ଅର୍ଦ୍ଧାହାରରେ ରହିଲେ ୮ଶହ ହରିଣ ଜାତୀୟ ପ୍ରାଣୀ

ବାରଙ୍ଗ,୭।୭(ଡି.ଏନ୍‌.ଏ.):ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶନିବାର ତୃଣଭୋଜି ସଫାରିରେ ଥିବା ହରିଣଜାତୀୟ ପ୍ରାଣୀମାନେ ଅର୍ଦ୍ଧାହାରରେ ରହିଥିବାର ଜଣାପଡିଛି। ଆବଶ୍ୟକତାଠାରୁ କମ୍‌ ପରିମାଣର ଦାନା ଷ୍ଟୋରରେ ଥିବା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିଲା। ଫଳରେ ଏନ୍‌କ୍ଲୋଜରରେ ଥିବା ହରିଣଜାତୀୟ ପ୍ରାଣୀମାନେ ଦାନା ପାଇଥିବାବେଳେ ତୃଣଭୋଜି ସଫାରିରେ ଥିବା ଆଠଶହରୁ ଊର୍ଦ୍ଧ୍ୱ ହରିଣଜାତୀୟ ପ୍ରାଣୀଙ୍କୁ ଖାଦ୍ୟ ମିଳିପାରି ନ ଥିଲା।

ହରିଣଜାତୀୟ ପ୍ରାଣୀମାନଙ୍କ ପାଇଁ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୨ଟା ମଧ୍ୟରେ ଦାନା ଓ ଅପରାହ୍ନ ୩ଟାରୁ ୪ଟାରେ ବିଭିନ୍ନ ପ୍ରଜାତିର ଘାସ ସମେତ ବର, ଓସ୍ତ ଗଛ ପତ୍ର ଖାଇବାକୁ ଦିଆଯାଇଥାଏ। ଓମ୍‌ଫେଡ ପକ୍ଷରୁ ଚୋକଡ, କୁଣ୍ଡା, ପିଡିଆ, ଭିଟାମିନ, ମାଣ୍ଡିଆ ଆଦି ସାମଗ୍ରୀକୁ ନେଇ ହରିଣଦାନା ପ୍ରସ୍ତୁତ କରାଯାଇ ନନ୍ଦନକାନନକୁ ଆସିଥାଏ। ଏହାକୁ ଷ୍ଟୋର ବିଭାଗର ରେଞ୍ଜ ଅଫିସର ପରିଚାଳନା କରିଥାନ୍ତି। ଶନିବାର ଜନ୍ତୁ ବିଭାଗର କର୍ମଚାରୀମାନେ ହରିଣଦାନା ଆଣିବାକୁ ଯାଇଥିବାବେଳେ ଆବଶ୍ୟକତାଠାରୁ କମ୍‌ ପରିମାଣର ଦାନା ଥିବା ଦେଖିଥିଲେ। ସେ ସମ୍ପର୍କରେ ସେମାନେ ଷ୍ଟୋର ଓ ଜନ୍ତୁବିଭାଗ ରେଞ୍ଜ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଉପଲବ୍ଧ ଥିବା ଦାନାକୁ ଏନକ୍ଲୋଜରରେ ଥିବା ହରିଣଜାତୀୟ ପ୍ରାଣୀମାନଙ୍କୁ ବାଣ୍ଟିି ଦେଇଥିଲେ। ହେଲେ ସଫାରିରେ ଥିବା ଚିତ୍ରାହରିଣ, ସମ୍ବର, କୁଟ୍ରା, ଚଉଶିଙ୍ଗାକୁ ମିଶାଇ ପ୍ରାୟ ଆଠଶହରୁ ଊର୍ଦ୍ଧ୍ୱ ପ୍ରାଣୀମାନଙ୍କୁ ହରିଣଦାନା ମିଳିପାରି ନ ଥିଲା। ଏ ସମ୍ପର୍କରେ ଜନ୍ତୁ ବିଭାଗ ରେଞ୍ଜ ଅଫିସର ଦାୟିତ୍ୱରେ ଥିବା ଏସିଏଫ ଅଶୋକ କୁମାର ଦାସ କୁହନ୍ତି, ଶନିବାର ଆବଶ୍ୟକତା ଥିବା ୧୯ବସ୍ତା ବଦଳରେ ୯ ବସ୍ତା ଦାନା ହରିଣଜାତୀୟ ପ୍ରାଣୀମାନଙ୍କୁ ଦିଆଯାଇଛି। ହରିଣଦାନା ନେଇ ଆସୁଥିବା ଗାଡି ବାଟରେ ଖରାପ ହେବାରୁ ଏହି ସମସ୍ୟା ଦେଖାଦେଇଥିଲା। ତେଣୁ ତୃଣଭୋଜି ସଫାରିରେ ଥିବା ଚିତ୍ରାହରିଣ, ସମ୍ବର, କୁଟ୍ରା, ଚଉଶିଙ୍ଗାମାନଙ୍କୁ ଘାସ ଖାଇବାକୁ ଦିଆଯାଇଥିଲା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri