ଜାତୀୟ ରାଜପଥରେ ମେଡିଆନ୍‌ ଗଛ ଶୂନ

କେନ୍ଦୁଝର,୧୩ା୧୦(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଯାଇଥିବା ଜାତୀୟ ରାଜପଥ ୪୯ର ଅନେକ ସ୍ଥାନରେ ରାସ୍ତା ମଝିରେ ହୋଇଥିବା ବୃକ୍ଷରୋପଣ (ମେଡିଆନରେ ଗଛ) ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ମରି ଯାଇଛି। ତେବେ ବର୍ଷେ ନ ପୂରୁଣୁ ଏଭଳି ଗଛ ଶୂନ ହୋଇଯିବା ସମସ୍ତଙ୍କୁ ଚକିତ କରିଛି। ଫଳରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଲଗାଯାଇଥିବା ଚାରା ପାଣିରେ ପଡ଼ିଯାଇଛି। ସେହିପରି ରାସ୍ତାକଡ଼ରେ ଲାଗିଥିବା ଗଛ ବହୁ ସ୍ଥାନରେ ନଷ୍ଟ ହୋଇଯାଇଥିଲେ ହେଁ ପୁଣି ଥରେ ବୃକ୍ଷରୋପଣ କରାଯାଇନାହିଁ।

ପ୍ରକାଶ ଯେ, କେନ୍ଦୁଝର ଦେଇ ଯାଇଥିବା ରାଜପଥ ମେଡିଆନ୍‌ରେ ଓ ରାସ୍ତା ଉଭୟ ପାର୍ଶ୍ୱରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବରୁ ବାଇପାସ୍‌ ରାସ୍ତା ବେଲଦାଠାରୁ ଧୃର୍ପଦା ଏବଂ ଅଞ୍ଜରଠାରୁ ଶୁଆକାଟୀ ମଧ୍ୟରେ ମେଡିଆନରେ ଗଛ ମରି ଯାଇଛି। ମେଡିଆନ୍‌ରେ ଗଛ ନ ଥିବାରୁ ରାତିରେ ଗାଡ଼ି ଚଳାଚଳ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଅପରପାର୍ଶ୍ୱରୁ ଆସୁଥିବା ଗାଡ଼ି ଲାଇଟ୍‌ ସିଧାସଳଖ ଚାଳକଙ୍କ ଆଖିରେ ପଡୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କନିଅରକୁ ବାଦ୍‌ ଦିଆଯାଇ ଟଗର, ବୋଗନଭିଲିଆ, କାଲଆନ୍ଧ୍ରା, ସୀତାଫଳ, ଟେକୋମି ଆଦି ବୃକ୍ଷରୋପଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମେଡିଆନ୍‌ ବୃକ୍ଷରୋପଣରେ ଏହି ଗଛ ସାମିଲ କରି ଲଗାଯିବାକୁ କୁହାଯାଇଥିଲେ ମଧ୍ୟ ପ୍ରକୃତ ପକ୍ଷେ ଗଛ ନ ଥିବାରୁ ଠିକାଦାରଙ୍କ କାମ ଉପରେ ସନ୍ଦେହ ସୃଷ୍ଟି ହେଉଛି। ବର୍ଷାଦିନ ସରିଥିବା ବେଳେ ମେଡିଆନରେ ମରିଥିବା ଗଛ ସ୍ଥାନରେ ନୂତନ ଗଛ ଲଗାଯାଇନାହିଁ। ବର୍ଷାଦିନ ଆରମ୍ଭରୁ ଏହା ଲଗାଯାଇଥିଲେ ଅଧିକ ଗଛ ବଞ୍ଚତ୍ଥାନ୍ତା ବୋଲି ପରିବେଶବିତ୍‌ ପ୍ରଦୀପ ମହାନ୍ତି କହିଛନ୍ତି। ଏହାର ତଦନ୍ତ ହେଲେ ଗଛ ଲଗାଇଥିବା ଓ ତଦାରଖ କରିଥିବା ସଂସ୍ଥାର ଦୁର୍ନୀତି ପଦାକୁ ଆସିପାରିବ ବୋଲି ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?