Posted inଜାତୀୟ

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା, ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା। ସେଠାରେ ତାଙ୍କର ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି। ଡାକ୍ତରମାନେ ECG ଏବଂ MRI ଭଳି ପରୀକ୍ଷା କରିଛନ୍ତି। ପରୀକ୍ଷା ପରେ ସେ ଘରକୁ ଫେରିଯାଇଥିଲେ। ତେବେ ବର୍ତ୍ତମାନ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।

ସୋନିଆ ଗାନ୍ଧୀ ସୋମବାର ଛୁଟି କାଟିବା ପାଇଁ ସିମଲାରେ ପହଞ୍ଚିଥିଲେ। ସେ ତାଙ୍କ ଝିଅ ଏବଂ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଛାରାବ୍ରାସ୍ଥିତ ବ୍ୟକ୍ତିଗତ ବାସଭବନରେ ରହୁଛନ୍ତି। କିନ୍ତୁ ହଠାତ ସ୍ବାସ୍ଥ୍ୟାବସ୍ଥା ହଠାତ ଖରାପ ହେବା ପରେ ତାଙ୍କୁ IGMCକୁ ଅଣାଯାଇଥିଲା, ଯେଉଁଠାରେ ତାଙ୍କର ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଜାଣିବା ପରେ ସିମଲାରେ ରାଜନୈତିକ ହଲଚଲ ତୀବ୍ର ହୋଇଥିଲା। ହିମାଚଳ ପ୍ରଦେଶର ମୁଖ୍ୟ ସଚିବ ପ୍ରବୋଧ ସକ୍ସେନା ନିଜେ IGMC ରେ ପହଞ୍ଚି ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହା ବ୍ୟତୀତ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ହସ୍ପିଟାଲରେ ପହଞ୍ଚି ସିଧା ରେଡିଓଲୋଜି ବିଭାଗକୁ ଯାଇଥିବା ଜଣାପଡ଼ିଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ବର୍ଷର ନାବାଳିକା ସହିତ କନଷ୍ଟେବଳଙ୍କ ବର୍ବରତା; ପଞ୍ଜରା ହାଡ଼-ଦାନ୍ତ ଭାଙ୍ଗିଦେଇଥିଲେ, ହିମୋଗ୍ଲୋବିନ୍..

ଉତ୍ତର ପ୍ରଦେଶର ନୋଏଡାରେ ଜଣେ ଦଶ ବର୍ଷୀୟ ଝିଅ ଜୀବନ ସହିତ ସଂଘର୍ଷ କରୁଛି । ସେ ଗୁରୁତର ଅବସ୍ଥାରେ ଏବଂ ଭେଣ୍ଟିଲେଟରରେ ଅଛି ।...

Gold-Silver Price:ରେକର୍ଡ ଭାଙ୍ଗିଲା ସୁନା, ଚାନ୍ଦି ବି ୩ ଲକ୍ଷ ଉପରେ, କ’ଣ ରହିଛି ଗ୍ରୀନଲାଣ୍ଡ ସହ ସମ୍ପର୍କ? ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: ସୁନା ଏବଂ ରୂପା ମୂଲ୍ୟ ହ୍ରାସ ସମ୍ପର୍କରେ ସମସ୍ତ ପୂର୍ବାନୁମାନ ଭୁଲ ପ୍ରମାଣିତ ହେଉଥିବା ପରି ମନେ ହେଉଛି। ଉଭୟ ମୂଲ୍ୟବାନ ଧାତୁ ନିରନ୍ତର...

ଗ୍ରୀନଲାଣ୍ଡକୁ ନେଇ ଚେତାବନୀ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୧୯।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡ ସମ୍ପର୍କରେ ଡେନମାର୍କ ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ସମୟରେ, ସେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି...

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପୋଷାକ ଭତ୍ତା ମିଳୁନାହିଁ , ଅବସର ବୟସକୁ ନେଇ ରଖିଲେ ଦାବି

ଭଞ୍ଜନଗର,୧୯।୧(ବାବୁଲା ପ୍ରଧାନ)-ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ବାର୍ଷିକ ଉତ୍ସବ ରବିବାର ସ୍ଥାନୀୟ ବନ ବିହାର ପରିସରରେ ଅନୁଷ୍ଟିତ ହୋଇଯାଇଛି। ବୈଠକରେ ସଙ୍ଘର...

ପ୍ରେମ ସମ୍ପର୍କରେ ଫାଟ: ୭ ବର୍ଷ ହେଲା ମିଳୁନି ପ୍ରେମିକଙ୍କ ପତ୍ତା, ପ୍ରେମିକା କହିବେ ସବୁ…

ଭୁବନେଶ୍ୱର,୧୯ା୧(ତ୍ରିନାଥ ମହାନ୍ତି): ୭ ବର୍ଷ ତଳେ ଚନ୍ଦକା ଥାନା ଅଞ୍ଚଳରୁ ନିଖୋଜ ବ୍ୟବସାୟୀ ବଳରାମ ସାହାଣୀଙ୍କର ଏଯାଏ ପତ୍ତା ମିଳିନି। ହେଲେ ଏହି ମାମଲାରେ ୫ଦିନ...

Budget 2026 Expectations: ଏଥର ବଜେଟରେ ମହିଳା, ଯୁବପିଢ଼ି ଏବଂ ‘ବିକଶିତ ଭାରତ’ର ଦୃଷ୍ଟିକୋଣ ଉପରେ ଧ୍ୟାନ ଦିଆଯିବ, ବଜେଟରୁ କ’ଣ ଆଶା ରହିଛି ଜାଣନ୍ତୁ

ନୂଆଦିଲ୍ଲୀ,୧୯।୧: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ ରବିବାର, ଫେବୃଆରୀ ୧ରେ ଦେଶର ବଜେଟ ଉପସ୍ଥାପନ କରିବେ। ଅର୍ଥମନ୍ତ୍ରୀ ଭାବରେ ଏହା ତାଙ୍କର ଲଗାତାର ନବମ ବଜେଟ...

ଚାଇନା ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୨ ମୃତ ୮୪ ଆହତ

ବେଜିଂ,୧୯।୧: ପଶ୍ଚିମ ଚାଇନାର ଆଭ୍ୟନ୍ତରୀଣ ମଙ୍ଗୋଲିଆ ସ୍ବୟଂଶାସିତ ଅଞ୍ଚଳର ବାଓଟୋଉ ସହରରେ ରବିବାର (ଜାନୁଆରୀ ୧୮) ଏକ ଷ୍ଟିଲ ପ୍ଲାଣ୍ଟରେ ଏକ ବଡ଼ ବିସ୍ଫୋରଣ ଘଟିଥିଲା।...

ପାଳନ ହେଉନି ଏନ୍‌ଜିଟି ନିର୍ଦ୍ଦେଶ : ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା

ପୁରୀ,୧୯ା୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଳିଆପଣ୍ଡା ଡମ୍ପିଂୟାର୍ଡ ପ୍ରସଙ୍ଗରେ ଏନ୍‌ଜିଟିର ନିର୍ଦ୍ଦେଶକୁ ପ୍ରଶାସନ ଫୁ’ କରି ଦେଇଥିବା ଦେଖିବାକୁ ମିଳୁଛି। ଏନ୍‌ଜିଟିର ନିର୍ଦ୍ଦେଶ ସତ୍ତ୍ୱେ ଅଳିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri