Posted inଖେଳ

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଚଳିତ ବର୍ଷ ଅଗଷ୍ଟରେ ଧନଶ୍ରୀଙ୍କ ସହ ଚହଲଙ୍କ ନିର୍ବନ୍ଧ ହୋଇଥିଲା।

ଚହଲ-ଧନଶ୍ରୀ ପ୍ରେମବିବାହ କରିଥିବା ବେଳେ ଉଭୟଙ୍କ କାହାଣୀ ବେଶ୍‌ ନିଆରା। ଗୁରୁଶିଷ୍ୟ ଭାବେ ଲକ୍‌ଡାଉନ୍‌ ବେଳେ ସେମାନେ ପରସ୍ପରକୁ ଭେଟିଥିଲେ। ଏକ ସାକ୍ଷାତକାରରେ ଧନଶ୍ରୀ କହିଥିଲେ, ଚହଲ ୟୁଟ୍ୟୁବରେ ତାଙ୍କର କିଛି ଭିଡିଓ ଦେଖିଥିଲେ। ସାରା ବିଶ୍ୱରେ ଲକ୍‌ଡାଉନ୍‌ ଚାଲିଥିବା ହେତୁ ଏହି ସମୟର ସଦୁପଯୋଗ କରିବାକୁ ଚାହୁଁଥିଲେ ଚହଲ। ଏଣୁ ସେ ନାଚ ଶିଖିବାକୁ ମନସ୍ଥ କରିଥିଲେ। ଏଥିଯୋଗୁ ଉଭୟ ନିକଟତର ହୋଇଥିଲେ। ପରେ ଏହା ନିର୍ବନ୍ଧ ଆଉ ଏବେ ବିବାହରେ ପରିଣତ ହୋଇଛି।

୨୦୧୧ରେ ଜିମ୍ବାଓ୍ବେ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ ଚହଲ। ୩୦ ବର୍ଷୀୟ ଏହି ସ୍ପିନର ଭାରତୀୟ ଟିମ୍‌ରୁ ଖେଳି ୫୪ ଦିନିକିଆ, ୪୫ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି। ଦିନିକିଆରେ ୯୨ ଓ ଟି୨୦ରେ ସେ ୫୯ଟି ଉଇକେଟ ନେଇଛନ୍ତି। ଅପରପକ୍ଷେ ଧନଶ୍ରୀ ପେସାରେ ଜଣେ କୋରିଓଗ୍ରାଫର। ସେ ନିଜ ସୋସିଆଲ ପୃଷ୍ଠାରେ ନୃତ୍ୟର ଅନେକ ଭିଡିଓ ଶେୟାର କରିଛନ୍ତି। ସେ ନିଜ କମ୍ପାନୀ ମଧ୍ୟ ଚଳାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତୀୟ ବାଳିକା, ବାଳକ ଯୋଡ଼ି ସେମିରେ

ଭୁବନେଶ୍ୱର, ୧୨।୪ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ୍‌ ଏସିଆନ ୧୪ ବର୍ଷରୁ କମ୍‌ ଡେଭଲପମେଣ୍ଟ ଚାମ୍ପିୟନଶିପ୍‌ ଫାଇନାଲ୍ସ ଦ୍ୱିତୀୟ ପର୍ଯ୍ୟାୟ ପ୍ରତିଯୋଗିତାର ଉଭୟ...

ଶ୍ରେୟାସଙ୍କ ସ୍ଥାନ ପକ୍କା

ମୁମ୍ବାଇ,୨୫।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଚର୍ଚ୍ଚାକୁ ଆସିଛନ୍ତି ଶ୍ରେୟାସ ଆୟାର। ଏବେ ତାଙ୍କ ସମ୍ପର୍କରେ କିଛି...

ରାଜ୍ୟ ସ୍କୁଲ ଓପନ ଚେସ୍‌: ନମସ୍ୟା ଚାମ୍ପିୟନ

ଭୁବନେଶ୍ୱର, ୫ା୬ (ସ୍ପୋଟର୍‌ସ ବ୍ୟୁରୋ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ ରବିବାର ରାଜ୍ୟ...

କ୍ରିକେଟ ଦେଖିବାକୁ ଭଲ ପାଆନ୍ତି ନାହିଁ ଏହି କ୍ରିକେଟରଙ୍କ ସ୍ତ୍ରୀ

ବିଶ୍ୱ କ୍ରିକେଟରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟ ବ୍ରଦର୍ସଙ୍କ ମଧ୍ୟରେ ପାଣ୍ଡ୍ୟା ବ୍ରଦର୍ସଙ୍କ ନାମ ସାମିଲ ଅଛି। ଉଭୟ କ୍ରୁନାଲ ପାଣ୍ଡ୍ୟା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା...

ଟିମ୍‌ ଇଣ୍ଡିଆକୁ ଶକ୍ତ ଧକ୍କା

ସେଞ୍ଚୁରିଆନ,୨୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଦଳକୁ ମଙ୍ଗଳବାର ଏକ ଶକ୍ତ ଧକ୍କା ଲାଗିଛି। ପେସ୍‌ ବୋଲିଂ ବିଭାଗର କର୍ଣ୍ଣଧାର ଯଶପ୍ରୀତ...

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ...

ଗୋଟିଏ ଘଟଣା ଯୋଗୁ ବଦଳିଯାଇଥିଲା ଏହି ମହାନ କ୍ରିକେଟ୍‌ରଙ୍କ ଜୀବନ:ପାଇଥିଲେ ‘କିଙ୍ଗ ଅଫ ସ୍ପିନ’ ଆଖ୍ୟ

ଦୁନିଆର ମହାନ ସ୍ପିନର ସେନ୍‌ ୱାର୍ନ ଆଜି ଅର୍ଥାତ୍‌ ୧୩ ସେପ୍ଟେମ୍ବର ୨୦୨୧ରେ ୫୨ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କ୍ରିକେଟରେ ତାଙ୍କର ସଫଳତା ଦୁନିଆର...

ଚେତାବନୀ ଦେଲେ ବିରାଟ କୋହଲି

ଲିଡ୍ସ,୨୫।୮: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ବୁଧବାରଠାରୁ ଲିଡ୍ସର ହେଡିଙ୍ଗଲେ ଗ୍ରାଉଣ୍ଡରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ ବିରାଟ କୋହଲି ପୁଣି ଥରେ...

Advertisement
Archives

Model This Week