ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ କି ଆବଶ୍ୟକ ଚିକିତ୍ସା ମଧ୍ୟ ଦିଆଗଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତ୍ୟୁ ପରେ ଏସ୍‌ସିବି ମେଡିକାଲ ଫାଣ୍ଡିରେ ଅଭିଯୋଗ କରାଯିବାରୁ ପୋଲିସ ଏତଲା ନେଲାନାହିଁ ବୋଲି ମୃତକଙ୍କ ବଡ଼ଭଉଣୀ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୫ ତାରିଖ ଜଗତ୍‌ସିଂହପୁର ଜିଲା ବାଗଲପୁର ଗ୍ରାମର ସୁଶାନ୍ତ ଦାସ (୨୦)ଙ୍କୁ ଏସ୍‌ସିବି କାଜୁଆଲିଟିକୁ ଅଣାଯାଇଥିଲା। ଆଣ୍ଟିଜେନ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଆଇସୋଲେଶନ ୱାର୍ଡରେ ରଖାଗଲା। ସୁଶାନ୍ତ ଜଣେ ପୁରୁଣା କିଡ୍‌ନୀ ରୋଗୀ ହୋଇଥିବାରୁ ଗତ ୧ ତାରିଖ ଏସ୍‌ସିବିରେ କରୋନା ଟେଷ୍ଟ ପରେ ଡାଏଲିସିସ୍‌ କରାଇ ଘରକୁ ଫେରିଥିଲେ। ସପ୍ତାହକୁ ୨ଥର ଡାଏଲିସିସ କରାଯିବା କଥା। ଗତ ୫ ତାରିଖ ସେ ଏସ୍‌ସିବିରେ ଭର୍ତ୍ତି ହେବା ଦିନ ହିଁ ଡାଏଲିସିସ୍‌ ହେବାର ଥିଲେ ମଧ୍ୟ ତାହା ୨ ଦିନ ଯାଏ ହୋଇ ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଫଳରେ ସୁଶାନ୍ତଙ୍କ ପେଟ ଫୁଲିଯାଇ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କ ପାଖରେ ରହିବାକୁ ଅନୁରୋଧ କରିଥିଲେ ମଧ୍ୟ ଡାକ୍ତର ଅନୁମତି ଦେଲେନାହିଁ। ଶୁକ୍ରବାର ରାତିରେ ସୁଶାନ୍ତ ବାଥ୍‌ରୁମ୍‌ ଯାଇଥିବା ବେଳେ ସେଇଠାରେ ହିଁ ପଡ଼ିଯାଇଥିଲେ। ଖବର ପାଇ ତାଙ୍କ ଭାଇ ହସ୍ପିଟାଲ ଷ୍ଟାଫ୍‌ଙ୍କଠାରୁ ପିପିଇ କିଟ୍‌ ମାଗି ସୁଶାନ୍ତଙ୍କ ପାଖରେ ପହଞ୍ଚତ୍ଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିବା ପରିବାର ଲୋକେ କହିଛନ୍ତି। ଏନେଇ ନେଫ୍ରୋଲୋଜି ବିଭାଗର ଡା. ଚିତ୍ତରଞ୍ଜନ କର କହିଛନ୍ତି, ରୋଗୀ ଜଣକ ହେପାଟାଇଟିସ୍‌ ସି ପଜିଟିଭ ସାଙ୍ଗକୁ ଜଣେ କ୍ରନିକ କିଡ୍‌ନୀ ପେସେଣ୍ଟ ହୋଇଥିବା ବେଳେ କରୋନା ପଜିଟିଭ ମଧ୍ୟ ଥିଲେ। ତେଣୁ ପରିବାର ଲୋକେ ତାଙ୍କୁ ଘରୋଇ ହସ୍ପିଟାଲକୁ ନେବେ କି ନା, ଦ୍ୱନ୍ଦ୍ୱରେ ଥିଲେ। ସେଥିପାଇଁ କାଗଜପତ୍ର ପ୍ରକ୍ରିୟା ଠିକ୍‌ ସମୟରେ ସେମାନେ କରିପାରି ନ ଥିଲେ କିମ୍ବା ଠିକ୍‌ ସମୟରେ ଡାଇଲିସିସ୍‌ ପାଇଁ ଆଣିପାରି ନ ଥିଲେ। ଅନ୍ୟପକ୍ଷରେ ଶନିବାର ହସ୍ପିଟାଲ ପକ୍ଷରୁ ପରିବାର ଲୋକଙ୍କ ଉପସ୍ଥିତିରେ କଟକ ମହାନଗର ନିଗମକୁ ସଂସ୍କାର ପାଇଁ ମୃତଦେହ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri