ମହିଳାଙ୍କୁ ପ୍ରେମ ପ୍ରତାରଣା ପଡ଼ିଲା ମହଙ୍ଗା

ବ୍ରହ୍ମପୁର,୨୭ା୫(ସୁବାସ ଚନ୍ଦ୍ର ପାଢ଼ୀ): ଇନଷ୍ଟାଗ୍ରାମ୍‌ରେ ଜଣେ ମହିଳାଙ୍କୁ ପ୍ରେମ କରି ପରେ ପ୍ରତାରିତ କରିଥିବା ଯୁବକଙ୍କୁ ପୋଲିସ ସୋମବାର ଗିରଫ କରିଛି। ସେ ହେଲେ ଗୋସାଣୀନୂଆଗାଁର ଜଗଦୀଶ ପାଣିଗ୍ରାହୀ(୨୭)। ଉଭୟ ପୀଡିତା ଓ ଅଭିଯୁକ୍ତ ଜଗଦୀଶଙ୍କ ଡାକ୍ତରୀମାଇନା କରାଯାଇଛି। ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପ୍ରାୟ ବର୍ଷେ ତଳେ ଇନଷ୍ଟାଗ୍ରାମରେ ଜଗଦୀଶ ଜଣେ ୩୨ ବର୍ଷିୟା ମହିଳାଙ୍କ ସହ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ। ପରେ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କୁ ବିଭିନ୍ନ ସ୍ଥାନରେ ରଖି ଶାରୀରିକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଜଗଦୀଶଙ୍କୁ ବିବାହ କରିବା ପାଇଁ କହିବାରୁ ସେ ମନା କରିଦେଇଥିଲେ। ମହିଳା ଜିଦ ଧରିବାରୁ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲେ। ପ୍ରତାରଣାର ଶିକାର ମହିଳା ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନଂ. ୧୭୪/୨୪ରେ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନ ତଳି ଉପାଡୁଥିବାବେଳେ ହେଲା ବଜ୍ରପାତ, ବିଲରେ ଟଳିପଡ଼ିଲେ ମହିଳା, ଆଉ ଜଣେ ଅଚେତ

ପାଟକୁରା,୯ା୮(ରବୀନ୍ଦ୍ର ନାଥ ବାରିକ): ରବିବାର ମଧ୍ୟାହ୍ନରେ ହଠାତ୍‌ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ମାରିଥିଲା। ଫଳରେ କେନ୍ଦ୍ରାପଡ଼ା ଜିଲା ଗରଦପୁର ଗ୍ରାମର ଶୁକଦେବ ମଲ୍ଲିକଙ୍କ ସ୍ତ୍ରୀ ଟିକି(୪୨)…

ମୁଜାଗଡ଼ରେ ଆଇନ ସଚେତନତା କାର୍ଯ୍ୟକ୍ରମ: ଆଇନଗତ ଅଧିକାର ଓ ସରକାରୀ ଯୋଜନା ସମ୍ପର୍କରେ….

ଭଞ୍ଜନଗର, ୯।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ମୁଜାଗଡ଼ସ୍ଥିତ ହରେକୃଷ୍ଣ ପ୍ରଧାନ କଲ୍ୟାଣ ମଣ୍ଡପଠାରେ ରବିବାର ତାଲୁକ ଆଇନ ସେବା କମିଟି, ଭଞ୍ଜନଗର…

ଦଲକି ନାଳ ପୋଲ ଉପରେ ୪ ଫୁଟ୍‌ ବନ୍ୟାଜଳ: ଖଣ୍ଡହତା-ସାହାଜଲଥା ଯାତାୟାତ ବିଚ୍ଛିନ୍ନ

ଅମରପାଲି, ୯।୮ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ତଥା ରେଢ଼ାଖୋଲ ବ୍ଲକ ସୀମାବର୍ତ୍ତୀ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଯୋଗୁ ବିଭିନ୍ନ ଜୋର ଓ…

ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ୪ ବଡ଼ ଘୋଷଣା କଲେ ସରକାର

ପାଟ୍‌ନା,୯ା୮: ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବିଚାରକୁ ନେଇ ବିହାର ସରକାର ୪ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରବିବାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ୪ଟି…

ଆଇନ ଶୃଙ୍ଖଳା ହୁଗୁଳା: ସକ୍ରିୟ ହୋଇପଡ଼ିଛନ୍ତି ଅପରାଧୀ, ସହରବାସୀଙ୍କୁ ସୁରକ୍ଷା ନାହିଁ

ବରଗଡ଼,୯।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ସମେତ ଜିଲାରେ କିଛିଦିନର ଆଇନ ଶୃଙ୍ଖଳା ହୁଗୁଳା ହୋଇପଡ଼ିଛି। କିଛିଦିନର ନୀରବତା ପରେ ଏଠାରେ ଅପରାଧୀମାନେ ସକ୍ରିୟ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ…

୩୦୦ ଫୁଟ ତଳକୁ ବିମାନ ଖସିବା ଘଟଣା: ପାଇଲଟ୍‌ଙ୍କର ହେଲା ଡ୍ରଗ୍ସ ପରୀକ୍ଷା, ରିପୋର୍ଟରେ ଆସିଲା…

ନୂଆଦିଲ୍ଲୀ,୯ା୮: ଏୟାର ଇଣ୍ଡିଆର ଏକ ବିମାନରେ ସମ୍ପ୍ରତି ଘଟିଥିବା ସମସ୍ୟା ପରେ ଏକ ନୂଆ ଟ୍ବିଷ୍ଟ୍‌ ଆସିଛି। ଅଗଷ୍ଟ ୪ରେ ଫୁକେତରୁ ଦିଲ୍ଲୀ ଯାତ୍ରା କରୁଥିବା ଏୟାର…

ପେନ୍‌ସନ୍‌ଧାରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ

ଛତ୍ରପୁର,୯ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ଛତ୍ରପୁର ଶାଖାର ମାସିକ ବୈଠକ ସଭାପତି ସୁରେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଲମ୍ବା କେଶ ପାଇଁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ନୂଆଦିଲ୍ଲୀ,୯।୮: ଭାରତର ଜଣେ ମହିଳା ନିଜର ଅତି ଲମ୍ବା କେଶ ପାଇଁ ଏକ ନୂତନ ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ଉତ୍ତରାଖଣ୍ଡର ହଲଦଓ୍ବାନୀ ସହରର ରେଣୁ ଧାରିଓ୍ବାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri