଙ୍କ ଭିଡ଼

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ସହରବାସୀ ସହରରେ ଥିବା ବିଭିନ୍ନ ପୁଷ୍କରିଣୀମାନଙ୍କରେ ଡଙ୍ଗା ଭସାଇଛନ୍ତି । ମଙ୍ଗଳବାର ବଲାଙ୍ଗୀର ନରସିଂହ ମନ୍ଦିର…

ପଞ୍ଜାବରେ ପୁଣି ଏକାଠି ହେଲେ ଭାଜପା-ଅକାଳୀ ଦଳ, ଅମିତ ଶାହାଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୪।୧୧: ପଞ୍ଜାବ ବିଧାନସଭା ନିର୍ବାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ବାଚନ ଲଢ଼ିବେ। ମେଣ୍ଟ ନେଇ ନିଜେ ଭାଜପା ଅଧ୍ୟକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?