ଅନୁଗୋଳ ପୋଲିସ ହାତରେ ଲେଡି ଡକାୟତ ଗ୍ୟାଙ୍ଗ : ମାଷ୍ଟର ମାଇଣ୍ଡ, ୨ ସହଯୋଗୀ ଗିରଫ

ଅନୁଗୋଳ ଅଫିସ, ୬।୬ – ଅନୁଗୋଳ ପୋଲିସକୁ ମିଳିଛି ବଡ଼ ସଫଳତା। ଲିଫ୍ଟ ମାଗି ଡକାୟତି କରୁଥିବା ଏକ ଲେଡି ଡକାୟତ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ। ୧୫ ମାସ ବିଳମ୍ବ ହେଲେ ବି ଉକ୍ତ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବନ୍ତଳା ଥାନା ଚଟିଆଗଜି ଅଞ୍ଚଳର ସୁଷମା ନାଏକ(୨୪), ତାଙ୍କ ସ୍ବାମୀ ଜିତେନ୍ଦ୍ର ନାଏକ(୨୫) ଓ ସହଯୋଗୀ ଅନୁଗୋଳ ଥାନା ଘୁଞ୍ଜୁପାଳର କାହ୍ନା ଓରଫ ତପନ କୁମାର ନାଏକ(୨୪)କୁ ପୋଲିସ ଗିରଫ କରିଛି। ଅନ୍ୟଜଣେ ମହିଳା ସହଯୋଗୀ ଫେରାର ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। କୁରୁଡ଼ୁଲୁ-ଏଫସିଆଇ ରାସ୍ତାରେ ୨୦୧୮ରେ ହୋଇଥିବା ଏକ ଡକାୟତି ଅଭିଯୋଗକୁ ନେଇ ପୋଲିସ ନଂ. ୧୦୬/୧୮ରେ ମାମଲା ରୁଜୁ କରିଥିଲା। ଉକ୍ତ ଗ୍ୟାଙ୍ଗକୁ ଧରିବାକୁ ସେବେଠାରୁ ଉଦ୍ୟମ ଜାରି ରହିଥିଲା ବୋଲି ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ ସୂଚନା ଦେଇଛନ୍ତି। ଗିରଫ ଡକାୟତଙ୍କ ନିକଟରୁ ଗୋଟିଏ ସୁନା ମୁଦି ଓ ଏକ ବାଘ ନଖ ଲକେଟ ଉଦ୍ଧାର କରାଯାଇଛି।
ପୋଲିସ କହିଛି, ଅନୁଗୋଳ ଥାନା କୁରୁଡ଼ୁଲୁ-ଏଫସିଆଇ ରାସ୍ତାରେ ୨୦୧୮ ଫେବୃୟାରୀରେ ଅକ୍ଷୟ କୁମାର ଦାସ ଏକ ଗାଡ଼ିରେ ଫେରୁଥିବାବେଳେ ଦୁଇ ଜଣ ମହିଳା ତାଙ୍କୁ ଲିଫ୍ଟ ମାଗିଥିଲେ। ସେ ଗାଡ଼ି ରଖିବା ପରେ ଲେଡି ଡକାୟତ ସୁଷମା ଓ ଗ୍ୟାଙ୍ଗର ଅନ୍ୟମାନେ ମୁଖା ପିନ୍ଧି ଅକ୍ଷୟଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ଏହାପରେ ଅକ୍ଷୟଙ୍କୁ ଏକ ଗଛରେ ବାନ୍ଧି ସୁନା ମୁଦି, ନଗଦ ଟଙ୍କା ଛଡ଼ାଇ ନେଇଥିଲେ। ମାଡ଼ମାରି ଏଟିଏମ୍‌ ନେଇ ୩୦ ହଜାର ଟଙ୍କା ଉଠାଇ ନେଇଥିଲେ। ଘଟଣାର ତଦନ୍ତ କରୁଥିବା ପୋଲିସ ଏହି ଗ୍ୟାଙ୍ଗକୁ ଧରିବା ପାଇଁ ଉଦ୍ଦ୍ୟମ କରୁଥିଲେ ମଧ୍ୟ ବିଫଳ ହେଉଥିଲା। ତେବେ ଲେଡି ଡକାୟତ ସୁଷମା ଚଟିଆଗଜିରେ ଥିବା ଅନୁଗୋଳ ପୋଲିସ ଖବରପାଇ ଚଢ଼ାଉ କରିଥିଲା। ସୁଷମା ଓ ଜିତେନ୍ଦ୍ରଙ୍କୁ ଧରିବା ପରେ କାହ୍ନାଙ୍କୁ ଗିରଫ କରିଥିଲା। ସମସ୍ତଙ୍କୁ ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri