ଅର୍ଦ୍ଧାହାରରେ ରହିଲେ ୮ଶହ ହରିଣ ଜାତୀୟ ପ୍ରାଣୀ

ବାରଙ୍ଗ,୭।୭(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶନିବାର ତୃଣଭୋଜି ସଫାରିରେ ଥିବା ହରିଣଜାତୀୟ ପ୍ରାଣୀମାନେ ଅର୍ଦ୍ଧାହାରରେ ରହିଥିବାର ଜଣାପଡିଛି। ଆବଶ୍ୟକତାଠାରୁ କମ୍‌ ପରିମାଣର ଦାନା ଷ୍ଟୋରରେ ଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଏନ୍‌କ୍ଲୋଜରରେ ଥିବା ହରିଣଜାତୀୟ ପ୍ରାଣୀମାନେ ଦାନା ପାଇଥିବାବେଳେ ତୃଣଭୋଜି ସଫାରିରେ ଥିବା ଆଠଶହରୁ ଊର୍ଦ୍ଧ୍ୱ ହରିଣଜାତୀୟ ପ୍ରାଣୀଙ୍କୁ ଖାଦ୍ୟ ମିଳିପାରି ନ ଥିଲା।

ହରିଣଜାତୀୟ ପ୍ରାଣୀମାନଙ୍କ ପାଇଁ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଦାନା ଓ ଅପରାହ୍ନ ୩ଟାରୁ ୪ଟାରେ ବିଭିନ୍ନ ପ୍ରଜାତିର ଘାସ ସମେତ ବର, ଓସ୍ତ ଗଛ ପତ୍ର ଖାଇବାକୁ ଦିଆଯାଇଥାଏ। ଓମ୍‌ଫେଡ ପକ୍ଷରୁ ଚୋକଡ, କୁଣ୍ଡା, ପିଡିଆ, ଭିଟାମିନ, ମାଣ୍ଡିଆ ଆଦି ସାମଗ୍ରୀକୁ ନେଇ ହରିଣଦାନା ପ୍ରସ୍ତୁତ କରାଯାଇ ନନ୍ଦନକାନନକୁ ଆସିଥାଏ। ଏହାକୁ ଷ୍ଟୋର ବିଭାଗର ରେଞ୍ଜ ଅଫିସର ପରିଚାଳନା କରିଥାନ୍ତି। ଶନିବାର ଜନ୍ତୁ ବିଭାଗର କର୍ମଚାରୀମାନେ ହରିଣଦାନା ଆଣିବାକୁ ଯାଇଥିବାବେଳେ ଆବଶ୍ୟକତାଠାରୁ କମ୍‌ ପରିମାଣର ଦାନା ଥିବା ଦେଖିଥିଲେ। ସେ ସମ୍ପର୍କରେ ସେମାନେ ଷ୍ଟୋର ଓ ଜନ୍ତୁବିଭାଗ ରେଞ୍ଜ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଲବ୍ଧ ଥିବା ଦାନାକୁ ଏନକ୍ଲୋଜରରେ ଥିବା ହରିଣଜାତୀୟ ପ୍ରାଣୀମାନଙ୍କୁ ବାଣ୍ଟିି ଦେଇଥିଲେ। ହେଲେ ସଫାରିରେ ଥିବା ଚିତ୍ରାହରିଣ, ସମ୍ବର, କୁଟ୍ରା, ଚଉଶିଙ୍ଗାକୁ ମିଶାଇ ପ୍ରାୟ ଆଠଶହରୁ ଊର୍ଦ୍ଧ୍ୱ ପ୍ରାଣୀମାନଙ୍କୁ ହରିଣଦାନା ମିଳିପାରି ନ ଥିଲା। ଏ ସମ୍ପର୍କରେ ଜନ୍ତୁ ବିଭାଗ ରେଞ୍ଜ ଅଫିସର ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କୁହନ୍ତି, ଶନିବାର ଆବଶ୍ୟକତା ଥିବା ୧୯ବସ୍ତା ବଦଳରେ ୯ ବସ୍ତା ଦାନା ହରିଣଜାତୀୟ ପ୍ରାଣୀମାନଙ୍କୁ ଦିଆଯାଇଛି। ହରିଣଦାନା ନେଇ ଆସୁଥିବା ଗାଡି ବାଟରେ ଖରାପ ହେବାରୁ ଏହି ସମସ୍ୟା ଦେଖାଦେଇଥିଲା। ତେଣୁ ତୃଣଭୋଜି ସଫାରିରେ ଥିବା ଚିତ୍ରାହରିଣ, ସମ୍ବର, କୁଟ୍ରା, ଚଉଶିଙ୍ଗାମାନଙ୍କୁ ଘାସ ଖାଇବାକୁ ଦିଆଯାଇଥିଲା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତରେ ପରିଣତ ହେଲା ଅବପାତ: ଆଜି ଝଡ଼ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୯।୯ (ବନ୍ଦନା ସେଠୀ):ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ମ୍ୟାନ୍‌ମାର ଉପକୂଳ ଉପରେ ଥିବା ଅବପାତ ସୋମବାର ଗଭୀର ଅବପାତରେ ପରିଣତ ହୋଇଛି। ଏହା ଉତ୍ତର-ଉତ୍ତର…

ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ…

ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି।…

ସୃଷ୍ଟି ହେଲା ଅବପାତ: ଆଗାମୀ ୧୨ ଘଣ୍ଟାରେ ଘନୀଭୂତ ହୋଇ…

ଭୁବନେଶ୍ୱର,୨୮ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ମ୍ୟାନ୍‌ମାର ଉପକୂଳରେ ଅବପାତ ସୃଷ୍ଟି ହୋଇଛି। ଲଘୁଚାପ କ୍ଷେତ୍ରଟି କ୍ରମଶଃ ଶକ୍ତିଶାଳୀ ହୋଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି…

ଶେଷରେ ବଦଳିଗଲା ନିଷ୍ପତ୍ତି, ସ୍ଥଗିତ ହେଲା ବ୍ୟାଙ୍କ ଧର୍ମଘଟ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୯: ପ୍ରସ୍ତାବିତ ୩ ଦିନିଆ ବ୍ୟାଙ୍କ ଧର୍ମଘଟ ସ୍ଥଗିତ ହୋଇଯାଇଛି। ସୋମବାରଠାରୁ ହେବାକୁ ଥିବା ପ୍ରସ୍ତାବିତ ୩ ଦିନିଆ ସାରା ଭାରତୀୟ ବ୍ୟାଙ୍କ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।…

ମହାନଦୀରେ ଆସୁଛି ପୁଣି ବନ୍ୟା: ପ୍ରଭାବିତ ହେବ ଏହି ୫ ଜିଲା

ଭୁବନେଶ୍ୱର,୨୮।୯(ରବିନାରାୟଣ ଜେନା): ଚଳିତବର୍ଷ ରାଜ୍ୟରେ ଗୋଟିଏ ପରେ ଗୋଟିଏ ବନ୍ୟା ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଲାଣି। ଜୁନ୍‌ରୁ ସେପ୍ଟେମ୍ବର ୨୫ ମଧ୍ୟରେ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା…

ହେଲା ସାଂଘାତିକ ଖୁଲାସା: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ୧,୭୪୧ ତ୍ରୁଟି, ଖର୍ଚ୍ଚ ହୋଇଛି ଏତେ କୋଟି, ଜାଣିଲେ…

ଭୁବନେଶ୍ୱର, ୨୭।୯: ଓଡ଼ିଶାର ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କ ପାଠ୍ୟପୁସ୍ତକକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ…

ହୀରାକୁଦର ୨୦ ଗେଟ୍‌ ଖୋଲିଲା: ବୈତରଣୀରେ ୮, ସାଳନ୍ଦୀରେ ୬ ବନ୍ୟା

ଭୁବନେଶ୍ୱର, ୨୭ା୯ (ବନ୍ଦନା ସେଠୀ): ଲଗାଣ ବର୍ଷା ଯୋଗୁ ଓଡ଼ିଶାର ବିଭିନ୍ନ ନଦୀରେ ବନ୍ୟାସ୍ଥିତି ଗମ୍ଭୀର ହୋଇଚାଲିଛି। ଦକ୍ଷିଣ ଓଡ଼ିଶାରେ ଦୁଇଦିନ ଧରି କେତେକ ନଦୀରେ ବନ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?