Posted inଖେଳ

୬ ବଲ୍‌ରେ ୬ ଛକା: ଯୁବରାଜଙ୍କ ଏହି ବିରଳ ରେକର୍ଡକୁ ପୁରିଲା ୧୩ ବର୍ଷ; ପୋଷ୍ଟ ଲେଖି ମନେପକାଇଲେ

ନୂଆଦିଲ୍ଲୀ,୧୯।୯: ୨୦୦୭ରେ ଇଲଂଣ୍ଡ ବିପକ୍ଷରେ ଖେଳାଯାଉଥିବା ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ଗୋଟିଏ ଓଭରରେ ୬ଟି ଛକା ମାରି ରେକର୍ଡ କରିଥିଲେ। ଶନିବାର ଉକ୍ତ ରେକର୍ଡକୁ ୧୩ ବର୍ଷ ପୁରିଛି।

ଷ୍ଟୁଆର୍ଟ ବ୍ରୋଡ୍‌ଙ୍କ ପ୍ରତିଟି ବଲ୍‌ରେ ଯୁବରାଜ ଛକା ମାରିବାର ଉକ୍ତ ରେକର୍ଡ ଆଜିବି ପ୍ରଶଂସକଙ୍କ ମାନସପଟରୁ ହଟିନାହିଁ। ନିଜେ ଯୁବରାଜ ମଧ୍ୟ ଏହି ମୂହୁର୍ତ୍ତକୁ ମନେ ପକାଇ ନିଜର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହାର କ୍ୟାପ୍‌ଶନରେ ସେ ଲେଖିଛନ୍ତି-୧୩ ବର୍ଷ, ସମୟ କିଭଳି ବିତିଯାଇପାରେ। ତେବେ ଏହି ପୋଷ୍ଟରେ ବ୍ରୋଡ୍‌ କମେଣ୍ଟ କରିଥିବା ଦେଖାଯାଇଛି। ସେ କହିଛନ୍ତି, ଉକ୍ତ ରାତିରେ ସମୟ ତୁଳନାରେ ବଲ୍‌ ବେଶୀ ଜୋରରେ ଦୌଡ଼ିଥିଲା। ଏହାର ଉତ୍ତରରେ ଯୁବରାଜ ଲେଖିଛନ୍ତି, ହଁ ବନ୍ଧୁ, ଏଭଳି ଏକ ରାତି, ଯାହାକୁ କେବେ ବି ଭୁଲିପାରିବା ନାହିଁ। ଏହାଛଡ଼ା ପୂର୍ବ କ୍ରିକେଟର ଗୌତମ ଗମ୍ଭୀର ଫିଲ୍ମ ଲାଇନ୍‌ ଭଳି ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଏହି ରେକର୍ଡ ମୋତେ ଦେଇଦିଅ ଠାକୁର।

ତେବେ ଯୁବରାଜଙ୍କ ଏହି ପୋଷ୍ଟକୁ ଏଯାବତ ୪ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ସେହିଭଳି ୩୯୦୦ରୁ ଅଧିକ କମେଣ୍ଟ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri