Posted inଖେଳ

ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍‌ ଆଉଟ୍‌ ଦେଇଥିବା ସ୍ବୀକାର କଲେ ବକ୍‌ନର

ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍‌ନର ଅନ୍ୟତମ ଥିଲେ। କିନ୍ତୁ ବକ୍‌ନରଙ୍କ କେତେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ଅମ୍ପାୟରିଂ କ୍ୟାରିୟରେ ଲୋକପ୍ରିୟତାକୁ ହ୍ରାସ କରାଇଥିଲା। ବକ୍‌ନର କରିଥିବା ୨ଟି ଚର୍ଚ୍ଚିତ ତ୍ରୁଟିକୁ ଏବେ ମଧ୍ୟ କ୍ରିକେଟ୍‌ ପ୍ରେମୀ ଭୁଲି ପାରୁନାହାନ୍ତି। ସେହି ଦୁଇଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ସେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ବିପକ୍ଷରେ ଦେଇଥିଲେ। ପ୍ରଥମଟି ୨୦୦୩ରେ ଦେଖିବାକୁ ମିଳିଥିଲା। ଗାବାରେ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଇନିଂସରେ ବକ୍‌ନର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ ଦେଇଥିଲେ। ପ୍ରତିପକ୍ଷ ଜାସନ ଗିଲେପ୍ସଙ୍କ ବଲକୁ ବାଉନ୍ସର ଭାବି ସଚିନ ବସି ପଡ଼ିଥିଲେ। କିନ୍ତୁ ବଲ୍‌ ଆସି ସଚିନଙ୍କ ହେଲ୍‌ମେଟ୍‌ରେ ବାଜିଥିଲା। ହେଲ୍‌ମେଟ୍‌ରେ ବାଜିଥିଲେ ମଧ୍ୟ ବଲ ଷ୍ଟମ୍ପ ଉପରେ ଯାଉଥିବା ସ୍ପଷ୍ଟ ଜଣାପଡ଼ୁଥିଲା। କିନ୍ତୁ ବକ୍‌ନର ସଚିନଙ୍କୁ ଏଲ୍‌ବିଡବ୍ଲ୍ୟୁ ଘୋଷଣା କରିଥିଲେ। ସେହିଭଳି ୨୦୦୫ରେ ଇଡେନ ଗାର୍ଡେନ୍ସରେ ପାକିସ୍ତାନ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସଚିନଙ୍କୁ ପୁଣିଥରେ ବକ୍‌ନରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିର ଶିକାର ହେବାକୁ ପଡ଼ିଥିଲା। ଅବଦୁଲ ରଜାକ୍‌ଙ୍କ ବଲ ସଚିନଙ୍କ ବ୍ୟାଟ୍‌ ସ୍ପର୍ଶ ନ କରି ଉଇକେଟ୍‌କିପରଙ୍କ ହାତକୁ ଯାଇଥିବାବେଳେ ମଧ୍ୟ ବକ୍‌ନର ଆଉଟ୍‌ ଦେଇଥିଲେ। ଏହି ୨ଟି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଲାଗି ବକ୍‌ନରଙ୍କୁ ସେ ସମୟରେ ବହୁତ ସମାଲୋଚନା ଶିକାର ହେବାକୁ ପଡ଼ିଥିଲା। ଏହାପରେ ୨୦୦୯ରେ ସେ ଅମ୍ପାୟରିଂରୁ ଅବସର ନେଇଥିଲେ। ତେବେ ଅବସର ନେବାର ଦୀର୍ଘ ୧୧ ବର୍ଷ ପରେ ସେହି ୨ଟି ନିଷ୍ପତ୍ତି ତ୍ରୁଟିପୂର୍ଣ୍ଣ ଥିଲା ବୋଲି ବକ୍‌ନର ସ୍ବୀକାର କରିଛନ୍ତି। ବାର୍ବାଡସରେ ଏକ ରେଡିଓକୁ ସାକ୍ଷାତ୍‌କାର ଦେବା ଅବସରରେ ୭୪ ବର୍ଷୀୟ ବକ୍‌ନର କହିଛନ୍ତି, ସଚିନଙ୍କୁ ୨ଥର ଆଉଟ୍‌ ଦେଇଥିଲି। ସେହି ୨ଟି ନିଷ୍ପତ୍ତି ଭୁଲ ଥିଲା। କୌଣସି ଅମ୍ପାୟର ଜାଣିଶୁଣି ଭୁଲ କରିବାକୁ ଚାହିଁବ ନାହିଁ। ଏହା ତାଙ୍କ ପାଇଁ ଭବିଷ୍ୟତରେ ବିପଦ ଆଣିପାରେ। ଇଡେନ ଗାର୍ଡେନ୍ସରେ ଦର୍ଶକ କ୍ଷମତା ଏକ ଲକ୍ଷ ରହିଛି। ଭାରତ ବ୍ୟାଟିଂ କଲାବେଳେ ଦର୍ଶକ ଯେଉଁଭଳି ପାଟି କରୁଥାନ୍ତି ସେଥିରେ କିଛି ଶୁଭି ନ ଥାଏ। ଏହା ଏଭଳି ଏକ ଭୁଲ ଥିଲା ଯାହାକୁ ନେଇ ମୁଁ ଖୁସି ନ ଥିଲି’ ବୋଲି ବକ୍‌ନର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଫାଇନାଲରେ ଏହି ୩ ପାକିସ୍ତାନୀ ଖେଳାଳି ଭାରତ ପାଇଁ କାଳ! ମ୍ୟାଚର ମୋଡ଼ ପଲଟାଇବାରେ ମାହିର, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ହେଲେ ରୋମାଞ୍ଚର କୌଣସି ଅଭାବ ରହେ ନାହିଁ। ଏବେ ଏସିଆନ ଗେମ୍ସ ୨୦୨୬ର ଫାଇନାଲରେ ଦୁଇ ଦଳ…

