ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ପଶୁପକ୍ଷୀଙ୍କ ଭିଡିଓ ଭାଇରଲ ହେଉଛି। ଜଣେ ଯୁବକ ଏକ ପକ୍ଷୀକୁ ଗୋଇଠା ମାରୁଥିବାବେଳେ ତଳେ କଚାଡି ହୋଇ ପଡିଥିବା ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଦେଖାଯାଇଛି, ରାସ୍ତା କଡରେ କିଛି ଯୁବକ ଚାଲି ଚାଲି ଯାଉଛନ୍ତି। ସେହି ସମୟରେ ଏକ ପକ୍ଷୀ ରାସ୍ତା କଡରେ ବୁଲୁଛି। ପରେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଉକ୍ତ ପକ୍ଷୀକୁ ଗୋଇଠା ମାରୁଥିବାବେଳେ ରାସ୍ତାରେ କଚାଡି ହୋଇ ପଡିଥିଲେ। ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟୁଇଟରରେ ଏହି ଭିଡିଓକୁ ଶେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ପକ୍ଷୀ ଓ ପଶୁମାନଙ୍କୁ ସମ୍ମାନ ଦିଅ। ସେମାନଙ୍କର ମଧ୍ୟ ଜୀବନ ଅଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।
Many times Karma ensures spontaneous return gift🙏
Respect the birds & animals. They also have a life…. pic.twitter.com/vXClm6ueeM
— Susanta Nanda IFS (Retd) (@susantananda3) August 24, 2020

