Posted inରାଜ୍ୟ

ଜଗତ୍‌ସିଂହପୁର ଜିଲା ଚିଠି: କାଗଜପତ୍ରରେ କଟକଣା, ଟ୍ରାଫିକ ସମସ୍ୟା ଜଟିଳ

ଜଗତ୍‌ସିଂହପୁର ଜିଲାରେ ଟ୍ରାଫିକ ସମସ୍ୟା ଜଟିଳ ହୋଇପଡିଛି। ପ୍ରତ୍ୟହ କେଉଁଠି ନା କେଉଁଠି ଦୁର୍ଘଟଣାରେ ଧନଜୀବନ ହାନି ଘଟୁଛି। ଏହାର ପ୍ରତିକାର ପାଇଁ ଯଦିଓ ଜିଲା ପ୍ରଶାସନ ପକ୍ଷରୁ ପ୍ରତି ମାସରେ ଜିଲା ସଦରମହକୁମା ଓ ପାରାଦୀପରେ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଉଛି, ତେବେ ତାହାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉନି। ତେଣୁ ପରିସ୍ଥିତିରେ ସୁଧାର ଆସୁନାହିଁ। ପୋଲିସ ଓ ପରିବହନ କର୍ମଚାରୀ ସବୁ ଜାଣି ନୀରବ ରହୁଛନ୍ତି। ଏହି ନୀରବତା ଅନେକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଦୁର୍ଘଟଣାରେ ମୃତ୍ୟୁ ପରେ ଅନେକ ସ୍ଥାନରେ ଆନ୍ଦୋଳନ ହେଉଛି। ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ଏସବୁ ସତ୍ତ୍ବେ ଜିଲା ପୋଲିସ କିମ୍ବା ଆର୍‌ଟିଓ ଚେତୁ ନାହାନ୍ତି। ଜଗତ୍‌ସିଂହପୁର ସହରରେ ଦିନବେଳା ଭାରିଯାନ ଚଳାଚଳ ଯୋଗୁ ନାହିଁ ନ ଥିବା ସମସ୍ୟା ସୃଷ୍ଟି ହେଉଛି। ତେଣୁ ସହରରେ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ସହରର ଅତି ଜନଗହଳିପୂର୍ଣ୍ଣ ଥାନା ଛକରୁ ଟାଉନ ହଲ୍‌ ଛକ ଓ ଥାନା ଛକରୁ ଜଇପୁର ରାସ୍ତାର ଏକ ପ୍ରତିଷ୍ଠିତ ଲୁଗାଦୋକାନ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱକୁ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଏଥିସହ ଆଳିପିଙ୍ଗଳରୁ ଜଗତ୍‌ସିଂହପୁର ରାସ୍ତାରେ ମଧ୍ୟ ଭାରିଯାନ ଚଳାଚଳ ଉପରେ ଅନୁରୂପ କଟକଣା ରହିଛି। ପ୍ରତ୍ୟହ ପୂର୍ବାହ୍ଣ ୧୧ରୁ ଅପରାହ୍ଣ ୫ଟା ଯାଏ ଭାରିଯାନ ଚଳାଚଳ ନିଷେଧ କରାଯାଇଛି। ଆଳିପିଙ୍ଗଳ ପୋଲ ପୁରୁଣା ଓ ଦୁର୍ବଳ ହୋଇଯାଇଥିବାରୁ ଏହା ଉପରେ ଭାରିଯାନ ଚଳାଚଳ ନ କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି କଟକ-ପାରାଦୀପ ରାଜ୍ୟ ରାଜପଥ ନଂ.୧୨ରେ ଟ୍ରକ୍‌, ଟିପ୍ପର ଆଦି ଦ୍ୱାରା ଲୁହାପଥର, କ୍ରୋମ ପଥର, କୋଇଲା ଆଦି ପରିବହନ କରାଯାଉଛି। ଏହି ଭାରିଯାନ ସମେତ ଗ୍ୟାସ୍‌ ଟ୍ୟାଙ୍କର, ତୈଳ ଟ୍ୟାଙ୍କର ଓ ଭାରି ଯନ୍ତ୍ରାଂଶ ପରିବହନ ଯୋଗୁ ରାସ୍ତା ବିପର୍ଯ୍ୟସ୍ତ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅନୁରୂପ ଭାବେ ପାରାଦୀପ ଜିରୋ ପଏଣ୍ଟରୁ ଅଠରବାଙ୍କୀ ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ୍‌ ଘୋଷଣା କରାଯାଇଛି। ଏହି ରାସ୍ତାର ଉଭୟ ପାର୍ଶ୍ୱରେ ଭାରିଯାନ ରଖାଯାଇପାରିବ ନାହିଁ ବୋଲି କୁହାଯାଇଛି। ପାରାଦୀପ ଅଏଲ ଟର୍ମିନାଲ ନିକଟରୁ କାରଗିଲ ଛକ ମଧ୍ୟରେ ତୈଳ ଟ୍ୟାଙ୍କର ପରିବହନ ସମୟରେ ଅନେକ ସମସ୍ୟା ଉପୁଜୁଛି। ଏସବୁକୁ ଦୃଷ୍ଟିରେ ରଖି ଜିଲାପାଳ ପ୍ରତି ମାସରେ କଟକଣା ଜାରି କରୁଛନ୍ତି। କିନ୍ତୁ ଏହି କଟକଣା କେବଳ କାଗଜପତ୍ରରେ ସୀମିତ। ଜଗତ୍‌ସିଂହପୁରରୁ ଆଳିପିଙ୍ଗଳ ରାସ୍ତାରେ ପ୍ରତ୍ୟହ ଶତାଧିକ ଟ୍ରିପ୍‌ ବାଲି ବୋଝେଇ ହାଇୱା, ଟ୍ରକ୍‌, ଟ୍ରାକ୍ଟର ଆଦି ଯାତାୟାତ କରୁଛି। ଏହି ରାସ୍ତା ନବୀକରଣ ମାସାଧିକ କାଳ ହେବ ଚାଲିଥିଲେ ସୁଦ୍ଧା ଶେଷ ହେଉନାହିଁ। ରାସ୍ତା କାମ ଯୋଗୁ ଟ୍ରାଫିକ ସମସ୍ୟା ଜଟିଳ ହେଉଛି। ବାଲିବୋଝେଇ ଯାନରୁ ବାଲି ପଡି ରାସ୍ତାରେ ଗଦା ହେଉଛି। ଆଳିପିଙ୍ଗଳ ପୋଲ ଉପରେ ଜାରି କରାଯାଇଥିବା କଟକଣା ମଧ୍ୟ ପ୍ରହସନ ପାଲଟିଛି। ଅନୁରୂପ ଭାବେ ଜଗତ୍‌ସିଂହପୁର, ପାରାଦୀପ ସମେତ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ମଧ୍ୟ ଟ୍ରାଫିକ ସମସ୍ୟା ଚିନ୍ତାର ବିଷୟ ହୋଇଛି। ଏଥିପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ।
– ପ୍ରମୋଦ କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri