ଅନୁଗୋଳ ପୋଲିସ ହାତରେ ୮ ଜଣିଆ ଗ୍ୟାଙ୍ଗ; ୩ ଘରେ ବୁଲାଇଥିଲେ କଳାକନା

ଅନୁଗୋଳ ଅଫିସ, ୧୧।୧୧:  ସହରର ବିଭିନ୍ନ ସ୍ଥାନରୁ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ଏକ ୮ ଜଣିଆ ଗ୍ୟାଙ୍ଗକୁ ଧରିବାରେ ସଫଳତା ପାଇଛି ଅନୁଗୋଳ ପୋଲିସ। ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର, ମୁଦି, ମଙ୍ଗଳସୁତ୍ର, ୪ଟି ଏଲଇଡି ଟିଭି, ଗୋଟିଏ ଲ୍ୟାପଟପ୍‌, ୩ଟି ମୋବାଇଲ, ଗୋଟିଏ ରୁପା ବ୍ରେସ୍‌ଲେଟ୍‌ ଓ ପାଉଁଜି ସହ ୨,୨୫୦ ଟଙ୍କା ଜବତ କରାଯାଇଛି। ପଚରାଉଚରା ପରେ ତିନୋଟି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ବେଲଗୁଣ୍ଠ ଗ୍ରାମର ମନୋଜ ନାଏକ(୨୮), ବାବୁଲି ଭୋଇ(୨୮), ମହେଶ୍ୱର ନାଏକ(୨୦), କାଳିଆ ଓରଫ ସୁଶାନ୍ତ ଭୋଇ(୩୦), ଜୁଆଙ୍ଗ ଭୋଇ(୫୦), ଜିତୁ ଓରଫ ଜିତେନ୍ଦ୍ର ସିଙ୍ଗିରିଆ(୨୧)ଙ୍କ ସହ ପୁରୁଣାକୋଟ ଥାନା ଗୋଠଭୂଇଁ ଅଞ୍ଚଳର କାହ୍ନୁ ଭୋଇ(୨୫), ହିନ୍ଦୋଳ ଥାନା କର୍ଣ୍ଣପୁରର ଶତ୍ରୁ ସାହୁ (୫୫)ଙ୍କୁ ଗିରଫ କରି ରବିବାର ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଗତ ୨୪ ତାରିଖରେ ହୋଇଥିବା ମାମଲା ନଂ ୮୭୬ର ତଦନ୍ତ ବେଳେ ପୋଲିସ ଏହି ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଥିବା ଜଣାପଡ଼ିଛି।
ପୋଲିସ କହିଛି, ଏହି ୮ ଜଣିଆ ଗ୍ୟାଙ୍ଗ ମାତ୍ର ୧୯ ଦିନରେ ପ୍ରଗତି ନଗରର ଦୁଇଟି ଘର ଓ ସୌଭାଗ୍ୟ ନଗରର ଗୋଟିଏ ଘରେ କଳାକନା ବୁଲାଇଥିଲେ। ଗିରଫ ଅଭିଯୁକ୍ତମାନେ ଦିନବେଳା ମଜୁରିଆ ଭାବେ କାମ କରୁଥିବାବେଳେ ଅପରାହ୍ନରେ ମେଳି ବାନ୍ଧି ବିଭିନ୍ନ ଅଞ୍ଚଳକୁ ଯାଇ ତାଲା ପଡ଼ିଥିବା ଘରକୁ ଟାର୍ଗେଟ କରିବା ସହ ରାତିରେ କବାଟ, ଗ୍ରୀଲ ଭାଙ୍ଗି ଚୋରି କରୁଥିଲେ। ଗତ ଅକ୍ଟୋବର ୧୦ ତାରିଖରେ ପ୍ରଗତି ନଗରରେ ରହୁଥିବା ସୁବାସ ସାହୁଙ୍କ ଘରେ ପ୍ରଥମେ ଚୋରି କରିଥିଲେ। ଏ ନେଇ ଅଭିଯୋଗ ପରେ ପୋଲିସ ନଂ. ୮୨୦/୧୯ରେ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା। ଏହି ଘଟଣାରେ ବେଲଗୁଣ୍ଠ ଗ୍ରାମର ମହେଶ୍ୱର, କାଳିଆ ଓରଫ ସୁଶାନ୍ତ, ଜୁଆଙ୍ଗ ସାମିଲ ଅଛନ୍ତି। ସୁବାସଙ୍କ ଘରୁ ଚୋରି ହୋଇଥିବା ରୁପା ବ୍ରେସଲେଟ, ପାଉଁଜି, ସୁନାମୁଦି, କସମେଟିକ୍‌ ଓ ୫ଶହ ଟଙ୍କା ଜବତ କରାଯାଇଛି। ସେହିପରି ପ୍ରଗତିନଗରରେ ରହୁଥିବା