Posted inଜାତୀୟ

ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆୟୋଜିତ ଏକ ଉତ୍ସବରେ ଏହା ଜାରି ହୋଇଛି। ପ୍ରତି ସ୍କୁଲରେ ହେଲଥ୍‌ କ୍ଲବ୍‌ ସ୍ଥାପନା କରାଯିବା ଲାଗି ଏଥିରେ ଉଲ୍ଲେଖ କରାଯାଇଛି। ରାଜ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ପ୍ରଥମେ ଲୋକଙ୍କୁ ସାକ୍ଷର କରିଥିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ରାଜ୍ୟର ବିକାଶରେ ଜନସଂଖ୍ୟା ବାଧକ ହୋଇଥିବା ଯୋଗୀ କହିଛନ୍ତି। ଏନେଇ ସଚେତନା ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଏହାକୁ ବିରୋଧ କରି ଏସ୍‌ବିଏସ୍‌ପି ପକ୍ଷରୁ ଓମ୍‌ ପ୍ରକାଶ ରାଜଭର କହିଛନ୍ତି ଯେ, ଯୋଗୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପଥ ଅନୁସରଣ କରୁଛନ୍ତି। ଏହି ନୀତି ଅଣାଯିବା ପୂର୍ବରୁ ଳୋକଙ୍କୁ ଶିକ୍ଷିତ କରାଯିବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ସନ୍ତାନ ପ୍ରସବ କଲେ ୬ ହଜାର ଟଙ୍କା ଦେଉଛନ୍ତି। ଅପରପକ୍ଷରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କଲେ ୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି। ଏପରିସ୍ଥଳେ ରାଜ୍ୟବାସୀ ଅଧିକ ଟଙ୍କା ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ପତ୍ତନଠାରୁ ଉଚ୍ଚତାରେ ମୁତୟନ ଥିବା ଯବାନଙ୍କ ହୃଦୟ-ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା, ରିପୋର୍ଟ …

ନୂଆଦିଲ୍ଲୀ, ୧୬।୬ : ଅଦ୍ୟାବଧି, ସମୁଦ୍ର ପତ୍ତନଠାରୁ ନିମ୍ନ ଏବଂ ଉଚ୍ଚ ସ୍ଥାନରେ ରହୁଥିବା ଲୋକଙ୍କ ମଧ୍ୟରେ ଥ୍ରୋମ୍ବୋସିସ ସମ୍ବନ୍ଧରେ କ୍ଲିନିକାଲ ଅଧ୍ୟୟନରେ ବିଭିନ୍ନ ଦାବି...

ଅଗ୍ନି ପ୍ରାଇମ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…

ନୂଆଦିଲ୍ଲୀ, ୧୮।୧୨: ଭାରତ ଶନିବାର ସଫଳତାର ସହ ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରଟି ଓଡିଶାର ବାଲେଶ୍ୱରର ଚାନ୍ଦିପୁର ସ୍ଥିତ ଅବ୍ଦୁଲ୍‌ କାଲାମ...

କୋର୍ଟଙ୍କୁ ବିହାର ପୋଲିସର ଅବମାନନା: ନିର୍ଦ୍ଦେଶ ପରେ ବି ଦାଏର ହୋଇନି ୧୫ ହଜାର ମାମଲା…

ପାଟନା,୧୬।୫ : ବିହାର ପୋଲିସ ବିଭାଗର କ୍ଷମତା ଏବେ କୋର୍ଟ ଅପେକ୍ଷା ବଡ଼ ହୋଇଥିବାର ଦେଖାଯାଉଛି। କାରଣ ବର୍ତ୍ତମାନ ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ...

ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା, ରାଜ୍ୟକୁ ଭାଜପାକୁ ହସ୍ତାନ୍ତର କରିବା ସହ ସମାନ: ଗେହଲଟ ଗୋଷ୍ଠୀ

ଜୟପୁର,୨୮।୯: ରାଜସ୍ଥାନରେ କଂଗ୍ରେସରେ ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି। କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନାମ ସାମ୍ନାକୁ ଆସିବା ପରେ ଦଳରେ...

ରାଜଧାନୀକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ, ୨୬।୧୨: ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସୋମବାରଠାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାତି ୧୧ରୁ ଭୋର ୫ଟା ପର୍ଯ୍ୟନ୍ତ...

ସୁର୍ଜେଓ୍ବାଲା-ଶ୍ରୀନିବାସ ଅଟକ…

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ସୋମବାର ପୂର୍ବାହ୍ନରେ ଟ୍ରାକ୍ଟର ଚଳାଇ ମୌସୁମୀ ଅଧିବେଶନରେ ଯୋଗଦେବା ଲାଗି...

ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି ଶ୍ରଦ୍ଧାଙ୍କ ହତ୍ୟା ଅଭିଯୁକ୍ତ ଆଫତାବ, ଜାମିନ ଆବେଦନ ନେଲେ ଫେରାଇ…

ନୂଆଦିଲ୍ଲୀ,୨୨।୧୨ : ଶ୍ରଦ୍ଧା ଓ୍ବାରକ ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ଅମିନ ପୁନାୱାଲା ଜେଲରୁ ବାହାରିବାକୁ ଚାହୁଁ ନାହାନ୍ତି। ସେ ସାକେତ କୋର୍ଟରୁ ନିଜର ଜାମିନ...

ଇନ୍ଦିରା, ସୋନିଆ ବି ହରାଇଥିଲେ ସଦସ୍ୟତା

ନୂଆଦିଲ୍ଲୀ,୨୫ା୩: କେବଳ ରାହୁଲ ଗାନ୍ଧୀ ନୁହନ୍ତି, ଅତୀତରେ ଅନେକ ଆଇନପ୍ରଣେତା ଗୃହରେ ଅଯୋଗ୍ୟ ଘୋଷିତ ହୋଇଥିଲେ। ୧୯୭୭ର ଜରୁରିକାଳୀନ ପରିସ୍ଥିତି ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ...

Advertisement
Archives

Model This Week