ନାଥଙ୍କ ଆଫିଡାଭିଟ ଆଣିଲା ନୂଆମୋଡ଼: ଡିଜିପି ଚୟନ ପ୍ରସଙ୍ଗକୁ ନେଇ…

ଭୁବନେଶ୍ୱର,୨୯ା୯(ସୁନିତ୍‌ ମିଶ୍ର):ଓଡ଼ିଶାର ନୂଆ ଡିଜିପି ଚୟନ ପ୍ରସଙ୍ଗକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଏହି ବିଷୟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି। ମଙ୍ଗଳବାର ଏହାର ଶୁଣାଣି ହେବାର ଅଛି। ଡିଜିପି ଚୟନ ନେଇ ରାଜ୍ୟ ସରକାର ୨୦୦୬ ପ୍ରକାଶ ସିଂ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପାଳନ କରି ନ ଥିବାବେଳେ ନିର୍ଦ୍ଦିଷ୍ଟ ଜଣେ ଅଫିସରଙ୍କୁ ଉକ୍ତ ପଦରେ ବସାଇବା ଲାଗି ଅନେକ ଭୁଲ୍‌ ବାଟ ବାଛିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଆଣିଥିବା ସମସ୍ତ ପକ୍ଷଙ୍କ କଥା ଶୁଣିବା ପରେ ରାଜ୍ୟ ସରକାରଙ୍କ ତରଫରୁ ବାକି ଯେଉଁ ପ୍ରଶ୍ନର ଉତ୍ତର ଦିଆଯାଇ ନାହିଁ ସେ ବାବଦରେ ମଙ୍ଗଳବାର ଜଣାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ହେଲେ ଏହା ପୂର୍ବରୁ ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥ ସୋମବାର ଦାଖଲ କରିଥିବା ଆଉ ଏକ ଆଫିଡାଭିଟ ଡିଜିପି ଶୁଣାଣିରେ ନୂଆ ମୋଡ଼ ଆଣିଛି। ଡିଜିପି ପଦ ଲାଗି ରାଜ୍ୟ ସରକାର ଦେଇଥିବା ତାଲିକାରେ ସାମିଲ ଥିବା ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆର୍‌.ପି. କୋଚେ ଏବଂ ୧୯୯୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା ସି-ଶୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ପଚରାଉଚୁରାର ସମ୍ମୁଖୀନ ହୋଇଥିଲେ, ଯାହାର ତଥ୍ୟ କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି)କୁ କାହିଁକି ଦିଆଯାଇ ନାହିଁ ବୋଲି ଆଫିଡାଭିଟରେ ଦର୍ଶାଯାଇଛି।
ନାଥ ତାଙ୍କ ଆଫିଡାଭିଟରେ ଦର୍ଶାଇଛନ୍ତି, ରାଜ୍ୟ ସରକାର ଗତ ୨୪ ତାରିଖରେ ଏକ ଅତିରିକ୍ତ ଆଫିଡାଭିଟ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ସେଥିରେ ସରକାର କହିଥିଲେ, ଡିଜିପି ପଦ ଲାଗି ଯେଉଁମାନଙ୍କ ନାମ ୟୁପିଏସ୍‌ସିକୁ ପଠାଯାଇଛି ସେହି ଅଧିକାରୀମାନଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ସମ୍ପର୍କିତ ସମସ୍ତ ତଥ୍ୟ ଭଲ ଭାବେ ସମୀକ୍ଷା କରିଥିଲେ। ମାତ୍ର ସରକାର ଦର୍ଶାଇଥିବା ଉକ୍ତ ବିଷୟ ଭୁଲ୍‌ ବୋଲି ନାଥ ତାଙ୍କ ଆଫିଡାଭିଟରେ କହିଛନ୍ତି। ନାଥ କହିଛନ୍ତି, ସି-ଶୋର ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ୨୦୧୪ ଜୁନ୍‌ ୫ ତାରିଖରେ ସିବିଆଇ ଏକ ଏଫ୍‌ଆଇଆର୍‌ (ନମ୍ବର ଆର୍‌ସି ୪୯/ଏସ୍‌/୨୦୧୪-କେଓଏଲ୍‌) ରୁଜୁ କରିଥିଲା। ଏ ସମ୍ପର୍କିତ ଖବର ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା।

ଉକ୍ତ ତଥ୍ୟ ଅନୁଯାୟୀ, ସିବିଆଇ ପକ୍ଷରୁ ଉକ୍ତ ମାମଲାରେ ଆଇପିଏସ୍‌ ଅଫିସର ଆର୍‌.ପି. କୋଚେ ଏବଂ ସଞ୍ଜୀବ ପଣ୍ଡାଙ୍କୁ ପଚରାଉଚୁରା କରାଯାଇଥିଲା। ହେଲେ ଏହି ତଥ୍ୟ ସରକାର ୟୁପିଏସ୍‌ସି କିମ୍ବା ସୁପ୍ରିମକୋର୍ଟଙ୍କ ନିକଟରେ ରଖିନାହାନ୍ତି। ୨୦୨୫ରେ ହୋଇଥିବା ଏସ୍‌ଆଇ ପରୀକ୍ଷା ଦୁର୍ନୀତି ନେଇ ଆଇପିଏସ୍‌ ସୁଶାନ୍ତ କୁମାର ନାଥଙ୍କ ଭୂମିକାକୁ ନେଇ ସିବିଆଇକୁ ଯେପରି ସରକାର ଚିଠି କରି ଉତ୍ତର ମାଗିଲେ, ସେହିପରି କୋଚେ ଏବଂ ପଣ୍ଡାଙ୍କ କ୍ଷେତ୍ରରେ କରାଯାଇ ନାହିଁ।
ସୂଚନାଯୋଗ୍ୟ, ଡିଜିପି ଚୟନ ଲାଗି ଗତ ମେ ମାସରେ ରାଜ୍ୟ ସରକାର ୧୧ ଜଣିଆ ଆଇପିଏସ୍‌ ଅଫିସରଙ୍କ ତାଲିକା ୟୁପିଏସ୍‌ସି ନିକଟକୁ ପଠାଇଥିଲେ। ଗତ ଅଗଷ୍ଟ ୭ ତାରିଖରେ ଉକ୍ତ ୧୧ ଜଣିଆ ତାଲିକାରୁ ୩ ଜଣ ଅଫିସରଙ୍କ ନାମ ଚୂଡ଼ାନ୍ତ ଲାଗି ବୈଠକ ବସିବାର ଥିଲା। ମାତ୍ର ଅଗଷ୍ଟ ୩ ତାରିଖରେ ରାଜ୍ୟ ସରକାର ସିବିଆଇକୁ ଚିଠି ଲେଖି ୨୦୨୫ ଏସ୍‌ଆଇ ଦୁର୍ନୀତି ମାମଲାରେ ଆଇପିଏସ୍‌ ଅଫିସର ସୁଶାନ୍ତ କୁମାର ନାଥଙ୍କ ଭୂମିକା କ’ଣ ଥିଲା ଏବଂ ତାଙ୍କୁ ଜେରା କରାଯାଇଛି ନା ନାହିଁ ବୋଲି ପଚାରିଥିଲେ।

ଅଗଷ୍ଟ ୪ ତାରିଖରେ ସିବିଆଇ ଏହାର ଉତ୍ତରରେ ଏକ ଚିଠି ଲେଖି ସରକାରଙ୍କୁ ଜଣାଇଥିଲା, ଆବଶ୍ୟକ ପଡିଲେ ନାଥଙ୍କୁ ଜେରା କରାଯାଇପାରେ। ଏହି ଚିଠି ଆଧାରରେ ନାଥଙ୍କ ନାମ ୟୁପିଏସ୍‌ସି ପଠାଯାଇଥିବା ତାଲିକାରୁ ହଟାଯିବା ସହିତ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ସରକାର ପ୍ରତ୍ୟାହାର କରିନେଲେ। ସୁପ୍ରିମକୋର୍ଟରେ ଏହାକୁ ନେଇ ନାଥଙ୍କ ଓକିଲ କରୁଣା ନନ୍ଦୀ ଅଭିଯୋଗ କରିଲେ, ଜଣେ ଅଫିସରଙ୍କୁ ଜେରା କରାଯାଇପାରେ ବୋଲି ଆସିଥିବା ରିପୋର୍ଟ ଆଧାରରେ ତାଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ପ୍ରତ୍ୟାହାର କରିବା ଠିକ୍‌ ନୁହେଁ। ବରିଷ୍ଠ ଓକିଲ ପି. ଚିଦାମ୍ବରମ ମଧ୍ୟ ଏନେଇ ପ୍ରଶ୍ନ ଉଠାଇବା ସହିତ କୋର୍ଟକୁ ଜଣାଇଥିଲେ, ଯେଉଁଠାରେ ସିବିଆଇ ନାଥଙ୍କୁ ଜେରା କରାଯାଇପାରେ ବୋଲି କହିଛି, ସେଠାରେ ସରକାର କିନ୍ତୁ କରାଯିବ ବୋଲି ଦର୍ଶାଇଛନ୍ତି। ଏହା ସମ୍ପୂର୍ଣ୍ଣ ଫ୍ରଡ୍‌ ଅଟେ ବୋଲି ଚିଦାମ୍ବରମ କହିଥିଲେ। ସୁପ୍ରିମକୋର୍ଟଙ୍କ ସହଯୋଗୀ ଆମିକସକ୍ୟୁରୀ ମଧ୍ୟ ନାଥଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟ ପ୍ରତ୍ୟାହାର ଘଟଣାକୁ ଭୁଲ୍‌ ବୋଲି ଦର୍ଶାଇଥିଲେ। ସବୁ ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ, ଜଣଙ୍କୁ ଜେରା କରାଯାଇପାରେ ବୋଲି ଚିଠିରେ ଉଲ୍ଲେଖ ଅଛି ବୋଲି, ତାଙ୍କୁ କ’ଣ ଅଭିଯୁକ୍ତ ବୋଲି ଦେଖିବା କି? ଏହା ଘୋଡ଼ା ଆଗରେ ଗାଡ଼ି ରଖିବା ଭଳି କଥା। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ଲଢୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟକୁ ଜଣାଇଥିଲେ, କେବଳ ନାଥଙ୍କ କଥା ନୁହେଁ, ସରକାର ଯେଉଁସବୁ ଅଫିସରଙ୍କ ନାମ ଡିଜିପି ପଦ ଲାଗି ୟୁପିଏସ୍‌ସିକୁ ପଠାଇଛନ୍ତି ସମସ୍ତଙ୍କ ଇଣ୍ଟିଗ୍ରିଟି ସାର୍ଟିଫିକେଟକୁ ଭଲ ଭାବେ ସମୀକ୍ଷା କରିଛନ୍ତି। ଏହାକୁ ନେଇ ନାଥ ଏକ ଗୁରୁତର ତଥ୍ୟ ରଖିଛନ୍ତି। ଯଦି ତାଙ୍କର ଏସ୍‌ଆଇ ପରୀକ୍ଷାରେ ଦୁର୍ନୀତିରେ ସମ୍ପୃକ୍ତି ଅଛି ନା ନାହିଁ ଜାଣିବା ଲାଗି ସିବିଆଇକୁ ଚିଠି କରାଗଲା ଏବଂ କୌଣସି ମାମଲା ବା ଚାର୍ଜଶିଟ୍‌ ନ ହେବା ସତ୍ତ୍ୱେ ଇଣ୍ଟିଗ୍ରିଟି ସାର୍ଟିଫିକେଟ ପ୍ରତ୍ୟାହାର କରାଗଲା, ତେବେ କୋଚେ ଏବଂ ପଣ୍ଡାଙ୍କ କ୍ଷେତ୍ରରେ କାହିଁକି ଏହା ପାଳନ ହେଲାନି ବୋଲି ସେ ପଚାରିଛନ୍ତି। ଯେଉଁଠାରେ କୋଚେ ଏବଂ ପଣ୍ଡା ସିବିଆଇ ପଚରାଉଚୁରାର ସମ୍ମୁଖୀନ ହେବା ସହିତ ଉକ୍ତ ମାମଲା ଏବେ ମଧ୍ୟ ଚାଲିଥିବା ସେ ଦର୍ଶାଇଛନ୍ତି।

ଅନ୍ୟପଟେ ନାଥ ତାଙ୍କ ଆଫିଡାଭିଟ୍‌ରେ ଆହୁରି କହିଛନ୍ତି, ଓଡ଼ିଶା ପୋଲିସ ଏସ୍‌ଆଇ ପରୀକ୍ଷା ପରିଚାଳନା ଦାୟିତ୍ୱ ଆଇଟିଆଇ ଲିମିଟେଡକୁ ଦେବା ନିଷ୍ପତ୍ତି ଯେତେବେଳେ ହୋଇଥିଲା ସେ ସେହି ସମୟରେ ଓଡିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ(ଓପିଆର୍‌ବି)ର ଅଧ୍ୟକ୍ଷ ପଦରେ ନ ଥିଲେ। ଏହା ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା, ଯେତେବେଳେ ଆଇପିଏସ୍‌ ସନ୍ତୋଷ କୁମାର ଉପାଧ୍ୟାୟ ଓପିଆର୍‌ବି ଅଧ୍ୟକ୍ଷ ଥିଲେ। ଆଇଟିଆଇ ଲିମିଟେଡ ସହିତ ଏସ୍‌ଆଇ ପରୀକ୍ଷା କରିବା ପାଇଁ ହୋଇଥିବା ଚୁକ୍ତିରେ ଓପିଆର୍‌ବି ଦାୟିତ୍ୱ ଥିଲା ସମ୍ପୂର୍ଣ୍ଣ କାର୍ଯ୍ୟକୁ କେବଳ ତଦାରଖ କରିବ। ସିବିଆଇ ପକ୍ଷରୁ ଏହି ମାମଲାରେ ଯେଉଁ ଚାର୍ଜଶିଟ୍‌ ଦାଖଲ କରାଯାଇଛି, ସେଥିରେ ଓପିଆର୍‌ବିର କୌଣସି ଅଧିକାରୀଙ୍କ ନାମ ନାହିଁ।

ଅଗଷ୍ଟ ୪ ତାରିଖରେ ସିବିଆଇ ଦେଇଥିବା ଚିଠିରେ ଦର୍ଶାଇଛି, ଆଇଟିଆଇ ଲିମିଟେଡ ଅଧିକାରୀଙ୍କୁ ଜେରା କରିବା ଲାଗି ପିସି ଆକ୍ଟ ୧୭(ଏ) ଅନୁଯାୟୀ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ାଯାଇଛି। ସେହି ଅନୁମତି ମିଳିବା ପରେ ଆଇଟିଆଇ ଲିମିଟେଡ ଅଧିକାରୀଙ୍କୁ ଜେରା କରାଯିବ। ସେମାନଙ୍କୁ ଜେରା କରିବା ପରେ ଯଦି ଆବଶ୍ୟକତା ପଡ଼େ ନାଥଙ୍କୁ ଜେରା ପାଇଁ ଡକାଯାଇପାରେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP, ଆସାମରୁ ଏଭଳି ଚେତାବନୀ ଦେଲେ ଆଶୁତୋଷ ରାଙ୍କା

ଗୁଆହାଟୀ,୨୯।୯: ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ନାମରେ ଭୋଟର ତାଲିକାରୁ ୧୩ କୋଟି ଲୋକଙ୍କ ନାମକୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ନେଇ ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା…

କେବେ ଆରମ୍ଭ ହେବ ୨୦୨୭ ବିଶ୍ୱକପ୍‌? ସାମ୍ନାକୁ ଆସିଲା ବଡ଼ ଅପଡେଟ୍‌,

ନୂଆଦିଲ୍ଲୀ,୨୯।୯: ୨୦୨୭ରେ ଖେଳାଯିବାକୁ ଥିବା ODI ବିଶ୍ୱକପ୍‌କୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି । ଆନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ICC) ଆସନ୍ତା ଅକ୍ଟୋବର ୧ ତାରିଖରେ…

ଶୁଣିଲାନି ପ୍ରଶାସନ: ସରକାରୀ ବସକୁ ଅଟକ ରଖିଲେ ଶତାଧିକ ମହିଳା

ଦାରିଙ୍ଗବାଡି,୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲିଠାରେ ମଙ୍ଗଳବାର ସକାଳ ୬ଟାରେ ସରକାରୀ ବସକୁ ଗ୍ରାମବାସୀ ଅଟକାଇ ରଖିଛନ୍ତି। ବ୍ଲକ ହେଡ଼ କ୍ୱାର୍ଟରଠାରୁ ପଞ୍ଚାୟତ ହେଡକ୍ୱାର୍ଟର…

ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ…

ଦେବଗଡ଼ରେ ଭୂମିକମ୍ପ: ଥରିଲା ସହର, ଘରୁ ବାହାରି ଆସିଲେ ଲୋକେ

ଦେବଗଡ଼,୨୯ା୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ଭୂମିକମ୍ପ । ରିଆମାଳ ବ୍ଳକ ଚଡେଇମରା ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସୋମବାର ରାତି ପ୍ରାୟ ୧୦ଟା…

ଏଣିକି ବିନା ପ୍ରେସକ୍ରିପ୍ସନରେ ମିଳିବନି ଏସିଡିଟି ଔଷଧ, CDSCO ଜାରି କଲା ନୂଆ ସର୍ତ୍ତ

ନୂଆଦିଲ୍ଲୀ,୨୯।୯: ଏସିଡିଟି ହେଲେ ଏଣିକି ମେଡିକାଲ ଷ୍ଟୋରରୁ ନିଜ ଇଚ୍ଛାରେ ଔଷଧ କିଣିବା ସହଜ ହେବ ନାହିଁ। ନୂଆ ନିୟମ ଅନୁସାରେ, ଡାକ୍ତରଙ୍କ ପରାମର୍ଶ କିମ୍ବା ପ୍ରେସକ୍ରିପ୍ସନ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

କେନ୍ଦ୍ର-ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ୬ଷ୍ଠ ଶ୍ରେଣୀ ପିଲାଙ୍କୁ ୩ ଭାଷା ନୀତିରୁ…

ନୂଆଦିଲ୍ଲୀ,୨୯।୯(ପି.ଟି.): କେନ୍ଦ୍ର ସରକାରଙ୍କ ୩ ଭାଷା ନୀତିରୁ ୭ମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଥିବାବେଳେ ବର୍ତ୍ତମାନର ୬ଷ୍ଠ ଶ୍ରେଣୀ ପିଲାଙ୍କୁ ମଧ୍ୟ ଉକ୍ତ ନୀତିରୁ ବାଦ୍‌ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?