କଟକରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

କଟକ ଅଫିସ,୧୬ା୮- ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ ଚିତ୍ର ସାମ୍ନାକୁ ଆସିଛି। ଏଠାରେ ବୟସ୍କ ଓ ଶିଶୁଙ୍କ ଅପେକ୍ଷା ଯୁବପିଢ଼ି ଅଧିକ ସଂଖ୍ୟାରେ କରୋନା ସଂକ୍ରମିତ ହୋଇଛନ୍ତି। ସହରରେ ବର୍ତ୍ତମାନ ୮୨୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୨୦ ବର୍ଷରୁ କମ୍‌ ବୟସ ଭିତରେ ୧୨୪ ଜଣ ଆକ୍ରାନ୍ତ ଥିବାବେଳେ ୨୧ରୁ ୪୦ ବର୍ଷ ଭିତରେ ୩୭୫, ୪୧ରୁ ୬୦ ଭିତରେ ୨୬୧ ଓ ୬୦ରୁ ଅଧିକ ବୟସ୍କଙ୍କ ମଧ୍ୟରେ ମାତ୍ର ୬୨ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି। କଟକ ମହାନଗର ନିଗମର କମିଶନର ଅନନ୍ୟା ଦାସ ରବିବାର ଏହି ସୂଚନା ଦେଇଛନ୍ତି।
ଗତ ସପ୍ତାହ (୮ରୁ ୧୪ ଅଗଷ୍ଟ) ଭିତରେ କଟକ ସହରର ସ୍ଥିତି ନେଇ କମିଶନର କହିଛନ୍ତି, ଏହି ସମୟରେ ୬୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କଣ୍ଟେନ୍‌ମେଣ୍ଟ ଜୋନରୁ ୧୬୫, ଗୃହ ସଙ୍ଗରୋଧରୁ ୧୭୪, ସରକାରୀ ସଙ୍ଗରୋଧରୁ ୧୨୭ ଓ ସ୍ଥାନୀୟ ଆକ୍ରାନ୍ତ ଭାବେ ୧୩୯ ଜଣ ରହିଛନ୍ତି। ଅନ୍ୟପକ୍ଷରେ ସହରରେ କରୋନା ପରୀକ୍ଷା ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି। ବର୍ତ୍ତମାନ ସିଡିଏ ଓ ଚାଉଳିଆଗଞ୍ଜ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆର୍‌ଟି-ପିସିଆର୍‌ ଟେଷ୍ଟିଂ ହେଉଛି। ସେହିଭଳି ୫ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଯଥା ଜଗତପୁର, ନୟାବଜାର, ବାମ୍ପକୁଦ, ବିଡ଼ାନାସୀ ଓ ଷଣ୍ଢପୁରରେ ଆଣ୍ଟିଜେନ୍‌ ଟେଷ୍ଟ କରାଯାଉଛି। ସହରର ବଳକା ୫ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଖୁବ୍‌ ଶୀଘ୍ର ଆଣ୍ଟିଜେନ୍‌ ଟେଷ୍ଟିଂ ସୁବିଧା ଉପଲବ୍ଧ ହେବ। ସହରବାସୀ ଅଧିକରୁ ଅଧିକ ସଂଖ୍ୟାରେ ଟେଷ୍ଟିଂ କରିବାକୁ ସେ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ହଜାର ଟଙ୍କା ପାଇଁ ବୃଦ୍ଧଙ୍କୁ ପିଟି ପିଟି ମାରିଦେଲେ ଲୋକେ

ପାଟଣା,୨୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ପଞ୍ଚାୟତ ଫୁଲ ପାହାଡ଼ି ଗାଁର ଭାଲୁଘରା ସାହିର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଶନିବାର ପୋଲିସ...

୭ ସ୍ବତନ୍ତ୍ର ଟ୍ରେନ୍‌: ୬ ହଜାରରୁ ଅଧିକ ଶ୍ରମିକଙ୍କ ଘରବାହୁଡ଼ା

ନୂଆଦିଲ୍ଲୀ,୨।୫: ଭାରତରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି...

ଚର୍ଚ୍ଚର ଭୁଲ ଯୋଗୁ ସାରା ଦେଶରେ କରୋନା ବ୍ୟାପିବାର ଆଶଙ୍କା !

ସିଓଲ,୨୫।୮: କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବାରୁ ଦକ୍ଷିଣ କୋରିଆରେ ରେଡ ଆଲର୍ଟ ଜାରି କରାଯାଇଛି। ଏବେ ଦକ୍ଷିଣ କୋରିଆର ଅଧିକାରୀଙ୍କ ସୂଚନା...

ଘାରିଛି ଅଜବ ନିଶା: ପାଲା ପ୍ରେମରେ ୯୦ ବର୍ଷୀୟ ବିଷ୍ଣୁଚରଣ

ରସୁଲପୁର,୪ା୧(ଡି.ଏନ.ଏ): ଏକଦା ହିନ୍ଦୁ ସଂସ୍କୃତି ଓ ପରମ୍ପରାର ପ୍ରଚାର, ପ୍ରସାର ଦିଗରେ ପାଲା ଏକ ବଳିଷ୍ଠ ମାଧ୍ୟମ ଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣକୁ ଅଧିକ...

କଠୋର ହେବାକୁ ବାଧ୍ୟ କରନାହିଁ

ନୂଆଦିଲ୍ଲୀ,୮ା୫: ଅଦାଲତ ଅର୍ଡର ସତ୍ତ୍ୱେ କେନ୍ଦ୍ର ୭୦୦ ମେଟ୍ରିକ୍‌ ଟନ୍‌ ଅକ୍ସିଜେନ ଯୋଗାଇ ଦେଉନାହିଁ ବୋଲି ଦିଲ୍ଲୀ ସରକାର ଅଭିଯୋଗ ଆଣିଛନ୍ତି। ଆମକୁ କଠୋର ହେବାକୁ...

ସାପ କାମୁଡାରେ ମାଇଁ ମୃତ, ଭାଣିଜୀ ଗୁରୁତର

ଉମରକୋଟ,୨୯।୫(ଡି.ଏନ.ଏ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବକଡାବେଢା ପଞ୍ଚାୟତ ନିକଟସ୍ଥ ତେଣ୍ଡକାଗୁଡାରେ ମଙ୍ଗଳବାର ରାତିରେ ସାପ କାମୁଡାରେ ମାଇଁର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଗୁରୁତର...

ବିଦ୍ୟୁତତାର ସଂସ୍ପର୍ଶରେ ଆସି ୩ ମହିଳା ମୃତ

କେନ୍ଦୁଝର,୨୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଟାଙ୍ଗିରି ଗାଁ ଜୁଆଙ୍ଗସାହିରେ ଶନିବାର ବିଦ୍ୟୁତତାର ଲାଗି ୩ ମହିଳାଙ୍କ ଜୀବନ ଯାଇଛି। ଏକ ଛେଳିକୁ ବଞ୍ଚାଇବାକୁ ଯାଇ...

ରାଜ୍ୟରେ ପୁଣି ୩୪୩ କରୋନା ପଜିଟିଭ୍‌ ଚିହ୍ନଟ, ୫ ମୃତ

ଭୁବନେଶ୍ୱର,୧୦।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୩୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୪୬...

Advertisement
Archives

Model This Week