ଜଳଧର ପ୍ରଧାନଙ୍କ ଘରୁ ଗତ ୨୩ ତାରିଖରେ ସୁନା ଚେନ୍‌, ମୁଦି, ଲ୍ୟାପଟପ୍‌, ଟିଭି, ରୂପାର ମେମୋଣ୍ଟ ଓ କପଡ଼ା ଚୋରି ହୋଇଥିବା ଅଭିଯୋଗ ପରେ ନଂ. ୮୭୬/୧୯ରେ ମାମଲା ରୁଜୁ କରାଯାଇଥିଲା। ଏହି ଘଟଣାରେ କାହ୍ନୁ, ମନୋଜ, ଶତ୍ରୁ ଓ ବାବୁଲିଙ୍କ ସମ୍ପୃକ୍ତି ରହିଛି। ଜଳଧରଙ୍କ ଘରୁ ଚୋରି ଗୋଟିଏ ଟିଭି, ଲ୍ୟାପଟପ୍‌, ମୋବାଇଲ ଓ ଦୁଇଟି ରୂପାର ଉପଢ଼ୌକନ ଜବତ କରାଯାଇଛି। ଗତ ୨୯ ତାରିଖରେ ସୌଭାଗ୍ୟ ନଗରରେ ଭଡ଼ାରେ ରହୁଥିବା ଦୁର୍ଯ୍ୟୋଧନ ସାହୁଙ୍କ ଘରୁ ମଧ୍ୟ ଚୋରି ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ନଂ. ୮୯୬/୧୯ରେ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଏହି ଘଟଣାରେ ମହେଶ୍ୱର, କାହ୍ନୁ ଓ ଜିତୁଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ସେମାନଙ୍କ ନିକଟରୁ ଗୋଟିଏ ସୁନା ହାର ଓ ୧୭୨୦ ଟଙ୍କା ଜବତ କରାଯାଇଛି। ସ୍ପେଶାଲ ସ୍କ୍ବାଡ୍‌ ଏସ୍‌ଆଇ ଦୀନକୃଷ୍ଣ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ଅନୁଗୋଳ ପୋଲିସର ଟିମ୍‌ ମିଳିତ ଚଢ଼ାଉ କରି ଦୁର୍ବୃତ୍ତମାନଙ୍କୁ ଧରିଥିତ୍ବା ବେଳେ ଏସ୍‌ଆଇ ବିପ୍ଳବ ସାହୁ, ତୁଷାର ମହାନ୍ତି ଓ ଏଏସ୍‌ଆଇ ଜୟଚନ୍ଦ୍ର ସାହୁ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ଏବେ ବି…

ବରୀ,୧୪।୯(ମହେନ୍ଦ୍ର ସ୍ବାଇଁ/ଶୁଭାଶିଷ ରାଉତ ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା…

ଘରେ ଶୋଇଥିଲେ ବ୍ୟବସାୟୀ: ହଠାତ୍‌ ଲାଗିଲା ନିଆଁ, ଆଉ ତା’ପରେ…

ରାଉରକେଲା,୧୪।୯(ସଙ୍ଗୀତା ଜେନା): ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ମଧୁସୂଦନ ପଲ୍ଲୀରେ ରବିବାର ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁରେ ପୋଡ଼ି ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ…

ଆସନ୍ତାକାଲି ନୂଆଖାଇ: ପୂଜା ପାଇଁ ଘର ଘର ବୁଲି ଚାଉଳ ସଂଗ୍ରହ

କେସିଙ୍ଗା, ୧୪।୯ (ତୁମେଶ୍ୱର ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇକୁ ନେଇ ସବୁଠି ଉତ୍ସାହ ଓ ଆନନ୍ଦର ପରିବେଶ। ଆସନ୍ତାକାଲି ନୂଆଖାଇ ପାଳନ ହେବାକୁ ଥିବାବେଳେ ଗରିବଠାରୁ…

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?