ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇଲି

ମୁମ୍ବାଇ: ଅପ୍ରୀତିକର ମନ୍ତବ୍ୟ ପାଇଁ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀ ନୀରୁ ବାଜ୍‌ଓ୍ବା। ୧୯୯୮ରେ ଦେବାନନ୍ଦଙ୍କ ‘ମେଁ ସୋଲା ବରସ୍‌ କୀ’ ହିନ୍ଦୀ ଫିଲ୍ମରେ ସେ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଅଭିନେତ୍ରୀଙ୍କର ଶେଷ ପଞ୍ଜାବୀ ଫିଲ୍ମ ‘ଶାଡା’ ଶୁକ୍ରବାର ଦେଶବ୍ୟାପୀ ରିଲିଜ ହୋଇଛି। ତାଙ୍କ ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଦିଲ୍‌ଜିତ ଦୋସାଞ୍ଜ।
କ୍ୟାରିୟର କରିବାକୁ କାହିଁକି ଆଗେଇଲେ ନାହିଁ ପ୍ରଶ୍ନରେ ନୀରୁ କହିଲେ, ‘ଏକ ହିନ୍ଦୀ ଫିଲ୍ମ ପାଇଁ ଜଣକୁ ଭେଟିଥିଲି। ମୋତେ ଶୁଣାଇ ଦିଆଗଲା-ତୁମକୁ ଯାହା କୁହାଯିବ, ତାହା ଏଇଠି କରିବାକୁ ହେବ। ଏହା ଶୁଣି ଖୁବ୍‌ ଅସ୍ବସ୍ତିକର ଅନୁଭବ କରିବା ସହ ଏକମୁହାଁ ହୋଇ ସେଠାରୁ ଚାଲିଆସିଲି। ତା’ପରଠାରୁ ବଲିଉଡ୍‌ ଉଦ୍ୟମରେ ପୂର୍ଣ୍ଣଚ୍ଛେଦ ଟାଣିଛି।’
ପଞ୍ଜାବୀ ସିନେମାରେ ଅଭିନୟ କରି ବେଶ୍‌ ଖୁସି ଅଛନ୍ତି ବୋଲି ଅଭିନେତ୍ରୀ ପ୍ରକାଶ କରିଛନ୍ତି। ତାଙ୍କ ଅଭିନୀତ ‘ଶାଡା’ର ନିର୍ଦ୍ଦେଶନା ଦେଇଛନ୍ତି ଜଗଦୀପ ସିଦ୍ଧୁ। ଆଦୌ ବାହାହେବାକୁ ଚାହୁଁ ନ ଥିବା ଜଣେ ପଞ୍ଜାବୀ ବାଳିକାଙ୍କ ଜୀବନ କାହାଣୀକୁ ନେଇ ଏହି ଫିଲ୍ମ ନିର୍ମାଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

ସୋସିଆଲ ମିଡିଆରେ ଏମିତି ମନ୍ତବ୍ୟ ଦେଇ ନିଲମ୍ବିତ ହେଲେ ଶିକ୍ଷକ

ନୂଆପଡ଼ା,୨୩ା୫(ମକାରୁ ବେମାଲ):ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ନୂଆପଡ଼ା ଜିଲାର ଜଣେ ସହକାରୀ ଶିକ୍ଷକ ନିଲମ୍ବିତ ହୋଇଛନ୍ତି। ସୂଚନା ମୁତାବକ, ନୂଆପଡ଼ା ଜିଲା କୋମନା ବ୍ଲକ…

ସୋରିପଡ଼ା, ଖଲିଆପଡ଼ାରେ ଜଳ ସଙ୍କଟ: ପାଣି ଟୋପେ ପାଇଁ ହନ୍ତସନ୍ତ

ନୂଆପଡ଼ା,୨୩ା୫ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ପଞ୍ଚାୟତ ସୋରିପଡ଼ା ଓ ଖଲିଆପଡ଼ାରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ସୂଚନା ଅନୁଯାୟୀ ସୋରିପଡ଼ା ଗଁାରେ ୫୦ରୁ…

ଅଧରାତିରେ ଚାଲାଣ ହେଉଥିଲା ଗୋରୁ, ମାଡ଼ିବସିଲେ ଗ୍ରାମବାସୀ: ଆଉ ତା’ପରେ…

ମହାକାଳପଡ଼ା,୨୩।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ପିତାପାଟ ଗ୍ରାମ ପାଇଟାଳ କନ୍ଧା ବାଲି ମାଉଣ୍ଟଠାରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଗାଡ଼ିରେ…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

ଡୋନାଲ୍ଡ ଟ୍ରମ୍ପଙ୍କ ଝିଅକୁ ହତ୍ୟା କରିବାକୁ ଉଦ୍ୟମ! ହେଲା ବଡ଼ ପର୍ଦ୍ଦାଫାଶ, ଷଡ଼ଯନ୍ତ୍ର ରଚିଥିଲା…

ଓ୍‌ବାଶିଂଟନ୍‌,୨୩।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଖବର ଆସିଛି। ପ୍ରକୃତରେ, ତାଙ୍କ ଝିଅ ଇଭାଙ୍କା ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚେଷ୍ଟା…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri