ସହାନୁଭୂତିରେ ପୂରୁଛି ପେଟ

କେନ୍ଦୁଝର,୧୯ା୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଅଧୀନ କଣ୍ଡରାପଶି ଗ୍ରାମରେ ରହୁଛନ୍ତି ଦିବ୍ୟାଙ୍ଗ ସରସ୍ବତୀ ମୁଣ୍ଡା। ପିଲା ଦିନରୁ ସେ ପୋଲିଓରେ ଆକ୍ରାନ୍ତ । କାମ ଧନ୍ଦା କରିବାକୁ ଅକ୍ଷମ। ବାଡ଼ି ଧରି ବହୁ କଷ୍ଟରେ ଚଲାବୁଲା କରନ୍ତି। ୪ ବର୍ଷ ତଳେ ସେହି ଗ୍ରାମର ମୁନା ମୁଣ୍ଡାଙ୍କୁ ବିବାହ କରିଥିଲେ। ମୂଲ ମଜୁରୀରେ ସେମାନଙ୍କ ସଂସାର ଚଳୁଥିଲା। ପରେ ତାଙ୍କ ଅଭାବୀ ସଂସାରରେ ପାଦ ଦେଇଥିଲା ଏକ ଶିଶୁ କନ୍ୟା। ସରସ୍ବତୀ ମା’ ହେବାର ୫ ମାସ ପରେ ମୁନା ରୋଗରେ ପଡ଼ିଲେ। ଅର୍ଥାଭାବରୁ ତାଙ୍କ ଚିକିତ୍ସା ହୋଇପାରିଲା ନାହିଁ । ଶେଷରେ ସେ ଆଖି ବୁଜିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ୫ ମାସର ଶିଶୁକନ୍ୟାକୁ ଧରି ପୁଣି ଥରେ ଅସହାୟ ହୋଇ ପଡ଼ିଲେ ସରସ୍ବତୀ । ଘାରିଥିଲା ତାଙ୍କୁ ପେଟ ପୋଷିବା ଚିନ୍ତା। ଅନ୍ୟର ସହାୟତା ଓ ସହାନୁଭୂତି ପାଇବାକୁ ଝିଅକୁୁ ସାଙ୍ଗରେ ଧରି ସେ ବାର ଦୁଆର ବୁଲି ଚାଲିଛନ୍ତି।
ଘର ଭାଙ୍ଗିଯାଇଥିବାରୁ ବେସାହାରା ହୋଇ ସରସ୍ବତୀ ଏବେ ତାଙ୍କ ଭଉଣୀ ଘରେ ଆଶ୍ରୟ ନେଇଛନ୍ତି। ଘର ଖଣ୍ଡେ ପାଇଁ ବ୍ଲକ କାର୍ଯ୍ୟାଳୟ, ଜିଲାପାଳଙ୍କ ଅଫିସ ଧାଇଁ ଧାଇଁ ନୟାନ୍ତ ହେଲେଣି। ୪ ଡିସିମିଲ ଘର ଡିହ ମିଳିବ ବୋଲି କୁହାଯାଇଥିଲେ ହେଁ ତାହା ତାଙ୍କୁ ମିଳି ନ ଥିବା ସରସ୍ବତୀ କହିଛନ୍ତି। ବିଧବା ଭତ୍ତା ମଧ୍ୟ ମିଳିନାହିଁ। ମହିଳା ଓ କନ୍ୟା ସନ୍ତାନଙ୍କ ପାଇଁ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ସରସ୍ବତୀଙ୍କ ପାଇଁ ସେସବୁ ପ୍ରହସନ ପାଲଟିଛି। ଦିବ୍ୟାଙ୍ଗ ଭତ୍ତା ଟଙ୍କାରେ ଚଳିବା କଷ୍ଟକର ହୋଇଥିବା ବେଳେ ଏଥିପାଇଁ ମାଗି ଯାଚି ଚଳୁଛନ୍ତି ବୋଲି ସେ କୁହନ୍ତି। ନା ମିଳିଲା ଆଶା ବାଡି ନା ମିଳିଲା ଟ୍ରାଇସାଇକେଲ। ଯେଉଁ ବୟସରେ କୁନି ଝିଅ ଖେଳି ବୁଲି ଖୁସି ମନାଇବା କଥା ସେହି ବୟସରେ ମା’ ସହ କୁନି କୁନି ପାଦରେ ପେଟପାଟଣା ପାଇଁ ଘୁରି ବୁଲୁଛି। କେନ୍ଦୁଝର ଜିଲାପାଳ ଏଥିପ୍ରତି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱାଟର ସର୍ଭିସ ସେଣ୍ଟରରୁ ଚୋରି ଅଭିଯୋଗ: ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

ଦାରିଙ୍ଗବାଡି, ୪।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ର କାରିପାଙ୍ଗା ସାହିର ଏକ ୱାଟର ସର୍ଭିସ ସେଣ୍ଟରରୁ ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ।…

ପ୍ରଥମ ବର୍ଷାରେ ବରଗଡ଼ ଜଳାର୍ଣ୍ଣବ: ଘରକୁ ପଶିଲା, ରାସ୍ତାରେ ବୋହିଲା

ବରଗଡ଼,୪।୭(ପ୍ରେମାନନ୍ଦ ଖମାରୀ):ବିକଶିତ ବରଗଡ଼ର ନାରାବାଜି ଦିଆଯାଉଛି। ହେଲେ ଏଠାରେ ବିକାଶ ବାଟବଣା ହୋଇ ପଡ଼ିଛି। ପାଣି ନିଷ୍କାସନ ଅର୍ଥାତ୍‌ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଏଥର…

ମଣ୍ଡିରୁ ଧାନ ଉଠାଅ, ଚାଷୀଙ୍କୁ ପ୍ରାପ୍ୟ ଦିଅ: ଦାବି ପୂରଣ ନ ହେଲେ ଆନ୍ଦୋଳନ

ବରଗଡ଼,ପ୪।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ମାସ ୩୦ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ହେଲେ ଏପର୍ଯ୍ୟନ୍ତ ଚାଷୀଙ୍କ ଧାନ ବିକ୍ରି ସମସ୍ୟା ଅସମାହିତ ରହିଛି। ଟୋକନ ତ୍ରୁଟି…

ଗଞ୍ଜାମ ମହାବିଦ୍ୟାଳୟକୁ ବଡ଼ ସଫଳତା: ୮ ଏନ୍‌ସିସି କ୍ୟାଡେଟ ଅଗ୍ନିବୀର ମନୋନୀତ

ଗଞ୍ଜାମ,୪।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟକୁ ମିଳିଛି ବଡ଼ ସଫଳତା। ଏକାଥରରେ ୮ ଜଣ ଏନ୍‌ସିସି କ୍ୟାଡେଟ ଭାରତୀୟ ସଶସ୍ତ୍ର ବାହିନୀର ଅଗ୍ନିବୀର ଭାବେ ମନୋନୀତ ହୋଇ ମହାବିଦ୍ୟାଳୟ…

ପରିବେଶର ସନ୍ତୁଳନ ରକ୍ଷା ନିହାତି ଆବଶ୍ୟକ: ଔଷଧୀୟ ଚାରା ରୋପଣ

ଦିଗପହଣ୍ଡି,୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

ଭୟାବହ ସଡ଼କ ଦୁର୍ଘଟଣା: ଗଛକୁ ପିଟିଲା ବସ୍‌, ଆଉ ତା’ପରେ..

ଆନନ୍ଦପୁର,୪/୭(ସୁଶାନ୍ତ କୁମାର ସାହୁ): ଆନ୍ଦପୁରେ ଭୟାବହ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ରାସ୍ତାପାର୍ଶ୍ୱରେ ଥିବା ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୨ ଜଣ ଗୁରୁତର…

ପରିବେଶ ସୁରକ୍ଷାରେ ଉତ୍ସର୍ଗୀକୃତ ଦମ୍ପତି ସଙ୍ଗୀତା-ସତ୍ୟଜିତ: ୩୦୦ରୁ ଅଧିକ ଘରଚଟିଆ ସଂରକ୍ଷଣ

ଅମରପାଲି,୪ା୭(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଇ ପଞ୍ଚାୟତର ଖଜୁରିଆପାଲି ଗ୍ରାମର ସ୍ବାମୀସ୍ତ୍ରୀ ସତ୍ୟଜିତ ଗଡୁଆ ଓ ସଙ୍ଗୀତା ପାତ୍ର ପରିବେଶ ସୁରକ୍ଷା ଏବଂ ବନ୍ୟପ୍ରାଣୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri