Posted inଜାତୀୟ

ନରେନ୍ଦ୍ର ମୋଦିଙ୍କ ପାଇଁ ଆପଣମାନେ ଜୀବିତ ଅଛନ୍ତି, କହିଲେ ବିଧାୟକ…

ପାଟନା,୧।୮ : କରୋନା ମହାମାରୀର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମକୁ ପ୍ରଶଂସା କରି ବିହାର ମନ୍ତ୍ରୀ ତଥା ଭାଜପା ନେତା ରାମ ସୁରତ ରାୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ରାଜସ୍ବ ଏବଂ ଜମି ସଂସ୍କାର ମନ୍ତ୍ରୀ କହିଛନ୍ତି ଯେ ଯଦି ଆପଣମାନେ ଆଜି ଜୀବିତ ଅଛନ୍ତି, ତେବେ ଏହା ନରେନ୍ଦ୍ର ମୋଦିଙ୍କ କାରଣରୁ। ଏହି ଭିଡିଓ ଗତ ସପ୍ତାହରେ ମୁଜାଫରପୁର ଜିଲାରେ ଶୂଟିଂ କରାଯାଇଥିବା କୁହାଯାଉଛି।

ଦେଶରେ ବିକାଶ କାର୍ଯ୍ୟ ଚାଲିଛି ବୋଲି ସେ କହିଛନ୍ତି। ଲୋକମାନଙ୍କର ଅନ୍ୟ ଆକାଂକ୍ଷା ବି ଅଛି। ମୁଁ ତୁମକୁ ନିଶ୍ଚିତ କରୁଛି ସରକାର ଏକ ବ୍ୟବସ୍ଥାରେ ଚାଲିଛନ୍ତି। ଜୀବନ ଏବଂ ବିପର୍ଯ୍ୟୟ ପାଇଁ ଆର୍ଥିକ ବ୍ୟବସ୍ଥା କରିବା ପରେ ଅବଶିଷ୍ଟ ପରିମାଣରୁ ବିକାଶ କାର୍ଯ୍ୟ କରାଯାଇଥାଏ। ଗତ ଦୁଇ-ତିନି ବର୍ଷ ମଧ୍ୟରେ କରୋନା ମହାମାରୀ ଯୋଗୁ ଅର୍ଥନୀତି ଖରାପ ହୋଇଛି। ପାକିସ୍ତାନ ଏବଂ ଅନ୍ୟାନ୍ୟ ଦେଶରେ କରୋନା ଯୋଗୁ ହୋଇଥିବା ବିନାଶକୁ ଆପଣମାନେ ଦେଖନ୍ତୁ। ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ଟିକାଦାନ କରାଯିବା ଏବଂ ଅର୍ଥନୀତିର ସ୍ବତନ୍ତ୍ର ପରିଚାଳନା ଯୋଗୁ ଆମେ ସଭିଏଁ ଉଦ୍ଧାର ପାଇଥିବା ସେ କହିଛନ୍ତି।

ଏହାପୂର୍ବରୁ ରାମ ସୁରତ ରାୟ ସଶସ୍ତ୍ର ବାହିନୀରେ ନିଯୁକ୍ତି ଯୋଜନାକୁ ବିରୋଧ କରୁଥିବା ଲୋକଙ୍କୁ ଆତଙ୍କବାଦୀ ବୋଲି କହିଥଲେ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ୧୦୦ରୁ ଅଧିକ ଅଧିକାରୀଙ୍କ ଟ୍ରାନ୍ସଫର ଏବଂ ପୋଷ୍ଟିଂ ଉପରେ ତାଙ୍କ ଭେଟୋ ବିରୋଧରେ ମନ୍ତ୍ରୀ ଗତ ମାସରେ ମଧ୍ୟ ଚର୍ଚ୍ଚାରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଫ୍ରାନ୍ସରେ ଛାତ୍ର-ପୋଲିସ ସଂଘର୍ଷ: ୪୦୦ ସ୍କୁଲ ବନ୍ଦ

ପ୍ୟାରିସ୍‌, ୩।୧୦: ଫ୍ରାନ୍ସରେ ଶୁକ୍ରବାର ବିକ୍ଷୋଭ ଆହୁରି ତୀବ୍ରତର ହୋଇଛି। ହାଇସ୍କୁଲ ଛାତ୍ରୀଛାତ୍ରମାନେ ବିଲ୍ଡିଂଗୁଡ଼ିକର ପ୍ରବେଶପଥ ଅବରୋଧ କରିବା, ପୋଲିସ ସହ ସଂଘର୍ଷ କରିବା ଏବଂ କେତେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?