ଅଳିଆ ସଫା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦି ସରକାରଙ୍କ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ସଦା ଜାରି ରହିଛି। ନିକଟରେ ପାର୍ଲାମେଣ୍ଟରେ ପ୍ରଦତ୍ତ ସୂଚନା ଅନୁସାରେ ଗତ ପାଞ୍ଚବର୍ଷ ଭିତରେ ଦୁର୍ନୀତି କରିଥିବା ଅଭିଯୋଗରେ ସରକାର ଦୁଇଜଣ ଆଇଏଏସ୍‌ ଅଫିସରଙ୍କୁ ଚାକିରିରୁ ବରଖାସ୍ତ କରିଥିବା ବେଳେ ନଅଜଣ ଆଇପିଏସ୍‌ ଅଫିସରଙ୍କୁ ନିଲମ୍ବିତ କରିଛନ୍ତି। ତା’ଛଡ଼ା କେନ୍ଦ୍ର ସରକାର ୨୩ ଜଣ ଆଇଏଏସ୍‌ ଅଫିସର ଓ ୪ ଜଣ ଆଇପିଏସ୍‌ ଅଫିସରଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମକଦ୍ଦମା ଚଳାଇବା ପାଇଁ ଅନୁମତି ଦେଇଛନ୍ତି। ପ୍ରଶାସନରେ ଚାଲିଥିବା ଏହି ଦୁର୍ନୀତି ବିରୋଧୀ ଅଭିଯାନ ହେଉଛି ଜନସ୍ବାର୍ଥ ଦୃଷ୍ଟିରୁ ଅମଲାତନ୍ତ୍ରରେ ସଂସ୍କାର ଆଣିବା ପାଇଁ ମୋଦି ସରକାରଙ୍କ ସଂକଳ୍ପର ଏକ ଅଂଶବିଶେଷ। ଏହା ପୂର୍ବରୁ ଚଳିତବର୍ଷ ଦୁର୍ନୀତି ଓ ଲାଞ୍ଚ ମାମଲାରେ ସରକାର ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ର ୨୭ ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ଏଭଳି ଗୁରୁତର ଅଭିଯୁକ୍ତ ବାବୁମାନଙ୍କ ବିରୋଧରେ ପୂର୍ବରୁ ଅନ୍ୟ କୌଣସି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବେଳେ ଏହା ଉଚ୍ଚ କ୍ଷମତାରେ ଥିବା ବାବୁ ମହଲରେ ଏକ ପ୍ରକାର ଆତଙ୍କ ଖେଳାଇଦେଇଛି। ଟିକସ ବାବୁଙ୍କଠାରୁ ଏହା ଆରମ୍ଭ ହୋଇଥିବା ବେଳେ ସମୟକ୍ରମେ ଅନ୍ୟ ସେବାର ବାବୁମାନଙ୍କୁ ବି ଅନୁରୂପ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ। ବାବୁମାନେ ଆଜିଯାଏ ଏପରି ଯାଞ୍ଚର ସମ୍ମୁଖୀନ ହୋଇ ନ ଥିବାରୁ ଏବେ ସେମାନେ ଭୀତତ୍ରସ୍ତ ହୋଇପଡ଼ିବା ସ୍ବାଭାବିକ। ମୋଦି ସରକାର ଯେଭଳି ଅଭୂତପୂର୍ବ ଭାବେ ଆଇନକୁ କାର୍ଯ୍ୟକାରୀ କରୁଛନ୍ତି, ତାହା ଅନ୍ୟମାନଙ୍କୁ ଏକ ଚେତାବନୀମୂଳକ ବାର୍ତ୍ତା ଦେଉଛି। ବାସ୍ତବରେ ଏହା ହେଉଛି ଏକ ସ୍ବଚ୍ଛ ସରକାର।
ପ୍ରତିରକ୍ଷା ବାବୁ ଚିନ୍ତିତ
ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌) ବା ତିନି ସାମରିକ ବାହିନୀର ମୁଖ୍ୟ ଭାବେ ଏକ ନୂଆ ପଦବୀ ସୃଷ୍ଟି କରାଯାଇ ଖୁବ୍‌ଶୀଘ୍ର ସେଥିରେ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ବ୍ୟାପକଭାବେ ସବୁ ସ୍ତରରୁ ସ୍ବାଗତ କରାଯାଇଛି। ତିନିବାହିନୀର ମୁଖ୍ୟମାନେ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱ ତୁଲାଇବାକୁ ଥିବାବେଳେ ସିଡିଏସ୍‌ ହେବେ ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖ୍ୟ ଉପଦେଷ୍ଟା ଏବଂ ସେ ପଦାତିକ ବାହିନୀ, ଆକାଶ ବାହିନୀ ଓ ନୌବାହିନୀ ମଧ୍ୟରେ ସମନ୍ବୟ ରକ୍ଷା କରିବେ। କିନ୍ତୁ ସରକାରଙ୍କର ଗୋଟିଏ ଶାଖା ଏ ଖବରରେ ଅସୁଖୀ ଥିବା ଜଣାପଡ଼ିଛି। ବାବୁମାନଙ୍କର ଗୋଟିଏ ଗୋଷ୍ଠୀ (ନାମହୀନ) ଟୁଇଟରରେ ଏହାକୁ ବିରୋଧ କରିବା ସହ ଏହା ବିରୋଧରେ ଆପ୍ରାଣ ଲଢ଼େଇ କରିବାକୁ କହିଛନ୍ତି। ତେବେ ସେମାନେ ସିଡିଏସ୍‌ ପଦବୀ ସୃଷ୍ଟିକୁ ବିରୋଧ କରିନାହାନ୍ତି, କିନ୍ତୁ ଏହାଦ୍ୱାରା ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ପ୍ରତିରକ୍ଷା ସଚିବଙ୍କ ପଦବୀର ଗୁରୁତ୍ୱ ହ୍ରାସ ପାଇବ ବୋଲି ଆଶଙ୍କା କରିଛନ୍ତି। ସିଡିଏସ୍‌ ନିଯୁକ୍ତି ପରେ ତାଙ୍କର ଏକଚାଟିଆ କାରବାର ଆଉ ଚାଲିପାରିବ ନାହିଁ। ଆଇଏଏସ୍‌ ବିରାଦର ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଉପରୁ ନିଜର ଦଖଲ ହରାଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୋଦି ସରକାର ଅନେକ ବରିଷ୍ଠ ପଦବୀରେ ଅଣଆଇଏଏସ୍‌ ବାବୁମାନଙ୍କୁ ନିଯୁକ୍ତି ଦେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨୦ରୁ ଅଧିକ ଯୁଗ୍ମସଚିବସ୍ତରୀୟ ପଦବୀରେ ଅଣଆଇଏଏସ୍‌ ବାବୁ ନିଯୁକ୍ତି ପାଇଛନ୍ତି। ସିଡିଏସ୍‌ ପଦବୀର ପ୍ରବର୍ତ୍ତନ ହେବା ପରେ ଏହି ପଦବୀରେ ତିନିବାହିନୀର ବରିଷ୍ଠ ବାବୁମାନଙ୍କ ମଧ୍ୟରୁ ହିଁ ଜଣଙ୍କୁ ନିଯୁକ୍ତି ମିଳିବ, ସେଥିରେ କୌଣସି ଆଇଏଏସ୍‌ ଅଫିସର ନିଯୁକ୍ତି ପାଇପାରିବେ ନାହିଁ ବୋଲି ସେମାନେ ମନେକରୁଛନ୍ତି। ସିଡିଏସ୍‌ଙ୍କ ଭୂମିକା ଓ ଦାୟିତ୍ୱ କ’ଣ ହେବ, ତାହା ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ଆଶା କରାଯାଉଛି ଆଇଏଏସ୍‌ ଲବି ଚେଷ୍ଟା କରିବେ ଯେପରି ସିଡିଏସ୍‌ ପ୍ରଶାସନିକ ବାବୁମାନଙ୍କ କ୍ଷେତ୍ରାଧିକାର ଦଖଲ ନ କରନ୍ତି।
ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ
ମୋଦି ସରକାର ପୁଣିଥରେ ସୁପରିଣ୍ଟେଣ୍ଡେଣ୍ଟ ପାହ୍ୟାର ୨୨ ଜଣ ଟିକସ ବାବୁଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କେନ୍ଦ୍ର ପରୋକ୍ଷ କର ଓ ବହିଃଶୁଳ୍କ ପରିଷଦ (ସିବିଆଇସି) କହିଛି ଯେ, ଜନସ୍ବାର୍ଥରେ ଦୁର୍ନୀତି ଅଭିଯୋଗରେ ଏହି ବାବୁମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ପ୍ରାୟ ଦୁଇମାସ ତଳେ ଅନୁରୂପ ଅଭିଯୋଗରେ ୧୨ ଜଣ ସିବିଡିଟି ଅଫିସରଙ୍କ ସମେତ ୨୭ ଜଣ ଉଚ୍ଚପାହ୍ୟାର ଆଇଆର୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା। ଉକ୍ତ ବାବୁମାନଙ୍କ ବିରୋଧରେ ଅନଧିକାର ତଲାସି ନେବା ଓ ଲାଞ୍ଚ ଗ୍ରହଣ କରିବା ନେଇ ଅଭିଯୋଗ ରହିଥିଲା। ସେମାନଙ୍କ ମଧ୍ୟରୁ କେତେଜଣଙ୍କ ବିରୋଧରେ ସିବିଆଇ ତଦନ୍ତ କରୁଛି। ନିୟମାନୁଯାୟୀ ଉପଯୁକ୍ତ କ୍ଷମତାପନ୍ନ ଅଧିକାରୀ କୌଣସି ସରକାରୀ ଚାକିରିଆଙ୍କୁ ତିନିମାସର ଲିଖିତ ନୋଟିସ୍‌ ଦେଇ କିମ୍ବା ତିନିମାସର ଦରମା ଓ ଭତ୍ତା ଦେଇ ବାଧ୍ୟତାମୂଳକ ଅବସର ଦେଇପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କହିଛନ୍ତି ଯେ ସଚ୍ଚୋଟ ଟିକସଦାତା ବା ଟିକସ ନିୟମର ମାମୁଲି ଉଲ୍ଲଂଘନକାରୀଙ୍କୁ ହଇରାଣ ହରକତ କରିବା ହେଉଛି ଟିକସ ପ୍ରଶାସନରେ ଥିବା ବାବୁମାନଙ୍କର କ୍ଷମତାର ଅପବ୍ୟବହାର। ଏହା ନ କରିବା ପାଇଁ ସେ ଟିକସ ବାବୁମାନଙ୍କୁ ପରାମର୍ଶ ଦେଇଛନ୍ତି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?