ବଡ଼ ଭାଇଙ୍କୁ ପିଟିପିଟି ହତ୍ୟା କଲେ ସାନ ଭାଇ

ବଣାଇ/ଟେନ୍‌ସା,୧୧ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଦୁଇ ସାନ ଭାଇ, ସାନଭାଇଙ୍କ ସ୍ତ୍ରୀ ମିଶି ବଡ଼ ଭାଇଙ୍କୁ ବାଡ଼ିରେ ପିଟି ପିଟି ନୃଶଂସ ଭାବେ ହତ୍ୟା କରିଛନ୍ତି। ଖବର ପାଇ କୋଇଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି । ଖବର ଅନୁଯାୟୀ ବନ୍ଦଲ ଗ୍ରାମରେ ପତ୍ରାସ ମୁଣ୍ଡା ଓ ତିନି ସାନ ଭାଇର ହସଖୁସିର ସଂସାର। ସାନ ଭାଇ ସମା ମୁଣ୍ଡା କାହାକୁ କିଛି ନ କହି ଅନ୍ୟ ଏକ ଜାତିର ଝିଅଙ୍କୁ ବାହା ହୋଇ ଘରକୁ ନେଇ ଆସିଥିଲେ। ବଡ଼ ଭାଇ ଏହାକୁ ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ସାନ ଭାଇ ସମା ମୁଣ୍ଡା,ବିରିକାର ମୁଣ୍ଡା, ସମା ନୂଆ କରି ଆଣି ଥିବା ଝିଅ ଯାତ୍ରୀ ମୁଣ୍ଡା ତିନି ଜଣ ମିଶି ପାତ୍ରସ ମୁଣ୍ଡାଙ୍କୁ ବାଡ଼ିରେ ପିଟି ପିଟି ହତ୍ୟା କରି ଫେରାର ହୋଇଯାଇଥିଲେ। ଅନ୍ୟ ଜଣେ ସାନ ଭାଇ ରବେଟେ ମୁଣ୍ଡା ଘରକୁ ଆସି ବଡ଼ ଭାଇଙ୍କ ଏପରି ଅବସ୍ଥା ଦେଖି କୋଇଡା ପୋଲିସକୁ ଖବର ଦେଇଥିଲେ। କୋଇଡା ଆଇଆଇସି ଲୋକେଶ୍ବର ସାହୁ, ଏସ୍‌ଆଇ ମନୋହର ପ୍ରଧାନଙ୍କ ସମେତ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁ ଜୁଡୁ ଅବସ୍ଥାରେ ମୃତଦେହ ଜବତ କରିଛନ୍ତି। ଫେରାର ଥିବା ୩ ଅଭିଯୁକ୍ତଙ୍କୁ ରବିବାର ଗିରଫ କରି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଉ ଥିବାର ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଲାଠିମାଡ଼ରେ ଯୁବକଙ୍କ ମୁଣ୍ଡ ଫାଟିଲା

ରାୟଗଡ଼ା ଅଫିସ,୨୬ା୧୨:  ହେଲ୍‌ମେଟ ନ ପିନ୍ଧି ଗାଡ଼ି ଚଳାଇଥିବା ଜଣେ ଯୁବକ ପୋଲିସ ଲାଠିମାଡ଼ରେ ଆହତ ହୋଇଛନ୍ତି। ସେ ହେଲେ ରାୟଗଡ଼ା ଥାନା ଅଧୀନ ତଳ...

ଆସୁଛନ୍ତି ଧନଦାତ୍ରୀ: ପ୍ରତିଦିନ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦ

ବଇଣ୍ଡା, ୭ା୧୦ (ଡି.ଏନ.ଏ.): ପାଖେଇ ଆସୁଛି ମା’ ଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକର ଠାକୁରଗଡ଼ ଗ୍ରାମ। ଚଳିତବର୍ଷ ଏଠାରେ...

ମାତିଛି ବାଘ, ଗାଈକୁ ମାରି ଖାଉଛି

ନୂଆପଡ଼ା ଅଫିସ ୨୫।୩: ନୂଆପଡାରେ ବାଘ ଆତଙ୍କ ଦେଖାଯାଇଛି। ନୂଆପଡା ରେଞ୍ଜ ତରିଆ ମହୁଆଭଟା ଗାଁରେ ଗତ କିଛି ଦିନ ହେବ ବାଘ ମାତିଛି। ଟାନୱଟ...

ବିଭିନ୍ନ ସ୍ଥାନରେ ଚଢ଼ାଉ: ୧୪ ଗାଡି ଜବତ, ୩୧ ହଜାର ଜରିମାନା ଆଦାୟ

ଭଣ୍ଡାରିପୋଖରୀ,୮।୪(ଡି.ଏନ୍‌.ଏ): କରୋନା (କୋଭିଡ-୧୯)ର ମୁକାବିଲା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ୍‌ ଠାରୁ ଆରମ୍ଭକରି ସଟ୍‌ଡାଉନ୍‌ ଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି।...

ମହିଳା ଡାକ୍ତରଙ୍କ ବେଡ୍‌ରୁମ୍‌ଠାରୁ ଆରମ୍ଭ କରି ବାଥ୍‌ରୁମ ଯାଏ ଅଜାଣତରେ ଲାଗିଥିଲା ସିସି କ୍ୟାମେରା, ଜଣାପଡ଼ିବା ପରେ…

ମୁମ୍ବାଇ,୧୪ା୭: ମହାରାଷ୍ଟ୍ରର ପୁଣେରେ ଜଣେ ମହିଳା ଡାକ୍ତରଙ୍କ ବାଥ୍‌ରୁମ ଠାରୁ ଆରମ୍ଭ କରି ବେଡ୍‌ରୁମ୍‌ ପର୍ଯ୍ୟନ୍ତ ସବୁଠି ଚୋରା କ୍ୟାମେରା ଲାଗିଥିଲା। ଯାହା ଜାଣି ନ...

ଶ୍ରେଣୀଗୃହରେ ଶିକ୍ଷକଙ୍କ ମୋବାଇଲ ନିଶା

ଯାଜପୁର ଅଫିସ,୨୯।୧: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ରାଜ୍ୟରେ ସରକାରୀ ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ମୁଣ୍ଡପିଛା ବାର୍ଷିକ ୨୫,୦୪୧ ଟଙ୍କା ୨୦୨୧-୨୨ରେ...

୪ କିମି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ବିଡିଓ

ତେନ୍ତୁଳିଖୁଣ୍ଟି,୧୨।୧(ଡି.ଏନ.ଏ)- ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳ କାଦମାଳି ଗ୍ରାମକୁ ଯିବା ପାଇଁ ରାସ୍ତା ନାହିଁ। କେବଳ ପଡିଛି ପାଦଚଲା ରାସ୍ତା।...

ପ୍ରହସନ ପାଲଟିଛି ଲକ୍‌ ଡାଉନ୍‌ କଟକଣା: ବ୍ୟାଙ୍କରେ ରହୁନି ସାମାଜିକ ଦୂରତ୍ୱ, ଲାଗୁଛି ଖାତାଧାରୀଙ୍କ ଭିଡ

କେନ୍ଦୁଝର,୧୫।୪(ସ୍ବ.ପ୍ର.): କରୋନା ମୁକାବିଲା ନିମନ୍ତେ ରାଜ୍ୟରେ ସମ୍ପ୍ରତ୍ତି ଲକ୍‌ ଡାଉନ ସ୍ଥିତି ଜାରି ରହିଛି। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ଜାରି ରହିଛି।...

Advertisement
Archives

Model This Week