Posted inଖେଳ

ଏହି ଖେଳାଳିଙ୍କୁ ‘ମିଷ୍ଟର ଚୁହା’ ଆଖ୍ୟା ଦେଲେ ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ସ୍ପିନର ୟୁଜବେନ୍ଦ୍ର ଚହଲ ଆଜି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ସାଥୀ ଖେଳାଳି ଶୁଭେଚ୍ଛା ଜଣାଉଛନ୍ତି। ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏକ ମଜାଦାର ପୋଷ୍ଟ କରି ଚହଲଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟରରେ ଉଭୟଙ୍କ ଫଟୋ ପୋଷ୍ଟ କରି ଯୁବରାଜ କହିଛନ୍ତି, ୟୁଜି ଚହଲ କିମ୍ବା ମୋତେ ତୁମକୁ ମିଷ୍ଟର ଚୁହା କହିବା ଉଚିତ୍‌। ଏହାସହ ଚହଲଙ୍କୁ ଓଜନ ବଢାଇବା ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି ଯୁବରାଜ। ମଜାଦାର ଭିଡିଓ ଏବଂ କମେଣ୍ଟ ଜରିଆରେ ଦର୍ଶକଙ୍କ ମନୋରଞ୍ଜନ କରୁଥାଅ ବୋଲି ସେ କହିଛନ୍ତି। କରୋନା ଯୋଗୁ କ୍ରିକେଟ ସିରିଜ୍‌ ସ୍ଥଗିତ ଥିବାରୁ ଏବେ ଚହଲ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଅନେକ ସମୟରେ ମଜାଦାର ଭିଡିଓ ଶେୟାର କରି ନିଜ ପ୍ରଶଂସକ ମନୋରଞ୍ଜନ ମଧ୍ୟ ସେ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜୋକୋଭିଚ୍‌ଙ୍କ ରେକର୍ଡ

ଅଷ୍ଟ୍ରେଲିଆନ ଓପନରେ ଅଭିଜ୍ଞ ସର୍ବୀୟ ଖେଳାଳି ନୋଭାକ ଜୋକୋଭିଚ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ସେ ରେକର୍ଡ ଅଷ୍ଟମଥର ପାଇଁ ଚାମ୍ପିୟନ ହେବା ସହ କ୍ୟାରିୟରର...

ଧୋନୀଙ୍କ ଆଗରେ ପୁଣି ହାରିଲେ ଅମ୍ପାୟାର: ଦେଖନ୍ତୁ ଭିଡିଓ

ୟୁଏଇ,୨୦।୯: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ଏମଏସ ଧୋନୀଙ୍କ ଡିଆରଏସ୍‌ ନେବା ପ୍ରସଙ୍ଗରେ କୌଣସି ତୁଳନା ନାହିଁ। ତାଙ୍କର ସଠିକ ସମୀକ୍ଷା ଯୋଗୁ ପ୍ରଶଂସକ...

ପାକିସ୍ତାନ ଏକ ଶକ୍ତିଶାଳୀ ଦଳ : କୋହଲି

ଦୁବାଇ,୨୩।୧୦: ଭାରତୀୟ ଅଧିନାୟକ ବିରାଟ କୋହଲି ଶନିବାର ପାକିସ୍ତାନକୁ ଏକ ଶକ୍ତିଶାଳୀ ଦଳ ବୋଲି କହିଛନ୍ତି। ଟି୨୦ ଓ ଦିନିକିଆ ବିଶ୍ୱକପ୍‌ରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଦଳ...

ଫାଓ ନିର୍ବାଚନ: ଦେବାଶିଷ ସଭାପତି, ଆଶୀର୍ବାଦ ସମ୍ପାଦକ

କଟକ ଅଫିସ,୫ା୨-  ନିର୍ବାଚନ ପୂର୍ବରୁ ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ)ର କର୍ମକର୍ତ୍ତା ତାଲିକା ଚୂଡ଼ାନ୍ତ ହୋଇଯାଇଛି। ସଭାପତି ଭାବେ ପୂର୍ବତନ ବିଧାୟକ ତଥା ଫାଓର ପୂର୍ବତନ...

ଭାରତ ଉପରୁ ଉଠିଲା ବାସନ୍ଦାଦେଶ

କୋଲକାତା,୨୩।୧- ବିଶ୍ୱ ଆର୍ଚେରି ଗୁରୁବାର ସର୍ତ୍ତମୂଳକ ଭାବେ ଭାରତ ଉପରକୁ ବାସନ୍ଦାଦେଶ ଉଠାଇ ଦେଇଛି। ଜାତୀୟ ଫେଡେରେଶନର ନିର୍ବାଚନ ଶେଷ ହେବାର ଗୋଟିଏ ସପ୍ତାହ ପରେ...

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ସଂଘର୍ଷ

ପୋର୍ଟ ଏଲିଜାବେଥ,୧୯।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ...

ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେବି: ଗାଙ୍ଗୁଲି

ମୁମ୍ବାଇ, ୧୫।୧୦ (ପି.ଟି.)- ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂତନ ସଭାପତି...

ଶାହା, ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ

ନୂଆଦିଲ୍ଲୀ,୨୫ା୧୨- ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ରିଦ୍ଧିମାନ ଶାହା ଓ ରିଷଭ ପନ୍ତଙ୍କ ଭବିଷ୍ୟତ ସହ ଖେଳୁଛି। ଦୁହିଁଙ୍କ ମଧ୍ୟରେ କରାଯାଉଥିବା ଅଦଳ ବଦଳ ଉଚିତ୍‌ ନୁହେଁ।...

Advertisement
Archives

Model This Week