ଜୁଆଙ୍ଗ ମୃତ୍ୟୁ ରାଜ୍ୟବାସୀଙ୍କୁ କରିଛି ଲଜ୍ଜିତ, ତୁରନ୍ତ ଆଦିବାସୀ ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ଦାବି

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସୁଦୂର ତାମିଲନାଡୁରେ ଥିବା ଏକ ଖାଦ୍ୟ ପ୍ରକ୍ରିୟାରଣ ଶିଳ୍ପରେ କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛି ବିଜେଡିର ତଥ୍ୟ ଅନୁସନ୍ଧାନକାରୀ ଦଳ। ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗଠିତ ହୋଇଥିବା ବିଜେଡି ତଥ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ଗୁରୁବାର କେନ୍ଦୁଝର ଜିଲାରେ ତେଲକୋଇ, ବାଂଶପାଳ ଓ ହରିଚନ୍ଦନପୁର ଗସ୍ତ କରି ମୃତ୍ୟୁବରଣ କରିଥିବା ବାଳିକାଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କୁ ଭେଟିବା ସହିତ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ କେନ୍ଦୁଝର ରୋଟାରୀ କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବୋଧିତ କରି କେନ୍ଦୁଝର ଜିଲାର ଦୁଇଟି ଘଟଣା ଜିତୁ ମୁଣ୍ଡାଙ୍କ କଙ୍କାଳ ବୋହିବା ଓ ୧୫ଜଣ ଆଦିମ ଜନଜାତି ଜୁଆଙ୍ଗ ବାଳିକାଙ୍କ ମୃତ୍ୟୁ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ଆଲୋଡ଼ନ ଖେଳାଇ ଦେଇଥିବାବେଳେ ପ୍ରଶାସନ କେନ୍ଦୁଝର ଜିଲାରେ ବିଫଳ ହୋଇଛି ବୋଲି ପ୍ରକାଶ କରିଥିଲେ। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗୁରୁତର ଭାବେ ନେଇ ତାଙ୍କ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀଙ୍କୁ ଘଟଣାସ୍ଥଳକୁ ପଠାଇବା ପାଇଁ ବିଜେଡି ଦାବି କରିଛି। ରାଜ୍ୟରେ ଥିବା ୧୩ଟି ଆଦିମ ଜନଜାତି ଆଜି ବିଶେଷ ଭାବରେ ଅବହେଳିତ ଅବସ୍ଥାରେ ଥିବାବେଳେ କୁବେରପୁରୀ କେନ୍ଦୁଝରରେ ଦାରିଦ୍ର୍ୟ ସୀମା ଲଂଘନ କରିଛି । କେନ୍ଦୁଝର ଜିଲାର ଏହି ଜୁଆଙ୍ଗ ଜନଜାତିମାନଙ୍କ ପାଇଁ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଜୁଆଙ୍ଗ ଉନ୍ନୟନ ସଂସ୍ଥା, ମନରେଗା ଯୋଜନା, ଭିବିଜି-ରାମଜି, ଜିବୀକା ମିଶନ, ବ୍ଲକ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଆଦି ବିଫଳ ହୋଇଥିବା କଥା ଦାସବର୍ମା ପ୍ରକାଶ କରିଛନ୍ତି ।

କେନ୍ଦୁଝର ଜିଲାର୧୪ଜଣ ଜୁଆଙ୍ଗ ବାଳିକା ଓ ଢେଙ୍କାନାଳ ଜିଲାର କାମାକ୍ଷାନଗରର ଜଣେ ବାଳିକାଙ୍କ ମଧ୍ୟରୁ ଅନେକ ଶିଶୁ ଅଛନ୍ତି, ଯେଉଁମାନେ ସ୍କୁଲ ଯିବା କଥା ସେମାନେ ଦାଦନ ଖଟିବାକୁ ଯାଇଥିବାବେଳେ କେତେ ଜଣ ଜୁଆଙ୍ଗ ଦାଦନ ଖଟିବାକୁ ଯାଇଛନ୍ତି,କେତେ ଜଣଙ୍କର ଶବ ଫେରିଛି, କେତେଜଣ ଚିକିତ୍ସିତ ହେଉଛନ୍ତି ଆଉ କେତେ ଜଣ ଅଛନ୍ତି ତାହା ରାଜ୍ୟବାସୀ ଜାଣିବାର ଅଧିକାର ଅଛି ବୋଲି ଦାମବର୍ମା କହିଛନ୍ତି। ଡବଲ ଇଞ୍ଜିନ ସରକାର ପ୍ରତ୍ୟେକଟି କ୍ଷେତ୍ରରେ ବିଫଳ ହୋଇଛନ୍ତି ବୋଲି ସେ କହିଥିବାବେଳେ କେନ୍ଦୁଝର ଜିଲା ପ୍ରଶାସନ ଶତକଡ଼ା ୯୦ପ୍ରତିଶତ ଜୁଆଙ୍ଗ ଗ୍ରାମକୁ ଯାଇନାହାନ୍ତି ବୋଲି ପୂର୍ବତନ ମନ୍ତ୍ରୀ ଦାସବର୍ମା ଅଭିଯୋଗ କରିଥିଲେ। ଜିତୁ ମୁଣ୍ଡା ଘଟଣା ସହ ଜୁଆଙ୍ଗଙ୍କ ମୃତ୍ୟୁ ପ୍ରମାଣିତ କରିଛି ଯେ, ରାଜ୍ୟରେ ଓ କେନ୍ଦୁଝର ଜିଲାରେ ବ୍ୟବସ୍ଥା ବିଫଳ ହୋଇଛି। କେବଳ ପ୍ରଚାରରେ ଦେଶ ବା ରାଜ୍ୟର ବିକାଶ ହୁଏ ନାହିଁ,ଏଥିପାଇଁ ନିଷ୍ଠା ଓ ଆଗ୍ରହ ଆବଶ୍ୟକ ବୋଲି ସେ କହିଥିବାବେଳେ ଜୁଆଙ୍ଗମାନଙ୍କୁ ବିକାଶର ଧାରାକୁ ତ୍ୱରାନ୍ବିତ କରିବାକୁ ସେ ଦାବି କରିଥିଲେ।

କେନ୍ଦୁଝର ଜିଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ ଯେ, ଜୁଆଙ୍ଗ ଗାଁଗୁଡ଼ିକକୁ ସବୁଦିନିଆ ରାସ୍ତା ହେବା ଆବଶ୍ୟକ। ଅତୀତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ସବୁଦିନିଆ ରାସ୍ତା ହୋଇଥିବାବେଳେ ଏବେ ବର୍ଷାରେ କଟ୍‌ ଅଫ୍‌ ହୋଇଥିବା ଗାଁଗୁଡ଼ିକ ପ୍ରତି ସରକାର ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭାବରେ ରାସ୍ତା କରିବା ଆବଶ୍ୟକ। ଏହି ସାମ୍ବାଦିକ ସମ୍ମିଳନୀରେ ସୋର ବିଧାୟକ ମାଧବ ଧଡ଼ା, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୂର୍ବତନ ଏମ୍‌ପି ମାଧବ ସର୍ଦ୍ଦାର, ପୂର୍ବତନ ବିଧାୟକ ଜଗନ୍ନାଥ ନାୟକ, ମୟୂରଭଞ୍ଜ ଜିଲାର ବରିଷ୍ଠ ବିଜେଡି ନେତା ଦେବାଶିଷ ମାରାଣ୍ଡି, ଧନୁର୍ଜୟ ସିଦ୍ଦୁ, ଜିଲା ଯୁବ ଜନତା ଦଳ ସଭାପତି ରାକେଶ ରାମ, ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ, ମୀନା ମାଝୀ, ଜିଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରମୋଦ ପଟ୍ଟନାୟକ, ଜିଲା କୋଷାଧ୍ୟକ୍ଷ ରକ୍ଷାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁବରଣ କରିଥିବା ଜୁଆଙ୍ଗ ପରିବାରଙ୍କୁ ବିଜେଡି ପକ୍ଷରୁ ୨୦ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

ନେପାଳରେ ପୁଣି ଜଳପ୍ରଳୟ! ଶୋଇଥିଲେ ଲୋକେ, ହଠାତ ଭାସିଗଲା ୩ ପୋଲ, ଅନେକ ଘରେ ପଶିଲା ପାଣି

କାଠମାଣ୍ଡୁ,୧୧।୧୦: ନେପାଳର ଗୋରଖା ଜିଲାର ବୁଢ଼ୀ ଗଣ୍ଡକୀ ନଦୀରେ ହଠାତ ଆସିଥିବା ପ୍ରବଳ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ତିନୋଟି ପୋଲ ଭାସିଯାଇଥିବା ବେଳେ ବନ୍ୟାଜଳ…

ରିୟାଦ ବିମାନବନ୍ଦର ଉପରେ ବଡ଼ ଧରଣର ଆକ୍ରମଣ; ୧୨ ମୃତ ୩୦୦ରୁ ଅଧିକ ଆହତ

ରିଦ,୧୧।୧୦: ସାଉଦି ଆରବ ଏବଂ ୟେମେନର ହୁଥି ବିଦ୍ରୋହୀଙ୍କ ମଧ୍ୟରେ କ୍ରମାଗତ ଆକ୍ରମଣ ଜାରି ରହିଛି। ସମ୍ପ୍ରତି, ହୁଥି ବିଦ୍ରୋହୀମାନେ ସାଉଦି ଆରବର ରାଜଧାନୀ ରିୟାଦସ୍ଥିତ ‘କିଙ୍ଗ…

ଚେକିଂ ବେଳେ ଧରାପଡ଼ିଲେ ବାପ-ପୁଅ, ୨ ଦେଶୀ ବନ୍ଧୁକ ସହ ବିପୁଳ ଗୁଳି ଜବତ

ହାଟଡିହୀ/ଆନନ୍ଦପୁର/ଛେନାପଦୀ,୧୧ା୧୦(ଶୁଭକାନ୍ତ ନାୟକ/ ଶ୍ରୀଧର ମହାରଣା/ ନିରାକାର ପରିଡ଼ା): ପାର୍ବଣକୁ ଦୃଷ୍ଟିରେ ରଖି କେନ୍ଦୁଝର ପୋଲିସ କଡ଼ା ପଦକ୍ଷେପ ନେଇଛି। ଆନନ୍ଦପୁର ଉପଖଣ୍ଡରେ ପ୍ରଥମଥର ପାଇଁ ପୋଲିସ ଏକ…

ମାନସିକ ଅସୁସ୍ଥ ମହିଳାଙ୍କୁ ବଳାତ୍କାର ଉଦ୍ୟମ କଲାବେଳେଯୁବକଙ୍କୁ ମାଡ଼ିବସିଲେ ଲୋକେ: ବହେ ଛେଚିଲେ

ପୁରୀ,୧୦।୧୦: ପୁରୀ ଜିଲା ଚନ୍ଦନପୁର ଥାନା ଅନ୍ତର୍ଗତ ଜଳକବର ନିକଟରେ ଜଣେ ମାନସିକ ଅସୁସ୍ଥ ମହିଳାଙ୍କୁ ଜଣେ ନିଶାସକ୍ତ ଯୁବକ ବଳାତ୍କାର ଉଦ୍ୟମ କରିଥିବା ଅଭିଯୋଗକୁ ନେଇ…

ଏନକ୍ଲୋଜର୍ ଭିତରକୁ ପଶିଗଲେ ବ୍ୟକ୍ତି, ଝୁଣି ଖାଇଲା ରକ୍ତମୁଖା ବାଘ, ପୂରା ଘଟଣା ଜାଣିଲେ…

ଲଣ୍ଡନ,୧୧ା୧୦: ଇଂଲଣ୍ଡର ୟର୍କସାୟର୍ ଓ୍ବାଇଲ୍ଡଲାଇଫ୍‌ ପାର୍କରେ ଜଣେ ବ୍ୟକ୍ତି ବାଘ ରହୁଥିବା ଏନକ୍ଲୋଜର୍ (ଖୁଆଡ଼) ଭିତରକୁ ପଶିଯିବା ପରେ ବାଘ ଆକ୍ରମଣର ଶିକାର ହୋଇ ପ୍ରାଣ ହରାଇଛନ୍ତି।…

ଶୁକ୍ର-ମଙ୍ଗଳଙ୍କ ଯୋଗରେ ବଡ଼ ପରିବର୍ତ୍ତନ! ମେଷ, ମକର ସମେତ ୪ ରାଶିଙ୍କର ହେବ ଧନହାନି, ପାଖରୁ ପଳାଇବ ଟଙ୍କା!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ର ଗ୍ରହ ତୁଳା ରାଶିରେ ଏବଂ ମଙ୍ଗଳ ଗ୍ରହ କର୍କଟ ରାଶିରେ ଅବସ୍ଥାନ କରୁଛନ୍ତି। ଶୁକ୍ରଙ୍କୁ ଧନ, ସୁଖ-ସୁବିଧା ଓ ସମ୍ପର୍କର…

ସ୍କୁଟି ଧକ୍କାରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ

ବଲାଙ୍ଗୀର, ୧୧।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସଇଁତଳା ୨୬ ନମ୍ବର ଜାତୀୟ ରାଜପଥର ବିଜାଖମନ ନର୍ସରୀ ନିକଟରେ ରବିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?