Posted inଖେଳ

ଘୋଡା ନୁହେଁ ବରଂ ଗଧ ପିଠିରେ ବସିବାକୁ ଭଲ ପାଉଥିଲେ ଏହି ଭାରତୀୟ ସ୍ପିନର: ପିଲାଦିନୁ ଥିଲା କ୍ରିକେଟର ସଉକ

ନୂଆଦିଲ୍ଲୀ,୨୩।୧୨: ନିଜ ବିବାହକୁ ନେଇ ଭାରତୀୟ କ୍ରିକେଟ ଟିମ୍‌ର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ଚର୍ଚ୍ଚାରେ। ସୋସିଆଲ ମିଡିଆରେ ଧନଶ୍ରୀଙ୍କ ସହ ତାଙ୍କର ଏକାଧିକ ଫଟୋ ଏବେ ଭାଇରାଲ ହେଉଛି। ତେବେ ଆଜିର ଏହି ଷ୍ଟାର କ୍ରିକେଟରଙ୍କ ପିଲାଦିନେ ଅଜବ କାମ କରିଥିଲେ। ସମସ୍ତେ ଘୋଡା ପିଠିରେ ବସିବାକୁ ଭଲ ପାଉଥିଲେ ହେଁ ସେ ଗଧ ପିଠିରେ ବସି ବୁଲିବାକୁ ଭଲ ପାଉଥିଲେ। କପିଲ ଶର୍ମାଙ୍କ ଶୋ’ରେ ଯାଇଥିବା ଚହଲ ଏହା କହିଥିଲେ।

ଶୋ’ରେ ଚହଲଙ୍କୁ ପ୍ରଶ୍ନ କରିବାକୁ ଯାଇ କପିଲ କହିଥିଲେ, କୁହାଯାଏ ଆପଣଙ୍କୁ ଗଧ ଚଢ଼ିବା ବହୁତ ପସନ୍ଦ ଥିଲା। ଏହାର ଜବାବରେ ଚହଲ କହିଥିଲେ ହଁ। ଥରେ କି ଦୁଇଥର ଏପରି କରିଛି। ସେତେବେଳେ ୮ ବର୍ଷର ହୋଇଥିଲି। କ୍ରିକେଟ ଦେଖିବାକୁ ଏତେ ଇଚ୍ଛା ହେଉଥିଲା ଯେ ବଡ଼ମାନଙ୍କ ଖେଳ ଦେଖିବାକୁ ସକାଳ ୫ଟାରୁ ଉଠିପଡ଼ୁଥିଲି। ସେମାନେ କ୍ରସ୍‌ କଣ୍ଟ୍ରି ଖେଳୁଥିଲେ। ଯେନତେନ ପ୍ରକାରେ କାହା କୋଳରେ କିମ୍ବା କାନ୍ଧରେ ବସି ସେଠାରେ ପହଞ୍ଚି ଯାଉଥିଲି। ହେଲେ ଫେରିବା ବେଳକୁ ଅସୁବିଧା ଥିଲା। ଏଣୁ ରାସ୍ତାରେ ଯାଉଥିବା ଗଧମାନଙ୍କ ପିଠିରେ ତାଙ୍କୁ ସେମାନେ ବସାଇଦେଉଥିଲେ। ସେଭଳି ଭାବେ ସେ ଘରେ ପହଞ୍ଚି ଯାଉଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳାଳିଙ୍କୁ ୟୁନିଫର୍ମ ଜାଳି ଦେବାକୁ କହିଲେ ଅଧିନାୟିକା

କାବୁଲ,୧୯।୮ : ସୋସିଆଲ ମିଡିଆରୁ ସମସ୍ତ ଫଟୋ ଡିଲିଟ୍‌ କର। ୟୁନିଫର୍ମକୁ ଜାଳିଦିଅ। ଯେମିତି ହେଲେ ପରିଚୟ ଲୁଚାଅ। ଖେଳାଳିଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ଆଫଗାନିସ୍ତାନ...

ଓଡିଆ କରୋନା ଯୋଦ୍ଧାଙ୍କ ନାଁ ଜର୍ସିରେ ଲେଖିଲେ ଏହି କ୍ରିକେଟର୍‌

ଆଇପିଏଲର ୨୦୨୦ ତୃତୀୟ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ ଏକ କାସ୍‌ ମ୍ୟାଚ୍‌ ଥିଲା। କାରଣ...

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୫୮…

ମେଲବୋର୍ନ,୨୬।୧୦ : ମେଲବୋର୍ନରେ ଇଂଲଣ୍ଡ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ବିଶ୍ୱକପର ୨୦ ତମ ମ୍ୟାଚ ଖେଳାଯାଉଛି। ବୁଧବାର ଏହି ମ୍ୟାଚ୍‌ରେ ଇଂଲଣ୍ଡ ଟସ...

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୨୧।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୯ ତମ ମ୍ୟାଚରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ୍‌୍‌ (ଡିସି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି...

ଦିନେ ଆଗରୁ ଫିଫା ବିଶ୍ୱକପ୍‌

ଜେନେଭା,୧୧ା୮(ପି.ଟି): ଫୁଟବଲ୍‌ ବିଶ୍ୱକପ୍‌ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି ଫିଫା। କାତାରରେ ହେବାକୁ ଥିବା ଫିଫା ବିଶ୍ୱକପ୍‌ ଗୋଟିଏ ଦିନ ପୂର୍ବରୁ ଆୟୋଜିତ ହେବାର ସମ୍ଭାବନା ସୃଷ୍ଟି...

ଷ୍ଟାଡିୟମରେ ମହିଳାଙ୍କ ପ୍ରବେଶ ନେଇ ଇରାନକୁ ଫିଫାର ନିର୍ଦ୍ଦେଶ

ପ୍ୟାରିସ୍‌,୨୩।୯(ଏଏଫ୍‌ପି)- ଫୁଟବଲ୍‌ ଷ୍ଟାଡିୟମରେ ମହିଳା ପ୍ରଶଂସିକାଙ୍କ ପ୍ରବେଶ ନେଇ ଅନୁମତି ଦେବାକୁ ଫିଫା ଇରାନ୍‌କୁ ନିର୍ଦ୍ଦେଶ ଦେଇଛି। ବହୁ ଚର୍ଚ୍ଚିତ ‘ବ୍ଲୁ ଗର୍ଲ’ ଘଟଣାରେ ଜଣେ...

ସୀମିତ ଓଭରରେ କୋହଲିଙ୍କଠାରୁ ରୋହିତ ଅଧିକ ପ୍ରଭାବୀ: ଗମ୍ଭୀର

ନୂଆଦିଲ୍ଲୀ,୩।୫(ପି.ଟି.): ଧଳା ବଲ୍‌ କ୍ରିକେଟ ବା ସୀମିତ ଓଭର ଫର୍ମାଟରେ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ଓପନର ରୋହିତ ର୍ଶମା ଅଧିକ ପ୍ରଭାବୀ ବୋଲି ପୂର୍ବତନ...

ଭାରତୀୟ ଦଳକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧।୬: ଭାରତ ଏବଂ ଇଂଲଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଆଘାତ କାରଣରୁ ଓପନର୍‌ ବ୍ୟାଟ୍ସମ୍ୟାନ ଶୁଭମନ...

Advertisement
Archives

Model This Week