କ୍ରିକେଟରେ ବଡ଼ ନିୟମ ପରିବର୍ତ୍ତନ: ICC ଜାରି କଲା ନୂଆ ଗାଇଡଲାଇନ, ଏଣିକି ରନ୍‌ଆଉଟ୍‌ରେ…

ନୂଆଦିଲ୍ଲୀ,୧।୧୦: କ୍ରିକେଟରେ ଆଉ କିଛି ନିୟମ ବଦଳିଛି। ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନିୟମଗୁଡ଼ିକ ଅକ୍ଟୋବର ୧ କିମ୍ବା ଏହା ପରେ ଆରମ୍ଭ ହେଉଥିବା…

ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଲେ ଏହି ଖେଳାଳି; BCCI ପକ୍ଷରୁ ରିପ୍ଲେସମେଣ୍ଟ ଖେଳାଳିଙ୍କ ନାମ ଘୋଷଣା, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧।୧୦: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଭାରତୀୟ ଦଳରେ ହଠାତ ଏକ ପରିବର୍ତ୍ତନ କରିଛି। ବିଶେଷ ଭାବରେ, ୱେଷ୍ଟଇଣ୍ଡିଜ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦…

ଭାରତ ନା ପାକିସ୍ତାନ କିଏ ଜିତିବ ସ୍ବର୍ଣ୍ଣ ପଦକ? 2026 ଏସୀୟ କ୍ରୀଡାର ଫାଇନାଲରେ ମୁହାଁମୁହିଁ ହେବେ ଏମାନେ, ବୁଝନ୍ତୁ ଗଣିତ

ନୂଆଦିଲ୍ଲୀ,୧।୧୦: ୨୦୨୬ ଏସୀୟ କ୍ରୀଡ଼ାର ଫାଇନାଲ ମ୍ୟାଚ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଯାଉଛି। କ୍ରିକେଟ ପଡ଼ିଆରେ ପୁଣିଥରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?