ବ୍ରିଫ୍‌କେସ୍‌କୁ ବିବାହ କଲେ ଏହି ଯୁବତୀ: ପ୍ରେମକାହାଣୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଅନେକ ରୋଚକ ପ୍ରେମ କାହାଣୀ ବିଷୟରେ ଆପଣ ଜାଣିଥିବେ ଏବଂ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଥିବା ଏହି ପ୍ରେମ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅଦ୍ଭୁତ। ଏହି ଲଭଷ୍ଟୋରୀଟି ହେଉଛି ରୁଷିଆର ଜଣେ ୨୪ ବର୍ଷୀୟା ଯୁବତୀଙ୍କର। ଏହି ଯୁବତୀ ମଣିଷଙ୍କ ପ୍ରତି ନୁହଁନ୍ତି ବରଂ ବିଭିନ୍ନ ନର୍ଜୀବ ପ୍ରତି ଆକର୍ଷିତ ହୋଇଥାନ୍ତିି। ରେନ୍‌ ଗର୍ଡନ ନାମକ ଏହି ମହିଳା ଏକ ବ୍ରିଫ୍‌କେସ୍‌କୁ ମଧ୍ୟ ବିବାହ କରିଛନ୍ତି। ନର୍ସରି ପିଲାଙ୍କୁ ପଢ଼ାଉଥିବା ରେନ୍‌ କହିଛନ୍ତି, ସେ ଏହି ବ୍ରିଫ୍‌କେସ୍‌ ସହିତ ଏକ ସଂଯୋଗକୁ ଅନୁଭବ କରନ୍ତି।
ରେନ ପିଲାଦିନରୁ ବିଶ୍ୱାସ କରନ୍ତି, ସମସ୍ତଙ୍କଠାରେ ଜୀବନ ଅଛି। ରେନ ୨୦୧୫ ରେ ଏକ ହାର୍ଡୱେର୍‌ ଦୋକାନରୁ ଏହି ବ୍ରିଫ୍‌କେସ୍‌ କିଣିଥିଲେ । ଆରମ୍ଭରୁ ସେ ଏହି ବ୍ରିଫ୍‌କେସ୍‌ ଦେଖିବାକୁ ଭଲ ପାଉଥିଲେ ଏବଂ ସେ ତାଙ୍କ ସହ ସମୟ ବିତାଉଥିଲେ।
ସେ ବ୍ରିଫ୍‌କେସ୍‌ ଦହିତ କଥାବାର୍ତ୍ତା କରୁଥିଲେ। ରେନ ଧୀରେ ଧୀରେ ହୃଦୟଙ୍ଗମ କରିବାକୁ ଲାଗିଲେ ଯେ, ସେ ବ୍ରିଫ୍‌କେସ୍‌କୁ ଭଲ ପାଉଛନ୍ତି। ରେନ କହିଛନ୍ତି ଯେ, ବ୍ରିଫ୍‌କେସ୍‌ କେବଳ ତାଙ୍କ ପାର୍ଟନର ନୁହଁନ୍ତି, ଜଣେ ବନ୍ଧୁ ଏବଂ ଜଣେ ଭଲ ପରାମର୍ଶଦାତା। ବ୍ରିଫ୍‌କେସ୍‌ ତାଙ୍କ କଥା ଶୁଣନ୍ତି ଏବଂ ସେ ବ୍ରିଫ୍‌କେସ୍‌ଙ୍କର। ମାତ୍ର ସାଧାରଣ ଲୋକଙ୍କୁ କେବଳ ରେନ୍‌ଙ୍କ କଥା ଶୁଣାଯାଏ। ହେଲେ ତାଙ୍କ ପାର୍ଟନରଙ୍କର ନୁହେଁ। ଟେଲିପ୍ୟାଥୀ ମାଧ୍ୟମରେ ସେମାନଙ୍କର ଆଧ୍ୟାତ୍ମିକ ସଂଯୋଗ ସମ୍ଭବ ହୋଇ ପାରିଛି। ରେନ ତାଙ୍କ ପରିବାରକୁ ସେମାନଙ୍କ ସମ୍ପର୍କ ବିଷୟରେ କହିଛନ୍ତି। ପରିବାର ମଧ୍ୟ ଏହି ସମ୍ପର୍କକୁ ଗ୍ରହଣ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

୨ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ, ଜାଣନ୍ତୁ କାରଣ…

କୋଣାର୍କ,୨୧।୮: ରାସ୍ତା ନିର୍ମାଣରେ ଅନିୟମିତତା ଅଭିଯୋଗରେ ୨ଜଣ ଯନ୍ତ୍ରୀଙ୍କୁ ୫ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ। ଖବର ପାଇ ବଳଙ୍ଗା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

ସେପ୍ଟେମ୍ବର ୧ରେ ବୁଧ-ଗୁରୁ-ମଙ୍ଗଳଙ୍କ ମହାଚଳନ: ସୁନା ଥାଳିରେ ଖାଇବେ ଏହି ୫ ରାଶି!

ଗଣିତ ଜ୍ୟୋତିଷ ଗଣନା ଏବଂ ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ୧ ସେପ୍ଟେମ୍ବର ୨୦୨୬ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ଦିନ ହେବ। ଏହି ଦିନ ଅନେକ ଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri