ବିବାହିତା ମହିଳାଙ୍କୁ ବ୍ଲାକ୍‌ମେଲିଂ କରି କରୁଥିଲେ ବଳାତ୍କାର; ଯୁବକଙ୍କୁ ବାନ୍ଧିଲା ପାଟଣା ପୋଲିସ

ପାଟଣା,୭।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ ରେ ପାଟଣା ପୋଲିସ ବୁଧବାର ୩୫ ବର୍ଷୀୟ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକଜଣଙ୍କ ହେଉଛନ୍ତି ଭଦ୍ରକ ଜିଲା ବନ୍ତ ଥାନା ସର ମରା ଗ୍ରାମର ବିଶ୍ୱନାଥ ଜେନା।

ଅଭିଯୋଗ ଅନୁଯାୟୀ, ଉକ୍ତ ମହିଳା ଭଦ୍ରକ ଜିଲାର ଏକ ହସ୍ପିଟାଲରେ ଅସ୍ତ୍ରୋପଚାର ସକାଶେ ଭର୍ତ୍ତି ହୋଇଥିଲେ। ବିଶ୍ୱନାଥ ମହିଳାଙ୍କୁ ହସ୍ପିଟାଲରେ ସମସ୍ତ ପ୍ରକାର ସାହାଯ୍ୟ କରିବା ଆଳରେ ନିକଟତର ହୋଇଥିଲେ। ମହିଳା ଅସ୍ତ୍ରୋପଚାର ସମୟରେ ଅଚେତ ଥିବା ବେଳେ ବେଳେ ଉକ୍ତ ଯୁବକ ତାଙ୍କର କେତେକ ଆପତ୍ତିଜନକ(ଉଲଗ୍ନ ଫଟୋ ଓ ଭିଡ଼ିଓ ଉତ୍ତୋଳନ କରିଥିଲେ। ଏହାପରେ ମହିଳାଙ୍କୁ ବ୍ଲାକ୍‌ ମେଲିଂ କରି ୨/୩ ଥର ତାଙ୍କ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ଉଭୟଙ୍କ ଅନ୍ତରଙ୍ଗ ସମୟର ଆପତ୍ତିଜନକ ଭିଡ଼ିଓ ଓ ଫଟୋ ଚତୁରତା ସହ ଯୁବକ ଉତ୍ତୋଳନ କରିଥିଲେ। ମହିଳା ସୁସ୍ଥ ହୋଇ ଘରକୁ ଆସିବା ପରେ ମଧ୍ୟ ମହିଳାଙ୍କୁ ଉକ୍ତ ଯୁବକ ଶାରୀରିକ ସମ୍ପର୍କ ରଖିବା ପାଇଁ ବ୍ଲାକ ମେଲିଂ କରିଥିଲେ। ମହିଳା ଜଣକ ଏହା ପରେ ଆତ୍ମ ହତ୍ୟା କରିବା ଭଳି ଚରମ ପଦକ୍ଷପ ଗ୍ରହଣ କରିବାବେଳେ ପରିବାର ଲୋକେ ଉଦ୍ଧାର କରିଥିଲେ। ମହିଳା ଜଣକ ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇଥିଲେ। ଏହାପରେ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ। ବୁଧବାର ପାଟଣା ପୋଲିସ ଅଭିଯୋଗ ଆଧାରରେ ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ପାଟଣା ଥାନା ରେ ୧୫୨/୨୩ରେ ଏକ ମାମଲା ରୁଜୁ ହେବା ସହ ମୁଦାଲାଙ୍କ ବିରୋଧରେ ଆଇପିସି ୩୭୬ ୨ ଏନ୍‌, ୩୮୮, ୨୯୪, ୫୦୬ ଏବଂ ଆଇଟି ଆକ୍ଟ ୬୬ ଇ ଓ ୬୭ ଏ ଧାରାରେ ବିଶ୍ୱନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଚିନି ପରେ ଏବେ ଗୁଡ଼ ହେଲା ମହଙ୍ଗା, ଦୁଇଗୁଣା ବଢିଲା ଦର; ଜାଣନ୍ତୁ ଦାମ ବଢ଼ିବାର କାରଣ

ନୂଆଦିଲ୍ଲୀ,୨୫।୮: ଗତ କିଛି ଦିନ ଧରି ଚିନିର ବଢ଼ୁଥିବା ଦାମ ଲୋକଙ୍କ ଚିନ୍ତା ବଢ଼ାଇଥିବା ବେଳେ ଏବେ ଗୁଡ଼ ମଧ୍ୟ ମହଙ୍ଗା ହୋଇଛି। ଚିନି ପରେ ଗୁଡ଼ର…

ଡଙ୍ଗା ଚଢୁଥିଲେ ପରେଶ୍ୱର,ଟାଣିନେଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ରାଜକନିକା,୨୫।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ତ୍ରୈଲୋକ୍ୟପୁର ପଞ୍ଚାୟତ ଗଙ୍ଗାଧର ପ୍ରସାଦ ଡିଆ ଗାଁ ସନ୍ନିକଟ ଖରସ୍ରୋତା ନଦୀର ଭରାନଦୀରେ ମଙ୍ଗଳବାର ସକାଳେ ସମୟରେ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ବିଧାୟକଙ୍କ ଉପସ୍ଥିତିରେ ଆପୋଷ ବୁଝାମଣାରେ ତୁଟିଲା ଉଠାଦୋକାନୀ ବିବାଦ

ଛତ୍ରପୁର,୨୫।୮(ଦିଲ୍ଲୀପ ସାମଲ): ଛତ୍ରପୁର ସହର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ପରିବା ବଜାର ଉଠାଦୋକାନୀ ମଙ୍ଗଳବାର ବନ୍ଦ ଡାକରା ଦେଇଥିବା ବେଳେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ରାହୁଲ ଗାନ୍ଧୀଙ୍କ ଉପରେ ରାଗିଗଲେ ଶଙ୍କରାଚାର୍ଯ୍ୟ, ଦେଲେ ସିଧା ଚେତାବନୀ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନୁସ୍ମୃତି ସମ୍ପର୍କିତ ବୟାନକୁ ନେଇ ଶଙ୍କରାଚାର୍ଯ୍ୟ ସ୍ବାମୀ ଅବିମୁକ୍ତେଶ୍ୱରାନନ୍ଦ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ମନୁସ୍ମୃତି ଏବଂ…

ଅସରପା ଶବ୍ଦକୁ ନେଇ ଏବେବି ରହିଛି ବିବାଦ, ପୁଣି ଉଠିଲାଣି CJIଙ୍କ କଥା? ଅଭିଜିତ ଦୀପକେଙ୍କ ଆଶ୍ଚର୍ଯ୍ୟଜନକ ଦାବି

ନୂଆଦିଲ୍ଲୀ,୨୫।୮: ‘କକ୍ରୋଚ’ ଶବ୍ଦର ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜାରି ରହିଛି। ଏହା ମଧ୍ୟରେ, କକ୍ରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦାବି କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri