Posted inଫୁରସତ

ଯୁବ ପ୍ରତିଭା: ଦରଦୀଙ୍କ ବନ୍ଧୁ ପିଙ୍କୁ

ପିଲା ବେଳୁ ସମାଜ ସେବା ପ୍ରତି ତାଙ୍କର ଆଗ୍ରହ । ବୟସ ବଢିବା ସହିତ ଏହା ତାଙ୍କ ନିଶାରେ ପରିଣତ ହୋଇଛି। ରାସ୍ତାକଡରେ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଦେବା ହେଉ କି ଅସହାୟଙ୍କୁ ସାହାଯ୍ୟ ପୁଣି ପରିବେଶ ସୁରକ୍ଷା, ଜୀବଜନ୍ତୁଙ୍କ ସେବା ଏପରି କି ଅସହାୟ ଲୋକଙ୍କ ଶବ ସତ୍କାର ଦିଗରେ ତାଙ୍କ କାର୍ଯ୍ୟ ପ୍ରଶଂସନୀୟ। ଏଭଳି ଜଣେ ଯୁବ ପ୍ରତିଭା ହେଉଛନ୍ତି ପୁରୀ ସିଦ୍ଧ ମହାବୀର ପାଟଣା ଅଞ୍ଚଳର ମା’ ପୁଷ୍ପଲତା ଓ ବାପା ବାସୁଦେବଙ୍କ ଏକମାତ୍ର ପୁଅ ଜ୍ୟୋତି ରଞ୍ଜନ(ପିଙ୍କୁ)।
ତୁଳସୀ ଦୁଇ ପତ୍ରରୁ ବସିଲା ପରି ପିଲାବେଳୁ ତାଙ୍କ ସେବା ଭାବ ପରିସ୍ଫୁଟ ହୋଇଥିଲା। ମାଆବାପାଙ୍କ ପ୍ରେରଣା ତାଙ୍କୁ ଏ ଦିଗରେ ଆଗେଇ ଯିବାରେ ସାହାଯ୍ୟ କଲା। ପାଠପଢା ସମୟରେ ସାଙ୍ଗସାଥୀଙ୍କୁ ଧରି ବିଦ୍ୟାଳୟ ବାତାବରଣ ସ୍ବଚ୍ଛତା, ଚାରାରୋପଣ କରି ପରିବେଶ ସୁରକ୍ଷା ଆଦି କାର୍ଯ୍ୟ କରି ଆସୁିଛନ୍ତି। ସିଦ୍ଧ ମହାବୀର ପାଟଣା ରେଳଧାରଣାରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଲାଗି ପୁରୀବାସୀ ଦୀର୍ଘଦିନର ସ୍ବପ୍ନ ସାକାର ଲାଗି ୨୦୧୯ମସିହା ମାର୍ଚ୍ଚରୁ ମେ ପର୍ଯ୍ୟନ୍ତ ସକାଳଠାରୁ ରାତି ଏକାଧିକ ସାଥୀଙ୍କୁ ଧରି ରେଳ ଫାଟକରେ ଠିଆ ହୋଇ ୧ଲକ୍ଷ ଦସ୍ତଖତ ସଂଗ୍ରହ କରିଥିଲେ। ଫ୍ଲାଇ ଓଭରବ୍ରିଜ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀଙ୍କୁ ଦସ୍ତଖତ ସମ୍ବଳିତ ଦାବିପତ୍ର ଦେବା ଲାଗି ପାଦରେ ଚାଲି ଚାଲି ଦୀର୍ଘ ୧୭ଶହରୁ ଊଦ୍ଧର୍‌ବ କିମି ଅତିକ୍ରମ କରି ପୃଷ୍ଠ ପରିବହନ ମନ୍ତ୍ରୀ ଏବଂ ପେଟ୍ରୋଲିୟମ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

କେବଳ ଏତିକି ନୁହେଁ, ପୁରୀ ସହରରେ ଷ୍ଟେସନ, ବସଷ୍ଟାଣ୍ଡ, ବେଳାଭୂମି, ବଡଦାଣ୍ଡ ପ୍ରଭୃତି ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ଭୋକିଲା ଗରିବଙ୍କୁ ସେ ୩ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ଖାଦ୍ୟ ଯୋଗାଇ ଦେଉଛନ୍ତି। ଜ୍ୟୋତି କୁହନ୍ତି, ଥରେ ଏକ ଭୋଜିରେ ବଳକା ଖାଦ୍ୟକୁ ଆୟୋଜକମାନେ ଫୋପାଡିବାକୁ ନେଉଥିଲେ। ମୁଁ ଏବଂ ମୋର କେତେ ଜଣ ସାଥି ମିଶି ତାହାକୁ ସଂଗ୍ରହ କରି ଷ୍ଟେସନ କଡରେ ରାତ୍ରୀଯାପନ କରୁଥିବା ଲୋକଙ୍କୁ ବାଣ୍ଟି ଥିଲୁ, ଯାହାକୁ ସେମାନେ ଅତି ଆଗ୍ରହ ସହ ଖାଇଥିଲେ। ସେବେଠୁ ଯେପରି କେହି ଭୋକରେ ନ ଶୁଅନ୍ତି, ସେଥିଲାଗି ସହରର ବିଭିନ୍ନ ସ୍ଥାନରେ ହେଉଥିବା ମାଙ୍ଗଳିକ କାର୍ଯ୍ୟ, ବିବାହ, ବ୍ରତ ତଥା ଅନ୍ୟାନ୍ୟ କାର୍ଯ୍ୟରେ ବଳିପଡୁଥିବା ଖାଦ୍ୟ ସଂଗ୍ରହ କରିବାକୁ ଲାଗିଲୁ। ଏଥିଲାଗି ବହୁ ରାତ୍ରି ଅନିଦ୍ରା ରହିବାକୁ ପଡିଛି, କେତେ କଷ୍ଟ ସହିବାକୁ ପଡିଛି, ତଥାପି ଅଭିଯାନ ଜାରି ରହିଛି।

ସେବା କାର୍ଯ୍ୟକୁ ଆଗକୁ ନେବା ଏବଂ ଅନ୍ୟଙ୍କୁ ଯୋଡିବା ଲକ୍ଷ୍ୟ ନେଇ ସେ ଏପ୍ରିଲ ୨୦୧୮ ମସିହାରେ ଜନ ଜାଗରଣ ମଞ୍ଚ ନାମରେ ଏକ ଅନୁଷ୍ଠାନ ଗଠନ କରିଛନ୍ତିି। ଏହି ଅନୁଷ୍ଠାନରେ ବର୍ତ୍ତମାନ ତାଙ୍କ ସହ ୩ ଶହରୁ ଊଦ୍ଧର୍‌ବ ଯୁବକ ଯୋଡି ହୋଇ ବିଭିନ୍ନ କାର୍ଯ୍ୟରେ ସହଯୋଗ କରୁଛନ୍ତି। ତାଙ୍କ ଅନୁଷ୍ଠାନ ପକ୍ଷରୁ ଜାଗରରେ ଶ୍ରୀ ଲୋକନାଥଙ୍କ ପୀଠରେ ଶ୍ରଦ୍ଧାଳୁଙ୍କୁ ଅନ୍ନ ଓ ଜଳଛତ୍ର ଏବଂ ପ୍ରାଥମିକ ଚିକିତ୍ସା ଏବଂ ରଥଯାତ୍ରାରେ ଜଳସେଚନ ସେବା ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ରକ୍ତଦାନ ଶିବିର ଆୟୋଜନ କରିବା, ବୃକ୍ଷ ରୋପଣ, ପରିବେଶ ସ୍ବଚ୍ଛତା, ବେଳାଭୂମିକୁ ପରିଷ୍କାର ରଖିବା ଲାଗି ମୋ ବିଚ୍‌ ସ୍ବଚ୍ଛତା ଅଭିଯାନ ସହ ଅସହାୟଙ୍କ ଲାଗି ମାଗଣା ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରୁଛନ୍ତି। ବର୍ତ୍ତମାନ କରୋନା ଲାଗି ଚାଲିଥିବା ଲକ୍‌ଡାଉନ୍‌, ଶଟ୍‌ଡାଉନ୍‌ ସମୟରେ ନିଜସ୍ବ ଖର୍ଚ୍ଚରେ ଅସହାୟ ମଣିଷ ଏବଂ ଗୋରୁଙ୍କୁ ରନ୍ଧା ଖାଦ୍ୟ ପ୍ରଦାନଠାରୁ ଆରମ୍ଭ କରି ବିଭିନ୍ନ ଜନହିତକର କାର୍ଯ୍ୟ କରି ଯୁବପିଢିଙ୍କ ଲାଗି ଆଦର୍ଶ ପାଲଟିଛନ୍ତି।
– ପ୍ରଭାତ ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?