Posted inଫୁରସତ

ଯୁବ ପ୍ରତିଭା: ଦରଦୀଙ୍କ ବନ୍ଧୁ ପିଙ୍କୁ

ପିଲା ବେଳୁ ସମାଜ ସେବା ପ୍ରତି ତାଙ୍କର ଆଗ୍ରହ । ବୟସ ବଢିବା ସହିତ ଏହା ତାଙ୍କ ନିଶାରେ ପରିଣତ ହୋଇଛି। ରାସ୍ତାକଡରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେବା ହେଉ କି ଅସହାୟଙ୍କୁ ସାହାଯ୍ୟ ପୁଣି ପରିବେଶ ସୁରକ୍ଷା, ଜୀବଜନ୍ତୁଙ୍କ ସେବା ଏପରି କି ଅସହାୟ ଲୋକଙ୍କ ଶବ ସତ୍କାର ଦିଗରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ଏଭଳି ଜଣେ ଯୁବ ପ୍ରତିଭା ହେଉଛନ୍ତି ପୁରୀ ସିଦ୍ଧ ମହାବୀର ପାଟଣା ଅଞ୍ଚଳର ମା’ ପୁଷ୍ପଲତା ଓ ବାପା ବାସୁଦେବଙ୍କ ଏକମାତ୍ର ପୁଅ ଜ୍ୟୋତି ରଞ୍ଜନ(ପିଙ୍କୁ)।
ତୁଳସୀ ଦୁଇ ପତ୍ରରୁ ବସିଲା ପରି ପିଲାବେଳୁ ତାଙ୍କ ସେବା ଭାବ ପରିସ୍ଫୁଟ ହୋଇଥିଲା। ମାଆବାପାଙ୍କ ପ୍ରେରଣା ତାଙ୍କୁ ଏ ଦିଗରେ ଆଗେଇ ଯିବାରେ ସାହାଯ୍ୟ କଲା। ପାଠପଢା ସମୟରେ ସାଙ୍ଗସାଥୀଙ୍କୁ ଧରି ବିଦ୍ୟାଳୟ ବାତାବରଣ ସ୍ବଚ୍ଛତା, ଚାରାରୋପଣ କରି ପରିବେଶ ସୁରକ୍ଷା ଆଦି କାର୍ଯ୍ୟ କରି ଆସୁିଛନ୍ତି। ସିଦ୍ଧ ମହାବୀର ପାଟଣା ରେଳଧାରଣାରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଲାଗି ପୁରୀବାସୀ ଦୀର୍ଘଦିନର ସ୍ବପ୍ନ ସାକାର ଲାଗି ୨୦୧୯ମସିହା ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ସକାଳଠାରୁ ରାତି ଏକାଧିକ ସାଥୀଙ୍କୁ ଧରି ରେଳ ଫାଟକରେ ଠିଆ ହୋଇ ୧ଲକ୍ଷ ଦସ୍ତଖତ ସଂଗ୍ରହ କରିଥିଲେ। ଫ୍ଲାଇ ଓଭରବ୍ରିଜ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେବା ଲାଗି ପାଦରେ ଚାଲି ଚାଲି ଦୀର୍ଘ ୧୭ଶହରୁ ଊଦ୍ଧର୍‌ବ କିମି ଅତିକ୍ରମ କରି ପୃଷ୍ଠ ପରିବହନ ମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କେବଳ ଏତିକି ନୁହେଁ, ପୁରୀ ସହରରେ ଷ୍ଟେସନ, ବସଷ୍ଟାଣ୍ଡ, ବେଳାଭୂମି, ବଡଦାଣ୍ଡ ପ୍ରଭୃତି ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ଭୋକିଲା ଗରିବଙ୍କୁ ସେ ୩ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଖାଦ୍ୟ ଯୋଗାଇ ଦେଉଛନ୍ତି। ଜ୍ୟୋତି କୁହନ୍ତି, ଥରେ ଏକ ଭୋଜିରେ ବଳକା ଖାଦ୍ୟକୁ ଆୟୋଜକମାନେ ଫୋପାଡିବାକୁ ନେଉଥିଲେ। ମୁଁ ଏବଂ ମୋର କେତେ ଜଣ ସାଥି ମିଶି ତାହାକୁ ସଂଗ୍ରହ କରି ଷ୍ଟେସନ କଡରେ ରାତ୍ରୀଯାପନ କରୁଥିବା ଲୋକଙ୍କୁ ବାଣ୍ଟି ଥିଲୁ, ଯାହାକୁ ସେମାନେ ଅତି ଆଗ୍ରହ ସହ ଖାଇଥିଲେ। ସେବେଠୁ ଯେପରି କେହି ଭୋକରେ ନ ଶୁଅନ୍ତି, ସେଥିଲାଗି ସହରର ବିଭିନ୍ନ ସ୍ଥାନରେ ହେଉଥିବା ମାଙ୍ଗଳିକ କାର୍ଯ୍ୟ, ବିବାହ, ବ୍ରତ ତଥା ଅନ୍ୟାନ୍ୟ କାର୍ଯ୍ୟରେ ବଳିପଡୁଥିବା ଖାଦ୍ୟ ସଂଗ୍ରହ କରିବାକୁ ଲାଗିଲୁ। ଏଥିଲାଗି ବହୁ ରାତ୍ରି ଅନିଦ୍ରା ରହିବାକୁ ପଡିଛି, କେତେ କଷ୍ଟ ସହିବାକୁ ପଡିଛି, ତଥାପି ଅଭିଯାନ ଜାରି ରହିଛି।

ସେବା କାର୍ଯ୍ୟକୁ ଆଗକୁ ନେବା ଏବଂ ଅନ୍ୟଙ୍କୁ ଯୋଡିବା ଲକ୍ଷ୍ୟ ନେଇ ସେ ଏପ୍ରିଲ ୨୦୧୮ ମସିହାରେ ଜନ ଜାଗରଣ ମଞ୍ଚ ନାମରେ ଏକ ଅନୁଷ୍ଠାନ ଗଠନ କରିଛନ୍ତିି। ଏହି ଅନୁଷ୍ଠାନରେ ବର୍ତ୍ତମାନ ତାଙ୍କ ସହ ୩ ଶହରୁ ଊଦ୍ଧର୍‌ବ ଯୁବକ ଯୋଡି ହୋଇ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଛନ୍ତି। ତାଙ୍କ ଅନୁଷ୍ଠାନ ପକ୍ଷରୁ ଜାଗରରେ ଶ୍ରୀ ଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଓ ଜଳଛତ୍ର ଏବଂ ପ୍ରାଥମିକ ଚିକିତ୍ସା ଏବଂ ରଥଯାତ୍ରାରେ ଜଳସେଚନ ସେବା ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ରକ୍ତଦାନ ଶିବିର ଆୟୋଜନ କରିବା, ବୃକ୍ଷ ରୋପଣ, ପରିବେଶ ସ୍ବଚ୍ଛତା, ବେଳାଭୂମିକୁ ପରିଷ୍କାର ରଖିବା ଲାଗି ମୋ ବିଚ୍‌ ସ୍ବଚ୍ଛତା ଅଭିଯାନ ସହ ଅସହାୟଙ୍କ ଲାଗି ମାଗଣା ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରୁଛନ୍ତି। ବର୍ତ୍ତମାନ କରୋନା ଲାଗି ଚାଲିଥିବା ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ସମୟରେ ନିଜସ୍ବ ଖର୍ଚ୍ଚରେ ଅସହାୟ ମଣିଷ ଏବଂ ଗୋରୁଙ୍କୁ ରନ୍ଧା ଖାଦ୍ୟ ପ୍ରଦାନଠାରୁ ଆରମ୍ଭ କରି ବିଭିନ୍ନ ଜନହିତକର କାର୍ଯ୍ୟ କରି ଯୁବପିଢିଙ୍କ ଲାଗି ଆଦର୍ଶ ପାଲଟିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri