ଜିମ୍ବାଓ୍ବେ ସବୁଠୁ ଦୁଃଖୀ

ଓ୍ବାଶିଂଟନ୍‌,୨୫ା୫: ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକୁ ନେଇ ହାଙ୍କେସ୍‌ ଆନୁଆଲ ମିଜରି ଇଣ୍ଡେକ୍ସ (ଏଚ୍‌ଏଏମ୍‌ଆଇ)୨୦୨୨ ତାଲିକା ପ୍ରକାଶ ପାଇଛି। ଉକ୍ତ ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେ ହେଉଛି ସବୁଠୁ ଦୁର୍ଦ୍ଦଶାପୂର୍ଣ୍ଣ ରାଷ୍ଟ୍ର। ୧୫୭ଟି ଦେଶ ସମ୍ପର୍କରେ ବିଶ୍ଳେଷଣ କରାଯାଇ ଏହି ମିଜରି ଇଣ୍ଡେକ୍ସ ପ୍ରସ୍ତୁତ କରାଯାଇଛି।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ବେରୋଜଗାରି, ମୁଦ୍ରାସ୍ଫୀତି ଏବଂ ଋଣ ବୋଝରୁ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ବାର୍ଷିକ ପରିବର୍ତ୍ତନକୁ ଆଧାରକରି ବିଶିଷ୍ଟ ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାଙ୍କେ ଏହି ସୂଚକାଙ୍କ ପ୍ରସ୍ତୁତ କରିଛନ୍ତି। ତାଲିକାର ଶୀର୍ଷରେ ଜିମ୍ବାଓ୍ବେ ପରେ ଭେନିଜୁଏଲା, ସିରିଆ, ଲେବାନନ୍‌, ସୁଦାନ ଭଳି ରାଷ୍ଟ୍ର ରହିଛନ୍ତି।

ଟପ୍‌ ୧୫ ଦୁଃଖୀ ରାଷ୍ଟ୍ର ମଧ୍ୟରେ ଆର୍ଜେଣ୍ଟିନା, ୟେମେନ, ୟୁକ୍ରେନ୍‌, କ୍ୟୁବା, ତୁର୍କୀ, ଶ୍ରୀଲଙ୍କା, ହାଇତି, ଆଙ୍ଗୋଲା, ଟୋଙ୍ଗାଓ ଘାନାକୁ ସ୍ଥାନ ମିଳିଛି। ସୂଚକାଙ୍କ ଅନୁସାରେ ଜିମ୍ବାଓ୍ବେରେ ପୂର୍ବତନ ରାଷ୍ଟ୍ରପତି ଏମର୍ସନ ନାନ୍‌ଗଓ୍ବା ଏବଂ ତାଙ୍କ ନେତୃତ୍ୱାଧୀନ ଜେଡ୍‌ଏଏନ୍‌ୟୁ-ପିଏଫ୍‌ ଏକ ରାଜନୈତିକ ଦଳ ପରିବର୍ତ୍ତେ ପଲିଟିକାଲ ମାଫିଆ ଭାବେ କାର୍ଯ୍ୟ କରିଥାଏ। ଏହାର ନୀତିଗୁଡ଼ିକ ଦେଶ ପାଇଁ ବହୁ ଦୁର୍ଦ୍ଦଶା ଆଣିଦେଇଛି।

ଗତବର୍ଷ ଜିମ୍ବାଓ୍ବେରେ ବାର୍ଷିକ ମୁଦ୍ରାସ୍ଫୀତି ୨୪୩.୮% ଏବଂ ଲ୍ୟାଣ୍ଡିଂ ରେଟ୍‌ ୧୩୧.୮% ରହିଥିଲା। ଏହି ତାଲିକାର ୧୦୩ତମ ସ୍ଥାନରେ ଭାରତ ରହିଛି। ଭାରତରେ ବେକାରି ସମସ୍ୟାକୁ ଏଥିପାଇଁ ଦାୟୀ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱର ସବୁଠୁ ସୁଖୀ ଦେଶ ଫିନ୍‌ଲାଣ୍ଡକୁ ମିଜରେବଲ ରାଷ୍ଟ୍ର ତାଲିକାରେ ୧୦୯ତମ ସ୍ଥାନ ମିଳିଛି। ସମ୍ପ୍ରତି ଆର୍ଥିକ ଓ ରାଜନୈତିକ ଅସ୍ଥିରତା ଦେଇ ଗତି କରୁଥିବା ପାକିସ୍ତାନ ବିଶ୍ୱର ୩୫ତମ ଦୁଃଖୀ ରାଷ୍ଟ୍ର ବୋଲି ଏଥିରେ ଦର୍ଶାଯାଇଛି। ସବା ତଳେ ଅର୍ଥାତ୍‌ ୧୫୭ତମ ସ୍ଥାନରେ ସୁଇଜରଲାଣ୍ଡ ରହିଛି।

ଅନ୍ୟ କମ୍‌ ଦୁଃଖୀ ଦେଶଗୁଡ଼ିକ ହେଲା କୁଏଟ୍‌(୧୫୬), ଆୟର୍ଲାଣ୍ଡ (୧୫୫), ଜାପାନ(୧୫୪), ମାଲେସିଆ(୧୫୩), ତାଇଓ୍ବାନ୍‌ (୧୫୨) ଓ ଥାଇଲାଣ୍ଡ (୧୫୧)। ଆମେରିକା ୧୩୪ ତମ ସ୍ଥାନରେ ଥିବାବେଳେ ଋଷିଆ (୭୬), ଭାରତର ପଡ଼ୋଶୀ ଦେଶ ବାଂଲାଦେଶ (୧୧୫), ଶ୍ରୀଲଙ୍କା (୧୧), ମ୍ୟାନ୍‌ମାର (୩୯), ନେପାଳ (୬୩) ଏବଂ ଚାଇନା ୧୪୨ ତମ ସ୍ଥାନରେ ରହିଛି।

 

ଭାରତର ଦୁଃଖ ବେରୋଜଗାରି

ଭାରତରେ ହୁ ହୁ ବଢ଼ିବାରେ ଲାଗିଛି ବେକାରି ସମସ୍ୟା। ବଜାରରେ ଆଶାୟୀଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଦକ୍ଷତା ଅନୁସାରେ ନିଯୁକ୍ତି ସୁଯୋଗ ଉପଲବ୍ଧ ନ ଥିବାରୁ ବେରୋଜଗାରଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ୨୦୨୩ ମାର୍ଚ୍ଚରେ ଦେଶର ବେକାରି ହାର ୭.୮% ଥିବାବେଳେ ଏପ୍ରିଲ ବେଳକୁ ଏହା ୮.୧୧%କୁ ଛୁଇଁଥିଲା, ଯାହାକି ଗତ ଡିସେମ୍ବର ପରଠୁ ସର୍ବାଧିକ। କେନ୍ଦ୍ର ସରକାର ପ୍ରତିଶ୍ରୁତି ମୁତାବକ ଶିକ୍ଷିତ ଯୁବତୀଯୁବକଙ୍କୁ କର୍ମନିଯୁକ୍ତି ଯୋଗାଇବାରେ ବିଫଳ ହୋଇଥିବାରୁ ଏହି ସମସ୍ୟା ଉତ୍କଟ ରୂପ ଧାରଣ କଲାଣି। ଅବସ୍ଥା ଏପରି ହେଲାଣି ଯେ, ପାଠଶାଠ ପଢ଼ି ଚାକିରି ପାଇଁ ନୟାନ୍ତ ହେବା ପରେ ଆଶାୟୀମାନେ ଏବେ ଆଶାଶୂନ୍ୟ ହୋଇପଡ଼ିଛନ୍ତି। ସେମାନେ ଚାକିରି ଖୋଜିବା ବନ୍ଦ କରିଦେଇଥିବା ସେଣ୍ଟର୍‌ ଫର୍‌ ମନିଟରିଂ ଇଣ୍ଡିଆନ୍‌ ଇକୋନୋମି (ସିଏମ୍‌ଆଇଇ) ଏକ ରିପୋର୍ଟରେ ଉଲ୍ଲେଖ କରିଛି। ଏହା କେବଳ ତୃତୀୟ ଥର କ୍ଷମତା ଆଶାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୨୦୨୪ ସାଧାରଣ ନିର୍ବାଚନ ବେଳେ ଚ୍ୟାଲେଞ୍ଜ ସୃଷ୍ଟି କରିବ ତାହା ନୁହେଁ, ଭାରତର ବେକାରି ସମସ୍ୟା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦୃଷ୍ଟି ଆକର୍ଷଣ କଲାଣି। ଏଥିଲାଗି ବିଶ୍ୱର ସବୁଠୁ ଦୁଃଖୀ ରାଷ୍ଟ୍ରଗୁଡ଼ିକର ତାଲିକାରେ ଭାରତ ସ୍ଥାନ ପାଇଛି। ବିଶିଷ୍ଟ ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାଙ୍କେ ୧୫୭ଟି ଦେଶକୁ ନେଇ ବିଭିନ୍ନ ମାପଦଣ୍ଡ ଆଧାରରେ ପ୍ରସ୍ତୁତ କରିଥିବା ଆନୁଆଲ ମିଜରି ଇଣ୍ଡେକ୍ସରେ ଭାରତ ୧୦୩ତମ ସ୍ଥାନରେ ରହିବା ସରକାରଙ୍କ ନୀତି ପ୍ରଣୟନର ଉଦ୍ଦେଶ୍ୟ ଏବଂ କାର୍ଯ୍ୟାନ୍ବୟନ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?