Posted inଫୁରସତ

ଫୋନ୍‌ରେ କ’ଣ ସବୁ ଦେଖୁଛନ୍ତି ସହଜରେ ପଡ଼ିଯିବେ ଧରା, ଜାଣନ୍ତୁ କେମିତି…

ଆଜିର ଯୁଗରେ ସ୍ମାର୍ଟଫୋନ କେବଳ କଲ୍‌ କିମ୍ବା ମେସେଜିଂର ଏକ ମାଧ୍ୟମ ନୁହେଁ ବରଂ ଏହା ଆମ ବ୍ୟକ୍ତିଗତ ଜୀବନର ସବୁଠାରୁ ବଡ଼ ଅଂଶ ପାଲଟିଯାଇଛି ଫଟୋ, ଭିଡିଓ, ସୋସିଆଲ ମିଡିଆ, ବ୍ୟାଙ୍କିଂ ବିବରଣୀ ଏବଂ ଅନେକ ବ୍ୟକ୍ତିଗତ ଜିନିଷ ଏଥିରେ ଲୁଚି ରହିଥାଏ। ସେଥିପାଇଁ ଆମେ ପାସ୍‌ଓ୍ବାର୍ଡ, ଫିଙ୍ଗରପ୍ରିଣ୍ଟ୍‌ କିମ୍ବା ଫେସ୍‌ ଲକ୍‌ ସହିତ ଆମର ଫୋନକୁ ସୁରକ୍ଷିତ ରଖିଥାଉ।

କିନ୍ତୁ ଆପଣ କ’ଣ ଜାଣନ୍ତି, କେତେବେଳେ ଆପଣଙ୍କ ବନ୍ଧୁ, ଭାଇଭଉଣୀ କିମ୍ବା ପରିବାରର ସଦସ୍ୟମାନେ ଚୁପ୍‌ଚାପ୍‌ ଆପଣଙ୍କ ଫୋନ୍‌ ଖୋଲି ସେଥିରେ କ’ଣ ଅଛି ଦେଖିପାରନ୍ତି। ତା’ପରେ ଭୟ ଲାଗିଥାଏ ଯେ, ସେମାନେ କୌଣସି ବ୍ୟକ୍ତିଗତ ଜିନିଷ ଦେଖିନାହାନ୍ତି ତ? ଏବେ ଆପଣ ଏକ ବିଶେଷ ଟ୍ରିକ ସାହାଯ୍ୟରେ ଜାଣିପାରିବେ ଯେ, ଆପଣଙ୍କ ଫୋନ୍‌ରେ କେଉଁ ଆପ୍‌ ବ୍ୟବହାର କରାଯାଇଥିଲା, କେବେ ଏବଂ କେତେ ସମୟ ପାଇଁ।

ଆପଣଙ୍କ ଫୋନରେ ଏକ ସିକ୍ରେଟ୍‌ କୋଡ୍‌ ଅଛି ଯାହା ଆପଣଙ୍କ ମୋବାଇଲର ହିଷ୍ଟ୍ରି ଖୋଲିଥାଏ, ଅର୍ଥାତ୍ତ୍‌ ଏହା ଦେଖାଏ ଯେ କେଉଁ ଆପ କେବେ ଏବଂ କେତେ ସମୟ ପାଇଁ ଖୋଲା ଯାଇଥିଲା। ଏହ ସିକ୍ରେଟ୍‌ କୋଡ୍‌ *#*#4636#*#* କିମ୍ବା କେତେକ ଫୋନ୍‌ରେ ##4636## ଡାଏଲ କରିବାକୁ ପଡ଼ିଥାଏ।

ଯେଉଁ ଫୋନର ଡାଏଲର ଆପଣ ନମ୍ବର ଡାଏଲ କରିବେ ସେହି ଫୋନର ଡାଏଲରକୁ ଯାଆନ୍ତୁ। ଏଠାରେ ସେହି କୋଡ୍‌ ଟାଇପ କରନ୍ତୁ। କୋଡ ଏଣ୍ଟ୍ରି କରିବା ମାତ୍ରେ ଏକ ଗୁପ୍ତ ସେଟିଂସ ପୃଷ୍ଠା ସ୍ବୟଂଚାଳିତ ଭାବରେ ଖୋଲିଯିବ। ଆପଣଙ୍କ ସାମ୍ନାରେ ତିନୋଟି ଅପ୍ସନ ବା ବିକଳ୍ପ ଦେଖାଯିବ। ଫୋନ ସୂଚନା ବ୍ୟବହାର ଷ୍ଟାଟିଟିକ୍ସ ଏବଂ ଓ୍ବାଇଫାଇ ସୂଚନା ଦେଖାଯିବ।

ଏଠାରେ ଆପଣଙ୍କୁ ବ୍ୟବହାର ଷ୍ଟାଟିଟିକ୍ସର ଅପ୍ସନ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ବ୍ୟବହାର ଷ୍ଟାଟିଟିକ୍ସରେ ଆପଣ ଏକ ଲମ୍ବା ଲିଷ୍ଟ ଦେଖିବେ, ଯେଉଁଥିରେ ଏହି ସମସ୍ତ ଜିନିଷ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। କେଉଁ ଆପ୍‌ ଖୋଲାଯାଇଥିଲା, କେବେ ଖୋଲାଯାଇଥିଲା, କେତେ ସମୟ ପାଇଁ ବ୍ୟବହାର କରାଯାଇଥିଲା, ସବୁକିଛି ଦେଖାଯିବ।

ଏହି କୋଡ ଅଧିକାଂଶ ଆଣ୍ଡ୍ରଏଡ୍‌ ଫୋନ୍‌ରେ କାମ କରେ, ଯଥା Samsung, Xiaomi, Realme, Vivo, Oppo, Motorola, ଇତ୍ୟାଦି। ଏହି ଟ୍ରିକ iPhone ରେ କାମ କରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri