ଅସାଧୁ କର୍ମଚାରୀଙ୍କ ଆଖିରେ ତାମଡା ପାଣ୍ଠି: ଆର୍‌ଏସିପି ଅର୍ଥ ଲୁଟିବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୨୭।୪- ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଡେଭଲପମେଣ୍ଟ ଅଥରିଟି (ତାମଡା) ପାଣ୍ଠିରେ ପଡ଼ିଛି କେତେଜଣ ଅସାଧୁ କର୍ମଚାରୀଙ୍କ ନଜର। ଆର୍‌ଏସିପି (ରିଭାଇଜଡ ଆସ୍ୟୁୟର କ୍ୟାରିୟର ପ୍ରୋଗ୍ରେଶନ) ଅର୍ଥ ପାଇବାକୁ ସରକାରୀ ଅନୁମୋଦନ ମିଳି ନ ଥିଲେ ହେଁ ପାଣ୍ଠିରେ ଥିବା ଅର୍ଥକୁ କେତେଜଣ କର୍ମଚାରୀ ହଡ଼ପ କରିବାକୁ ମସୁଧା ଚଳାଇଥିବା ଅଭିଯୋଗ ଉଠିଛି। ଏପରି ହେଲେ ତାମଡା ପାଣ୍ଠିରୁ ପାଖାପାଖି କୋଟିଏ ଟଙ୍କାର କ୍ଷତି ହେବ ବୋଲି ଚର୍ଚ୍ଚା ହେଉଛି।

ଅନୁଗୋଳ ତାମଡା ଏକ  ସ୍ବୟଂଶାସିତ ଅନୁଷ୍ଠାନ ହୋଇଥିବାବେଳେ ଏଥିରେ ୧୬ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ କର୍ମଚାରୀ ନିକଟରେ କାର୍ଯ୍ୟରୁ ଅବ୍ୟାହତି ନେବେ। ସରକାରଙ୍କ ଗ୍ୟାଜେଟ୍‌ ନୋଟିସ ସଂଖ୍ୟା ୨୭୨/୧୮ା୨ା୨୦୧୩ ଅନୁଯାୟୀ ସରକାରୀ ଚାକିରି କରି ପଦୋନ୍ନତି ପାଇ ନ ଥିବା କର୍ମଚାରୀଙ୍କୁ ଆରଏସିପି ଅର୍ଥ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସମ୍ପୃକ୍ତ କର୍ମଚାରୀ ୧୦ ବର୍ଷ, ୨୦ ବର୍ଷ କିମ୍ବା ୩୦ ବର୍ଷ ଉକ୍ତ ପଦବୀରେ ରହି କାର୍ଯ୍ୟ କରିଥିବେ। ହେଲେ ସ୍ବୟଂଶାସିତ ଅନୁଷ୍ଠାନଗୁଡିକ ପାଇଁ ଏହି ନିୟମ ଆପେ ଆପେ ଲାଗୁ ହୋଇ ନ ଥାଏ। ପ୍ରଥମେ ଉକ୍ତ ସ୍ବୟଂଶାସିତ ବଡିର ବୈଠକ ବସିବ। ବୈଠକରେ ସ୍ବୟଂଶାସିତ ସଂସ୍ଥା କେତେ ଆର୍ଥତ୍କ ସ୍ବଚ୍ଛଳ ରହିଛି ତାହାର ତର୍ଜମା କରାଯିବ। ସଂସ୍ଥାରେ ଥିବା ଅର୍ଥ କର୍ମଚାରୀଙ୍କୁ ପ୍ରଦାନ କରାଯିବା ପାଇଁ ମଞ୍ଜୁର ହେବା ପରେ ସରକାରଙ୍କ ନିକଟକୁ ଉକ୍ତ ରିଜୋଲ୍ୟୁଶନ ପଠଯିବ। ସରକାର ରିଜୋଲ୍ୟୁଶନ ପାସ୍‌ କରିବା ପରେ କର୍ମଚାରୀମାନଙ୍କୁ ଆର୍‌ଏସିପି ଟଙ୍କା ପ୍ରଦାନ କରାଯିବ। ୨୦୧୩ରୁ ଲାଗୁ କରାଯାଇଥିବା ଏରିୟର ଟଙ୍କା ସେମାନଙ୍କୁ ବୋର୍ଡ ବୈଠକରେ ନିଷ୍ପତ୍ତି ଅନୁଯାୟୀ ପ୍ରଦାନ କରାଯିବ। ବୋର୍ଡ ବୈଠକ ଉକ୍ତ ସମୟରେ ନିଜ ସଂସ୍ଥାରେ କେତେ ଟଙ୍କା ରହିଛି ତାହା ହିସାବ କରିବା ପରେ କିସ୍ତି ଅନୁଯାୟୀ ଟଙ୍କା ଦିଆଯିବ ବୋଲି ନିୟମ ରହିଛି। କିନ୍ତୁ ତାମଡାରେ ତାହାର ଓଲଟା ଛବି ଦେଖିବାକୁ ମିଳିଛି। ତାମଡା ହାଇଲେଭଲ ବୋର୍ଡର ୯ ଜଣ ସଦସ୍ୟ, ସଂସ୍ଥାର ଚେୟାରମ୍ୟାନ, ତତ୍କାଳୀନ ଜିଲାପାଳ, ତତ୍କାଳୀନ ତାମଡା ସିଚିବ, ପ୍ଲାନିଂ ମେମ୍ବର, ଇଞ୍ଜିନିୟରିଂ ମେମ୍ବର, ଫାଇନାନ୍ସ ମେମ୍ବର, ଅର୍ବାନ ଡେଭେଲପମେଣ୍ଟ ସଚିବଙ୍କ ପ୍ରତିନିଧି ପ୍ରମୁଖଙ୍କ ଉପସ୍ଥିତିରେ ପୂର୍ବରୁ ବସିଥିବା ବୈଠକରେ କର୍ମଚାରୀଙ୍କୁ ଆରଏସିପି ଟଙ୍କା ପ୍ରଦାନ ପାଇଁ ମଞ୍ଜୁର କରାଯିବା ପରେ ସରକାରଙ୍କ ନିକଟକୁ ଉକ୍ତ ଫାଇଲ ପଠାଯାଇଛି। ତେବେ ସରକାରଙ୍କ ନିକଟରୁ ଏ ବାବଦରେ କୌଣସି ଅନୁମୋଦନ ଆସି ନ ଥିଲେ ହେଁ କେତେଜଣ କର୍ମଚାରୀ ଅବସର ପୂର୍ବରୁ ପାଣ୍ଠିରୁ ଟଙ୍କା ନେବା ପାଇଁ ମସୁଧା ଚଳାଇଥିବା ଅଭିଯୋଗ ଉଠିଛି।

ଏ ସମ୍ପର୍କରେ ଜିଲାପାଳ ତଥା ତାମଡାର ଭାଇସ ଚେୟାରମ୍ୟାନ ମନୋଜ କୁମାର ମହାନ୍ତି କୁହନ୍ତି, ଆରଏସିପି ଟଙ୍କା ପାଇଁ ହାଉସିଂ ଅର୍ବାନ୍‌ ଡେଭଲପମେଣ୍ଟ ବିଭାଗ (ଏଚ୍‌ ଆଣ୍ଡ ୟୁଡି) ଅନୁମୋଦନ ନ ଦେଲେ କର୍ମଚାରୀଙ୍କୁ ଉକ୍ତ ଟଙ୍କା ମିଳିପାରିବ ନାହିଁ। ଯଦି ଅନୁଗୋଳରେ ଏପରି କିଛି ହେଉଥିବ ତେବେ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। ତାମଡା ସଚିବ ତଥା ଫାଇନାନ୍ସ ସଦସ୍ୟ ବିଚିତ୍ରା ନନ୍ଦ ନାୟକଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ସରକାରଙ୍କ ନିକଟକୁ ଫାଇଲ ପଠାଯାଇଛି। ତେବେ ଯଦି ଅର୍ଥ ହଡ଼ପ ଚକ୍ରାନ୍ତ ଅଭିଯୋଗ ଉଠୁଛି ବିନା ସରକାରୀ ଅନୁମୋଦନରେ ଟଙ୍କାଟିଏ ବି କାହାରିକୁ ଦିଆଯିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri