Posted inଖେଳ

ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ କ୍ଲାର୍କ ଅଫିସର ନିଯୁକ୍ତ

ସିଡ୍‌ନୀ, ୮।୬(ପି.ଟି.): ଅଷ୍ଟ୍ରେଲିଆର ବିଶ୍ୱକପ୍‌ ବିଜୟୀ ଅଧନାୟକ ମାଇକେଲ କ୍ଲାର୍କଙ୍କୁ ଏକ ନୂଆ ତଥା ବଡ ଦାୟିତ୍ୱ ଦିଆଯିବା ସହ ସମ୍ମାନିତ କରାଯାଇଛି। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆରେ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ପୂର୍ବତନ ଅଧିନାୟକ ଆଲାନ ବର୍ଡର, ଷ୍ଟିଭ୍‌ ଓ୍ବ, ରିକି ପଣ୍ଟିଂ, ମାର୍କ ଟେଲର ଓ ବବ୍‌ ଥମ୍ପସନଙ୍କୁ ମଧ୍ୟ ଏହି ପଦରେ ନିଯୁକ୍ତ କରାଯାଇଥିଲା। ଫଳରେ ଏହି ପୂର୍ବତନ ଦୁଇ ଅଧିନାୟକଙ୍କ ସହ କ୍ଲାର୍କ ଜାତୀୟ ତଥା ରାଷ୍ଟ୍ରୀୟ ମାନ୍ୟତା ହାସଲ କରିଛନ୍ତି। କ୍ଲାର୍କଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଘରୋଇ ପରିବେଶରେ ୨୦୧୫ ଦିନିକିଆ ବିଶ୍ୱକପ୍‌ରେ ଟାଇଟଲ ହାସଲ କରିଥିଲା। ତାଙ୍କୁ ଅର୍ଡର ଅଫ୍‌ ଅଷ୍ଟ୍ରେଲିଆର ଜେନେରାଲ ଡିଭିଜନ୍‌ରେ ଆନ ଅଫିସର (ଏଓ) ଭାବେ ନିଯୁକ୍ତି ଦିଆଯାଇଛି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ମେଧାବୀ ସେବା କ୍ଲାର୍କଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
ଏହି ଖବର ମିଳିବା ପରେ କ୍ଲାର୍କ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ଏପ୍ରିଲ ଫୁଲ୍‌ ଭଳି ତାଙ୍କୁ ଜୁନ୍‌ରେ ବୋକା ବନାଇବାକୁ ଚେଷ୍ଟା କରାଯାଇଛି ବୋଲି ସେ ଭାବିଥିଲେ। ଏଥିରେ ଆଶ୍ଚର୍ଯ୍ୟ ହୋଇଥିଲି ଓ ଶେଷରେ ସମ୍ମାନ ବୋଧ କରିଥିଲି। କ୍ରିକେଟରେ କ୍ଲାର୍କଙ୍କ ଅସାଧାରଣ ଅବଦାନ ରହିଛି। ଜଣେ ଖେଳାଳି ଓ ଅଧିନାୟକ ଭାବେ ସେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲେ। ୨୦୧୫ ବିଶ୍ୱକପ୍‌ ପରେ ୩୯ ବର୍ଷୀୟ କ୍ଲାର୍କ କ୍ରିକେଟରୁ ଅବସର ନେଇଥିଲେ। ସେ ୧୧୫ ଟେଷ୍ଟ, ୧୪୫ ଦିନିକିଆ ଓ ୩୪ଟି ଟି୨୦ ଖେଳି ଯଥାକ୍ରମେ ୮୬୪୩, ୭୯୮୧ ଓ ୪୮୮ ରନ ସଂଗ୍ରହ କରିଥିଲେ।
ଅଷ୍ଟ୍ରେଲିଆରେ କ୍ରିକେଟ ସଂସ୍କୃତିରେ ପରିଣତ ହୋଇଛି। ଏହା ଆମ ରକ୍ତରେ ମିଶିକରି ରହିଛି। କ୍ରିକେଟକୁ ବାଦ୍‌ ଦେଲେ ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ କଥା ଚିନ୍ତା କରିହେବ ନାହିଁ। କୋଭିଡ୍‌-୧୯ ଯୋଗୁ କ୍ରିକେଟ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ କ୍ରିକେଟ ତଥା ଅନ୍ୟ କ୍ରୀଡ଼ାଗୁଡିକ ସ୍ଥିତି ବଞ୍ଚାଇବାକୁ ସକ୍ଷମ ହେବେ ଓ ଏଥିରେ ସଫଳତା ଲାଭ କରିବେ ବୋଲି କ୍ଲାର୍କ କହିଛନ୍ତି। ଏହି ମହାମାରୀ କାରଣରୁ ସାରା ବିଶ୍ୱ ଓ ଅଷ୍ଟ୍ରେଲିଆରେ କ୍ରିକେଟ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଥିପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ୩୦୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର କ୍ଷତି ସହିଛି। ଏବେ ସିଏ ଏହି କ୍ଷତିରୁ ମୁକୁଳିବା ପାଇଁ ଭାରତ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri