ଯୁବକଙ୍କୁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ପିଟିଲେ

ଦିଗପହଣ୍ଡି,୭ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ରାଜପୁର ଗାଁର ସୁଶାନ୍ତ ବିଷୋୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପୂର୍ବ ଶତ୍ରୁତାରୁ ସୁଶାନ୍ତଙ୍କୁ ତାଙ୍କ ପଡ଼ୋଶୀ ବାହାନ ସ୍ବାଇଁ ଏବଂ ତୋଫାନ ସ୍ବାଇଁ ଦୁଇଭାଇ ଶୁକ୍ରବାର ସନ୍ଧ୍ୟାରେ ଗାଁ ସ୍କୁଲ ନିକଟରେ ଅଟକାଇ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ପରିବାର ଲୋକେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏନେଇ ଦିଗପହଣ୍ଡି ଥାନାରେ ଏତଲା ପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ନଂ.୧୯୯/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ସୁଶାନ୍ତ ସନ୍ଧ୍ୟାରେ ବାଇକ୍‌ ଧରି ଗାଁ ପୋଖରୀକୁ ଗାଧୋଇ ଯାଉଥିବା ବେଳେ ଦୁଇଭାଇ ତାଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଗାଧୋଇ ସାରିବା ପରେ ସୁଶାନ୍ତ ଅନ୍ୟ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଦୁଇଭାଇ ତାଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ। ଗୁରୁତର ଅବସ୍ଥାରେ ସୁଶାନ୍ତ ଦୌଡ଼ି ଯାଇ ନିକଟସ୍ଥ ବାବୁଲା ବିଷୋୟୀଙ୍କ ଘରେ ପଶି କବାଟ ପକାଇଦେବାରୁ ସେ ଦୁହେଁ ସେଠାରୁ ପଳାଇଥିଲେ। ପୂର୍ବରୁ ଦୁଇଭାଇ ସୁଶାନ୍ତଙ୍କ ସ୍ତ୍ରୀ ସୁଲତାଙ୍କୁ ଘରେ ପଶି ଅସଦାଚରଣ କରିଥିଲେ। ଏପରି କି ତାଙ୍କ ଶିଶୁକନ୍ୟାଙ୍କୁ ଅପହରଣ ପାଇଁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକାଙ୍କ ମୃତ୍ୟୁପରେ ପ୍ରଥମ ଥର ମୁହଁ ଖୋଲିଲେ ଲବ: କହୁକହୁ କହିଦେଲେ …

ଭୁବନେଶ୍ୱର,୨୫।୬: ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା ବାନ୍ଧବୀଙ୍କ ଆତ୍ମହତ୍ୟାକୁ ନେଇ ବିବାଦ ଘେରକୁ ଆସିଥିଲେ। ବିପାଦ ପରେ ପ୍ରଥମ ଥର ସେ ମୁହଁ ଖୋଲିଛନ୍ତି। ।...

ଏଣିକି କାର୍ଯ୍ୟରେ ଅବହେଳା କଲେ ନିଆଯିବ କାର୍ଯ୍ୟନୁଷ୍ଠାନ: ଖସିପାରିବେନି ଅଭିଯୁକ୍ତ

ଭଞ୍ଜନଗର,୨୪।୬(ବାବୁଲା ପ୍ରଧାନ)-ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ) ବିଶ୍ୱନାଥ ନିଲାନମ୍ବର୍‌ମ ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଏବଂ ଘୁମୁସର ଦକ୍ଷିଣ ବନଖଣ୍ଡ...

୪୦୦ କେ.ଜି. ୟୁରାନିୟମ ଗଲା କୁଆଡେ, ଏବେ ହେବ କ’ଣ: ଚିନ୍ତାରେ ଆମେରିକା

ଓ୍ବାଶିଂଟନ,୨୫ା୬:ଇରାନର ୩ ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକା ୬ଟି ବଙ୍କର ବଷ୍ଟର ବୋମା ପକାଇବା ପରେ ଏହାର ୪୦୦ କିଲୋଗ୍ରାମ ୟୁରାନିୟମର ହିସାବ ମିଳୁନାହିଁ। ଏହି...

ଶୌଚ ପାଇଁ ଯାଇଥିଲେ ଚାଷୀ, ବୁଦାମୂଳେ ଛକିଥିଲା କୁମ୍ଭୀର: ଆଉ ତା’ପରେ ଘଟିଲା…

ମହାକାଳପଡ଼ା, ୨୫ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):ନଦୀକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଜଣେ ଚାଷୀ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି। ଜୀବନ ବଞ୍ଚାଇବାକୁ ଯାଇ କୁମ୍ଭୀର...

ମୌଳିକ ସୁବିଧାରୁ ବଞ୍ଚିତ ମହୁଲପଡ଼ାବାସୀ

ନୂଆପଡ଼ା,୨୫।୬ (ମକାରୁ ବେମାଲ) : ନୂଆପଡ଼ା ଜିଲା କୋମନା ବ୍ଲକ ସିଲ୍‌ଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡ଼ାବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ...

ଚୋରାଚାଲାଣ ହେଉଥିଲା କାଠ: ମାଡ଼ିବସିଲା ବନବିଭାଗ

ଦିଗପହଣ୍ଡି,୨୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନବିଭାଗ କର୍ମଚାରୀ ବୃନ୍ଦ ଜକର ପଞ୍ଚାୟତ ତେଣ୍ଟୁଆପଡା ଚୈତନ୍ୟ ପ୍ରସାଦ ଗ୍ରାମ ରାସ୍ତାରେ ଏକ କାଠ ବୋଝେଇ...

ଦାଦନ ଖଟିବାକୁ ଯାଇ ପଙ୍ଗୁ ହୋଇ ଫେରିଲେ: ସହାୟତା ପାଇଁ ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼, ୨୫ା୬ (ରମେଶ ଚନ୍ଦ୍ର ନାୟକ):କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଈପୁର ପଞ୍ଚାୟତ ହରିହରପୁର ଗାଁର ଦୁଷ୍ମନ୍ତ ଜାଲ (୩୦) ପରିବାର ପ୍ରତିପୋଷଣ ପାଇଁ କେରଳ...

ନିଲାମ ହେଉନି, ବେଧଡ଼କ ଚାଲିଛି ଖଣି ଚୋରି

ଭବାନୀପାଟଣା, ୨ି୫ା୬(ଉତ୍ତମ କୁମାର ଦାଶ):ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି। ଜିଲାରେ ପରିପୂର୍ଣ୍ଣ ରହିଛି ବିଭିନ୍ନ ରତ୍ନପଥର ଓ ଖଣିଜ ସମ୍ପଦ। ଜିଲାରେ ମୋଟ ୧୪୨ଟି ବୃହତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri