Posted inଫୁରସତ

ଏମିତି ମନ୍ଦିର ଯେଉଁଠି ପୁରୁଷଙ୍କୁ ପ୍ରବେଶ ମନା

ଦେବୀ କନ୍ୟାକୁମାରୀ ମନ୍ଦିର, କନ୍ୟାକୁମାରୀ- ଭାରତର ଦକ୍ଷିଣ ଭାଗରେ ସ୍ଥିତ ଏହି ମନ୍ଦିର ବର୍ଷର କୌଣସି ଦିନ ପୁରୁଷଙ୍କ ପାଇଁ ଖୋଲା ନୁହେଁ। କେବଳ ତପସ୍ବୀ ପୁରୁଷଙ୍କୁ ମନ୍ଦିରର ଗେଟ୍‌ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି। ବିବାହିତ ପୁରୁଷ ତ ଏହାର ପରିସର ଭିତରକୁ ପ୍ରବେଶ କରିପାରିବେ ନାହିଁ। ଏହି ମନ୍ଦିରରେ କନ୍ୟା ମା’ ଦେବୀ ଭଗବତୀ ଦୁର୍ଗାଙ୍କୁ ପୂଜା କରାଯାଏ। ୫୧ଟି ଶକ୍ତିପୀଠ ମଧ୍ୟରେ ଅନ୍ୟତମ ଏହି ମନ୍ଦିରରେ କେବଳ ମହିଳାମାନେ ମା’ଙ୍କୁ ପୂଜା କରିଥାନ୍ତି। ପୌରାଣିକ କଥାନୁସାରେ ମା’ ଭଗବତୀ ଦୁର୍ଗା ମହାଦେବଙ୍କୁ ବିବାହ କରିବାର ବାଞ୍ଛା ନେଇ ସମୁଦ୍ର ମଝିର ଏହି ନିରୋଳା ସ୍ଥାନକୁ ଆସି ତପସ୍ୟା କରିଥିଲେ। ଖାସ୍‌ ସେଥିପାଇଁ ଏଠାରେ ବିବାହିତ ପୁରୁଷଙ୍କ ପ୍ରବେଶ ନିଷେଧ ବୋଲି କୁହାଯାଏ।

କାମାକ୍ଷା ମନ୍ଦିର, ଆସାମ- ଏହି ମନ୍ଦିର ଆସାମର ଗୁଆହାଟୀରେ ନୀଳାଚଳ ପାହାଡ଼ରେ ରହିଛି। ଏଠାରେ ପ୍ରତିବର୍ଷ ଅମ୍ବୁବାଚୀ ନାମକ ମେଳାର ଆୟୋଜନ ହୁଏ। ଏହି ସମୟରେ ମନ୍ଦିରର ଦ୍ୱାର ଚାରି ଦିନ ବନ୍ଦ ରହିଥାଏ। କାରଣ ଏହା ହେଉଛି ଦେବୀଙ୍କ ମାସିକ ଧର୍ମର ସମୟ। ସେଥିପାଇଁ ଏହି ସମୟରେ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ନିଷେଧ ଥାଏ। ପୂଜାପାଠ କିମ୍ବା ଅନ୍ୟ କାର୍ଯ୍ୟ ପାଇଁ କେବଳ ମହିଳା ଅବା ତପସ୍ବୀ ପୁରୁଷଙ୍କୁ ମନ୍ଦିର ପରିସରରେ ପ୍ରବେଶ କରିବାକୁ ଅନୁମତି ଥାଏ।

ବ୍ରହ୍ମା ମନ୍ଦିର, ରାଜସ୍ଥାନ- ଏହି ମନ୍ଦିର ଭଗବାନ ବ୍ରହ୍ମାଙ୍କର କିଛି ଦୁର୍ଲଭ ମନ୍ଦିର ମଧ୍ୟରୁ ଅନ୍ୟତମ। ରାଜସ୍ଥାନ ପୁଷ୍କରରେ ଥିବା ଏହି ପ୍ରସିଦ୍ଧ ମନ୍ଦିରରେ ଜଣେ ଦେବତାଙ୍କୁ ପୂଜା କରାଯାଉଥିଲେ ହେଁ, ବିବାହିତ ପୁରୁଷ ଗର୍ଭଗୃହରେ ବ୍ରହ୍ମାଙ୍କ ପୂଜା କରିପାରିବେ ନାହିଁ। କେବଳ ସନ୍ନ୍ୟାସୀ ହିଁ ବ୍ରହ୍ମାଙ୍କର ପୂଜା କରିପାରିବେ। ଧାର୍ମିକ ମାନ୍ୟତା ଅନୁସାରେ ଭଗବାନ ବ୍ରହ୍ମା ଓ ତାଙ୍କ ପତ୍ନୀ ତଥା ମା’ ସରସ୍ବତୀ ଏକ ଯଜ୍ଞର ଆୟୋଜନ କରିଥାନ୍ତି। କିନ୍ତୁ ମା’ ସରସ୍ବତୀ ଟିକେ ବିଳମ୍ବରେ ପହଞ୍ଚତ୍ବାରୁ ଦେବୀ ଗାୟତ୍ରୀଙ୍କୁ ନେଇ ବ୍ରହ୍ମା ସେହି ଯଜ୍ଞ ସମ୍ପନ୍ନ କରିଦେଲେ। ଏଥିରେ ମା’ ସରସ୍ବତୀ କ୍ରୋଧିତ ହୋଇ ଅଭିଶାପ ଦେଲେ ଯେ, ଆଜିଠାରୁ କୌଣସି ପୁରୁଷ ଭକ୍ତ ଏହି ମନ୍ଦିରକୁ ଆସିବେନି। ଯଦି କୌଣସି ପୁରୁଷ ଏଠାକୁ ଆସନ୍ତି ତେବେ ତାଙ୍କ ବୈବାହିକ ଜୀବନ ଦୁଃଖରେ ଭରିଯିବ।

ସାବିତ୍ରୀ ମନ୍ଦିର, ରାଜସ୍ଥାନ- ଏହି ମନ୍ଦିର ରତ୍ନଗିରି ପାହାଡ ଉପରେ ବ୍ରହ୍ମା ମନ୍ଦିର ପଛଭାଗରେ ଅଛି। ଉକ୍ତ ମନ୍ଦିରରେ ପୂଜା ପାଆନ୍ତି ବ୍ରହ୍ମାଙ୍କ ପତ୍ନୀ ସାବିତ୍ରୀ(ସରସ୍ବତୀ)। ପୌରାଣିକ କଥାନୁସାରେ ବ୍ରହ୍ମା ଯେବେ ଦ୍ୱିତୀୟ ବିବାହ କଲେ ମା’ ସାବିତ୍ରୀ ତାଙ୍କୁ ଅଭିଶାପ ଦେବା ସହ ରତ୍ନଗିରି ପାହାଡ଼ର ଏହି ସ୍ଥାନକୁ ଆସି ରହିବାକୁ ଲାଗିଲେ। ସେବେଠାରୁ ମା’ ଏହି ସ୍ଥାନରେ ପୂଜା ପାଇଆସୁଛନ୍ତି। ଆଉ ଉକ୍ତ ମନ୍ଦିରକୁ ପୁରୁଷଙ୍କ ପ୍ରବେଶ ନିଷେଧ ରହିଛି।

ମାତା ମନ୍ଦିର, ମୁଜାଫର ନଗର- ଏହି ମନ୍ଦିରରେ ଦୁର୍ଗା ମା’ଙ୍କ ମାସିକ ଧର୍ମ ସମୟରେ ପୁରୁଷଙ୍କ ପ୍ରବେଶ ନିଷେଧ ଥାଏ। କେବଳ ମହିଳାମାନେ ଏହି ସମୟରେ ମନ୍ଦିରରେ ପ୍ରବେଶ କରନ୍ତି। ଏମିତିକି ମନ୍ଦିରର ପୂଜାରୀ ବି ଏହି ସମୟରେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ମନ୍ଦିରରେ ପୂଜା ଓ ଆଳତି ମହିଳା କରନ୍ତି।

ଅଟୁକଲ ଭଗବତୀ ମନ୍ଦିର, କେରଳ- କେରଳ ଥିରୁଭାନନ୍ତପୁରମ୍‌ର ଅଟୁକଲ ଭଗବତୀ ମନ୍ଦିରରେ ମା’ ଭଦ୍ରକାଳୀ(କନ୍ନକି) ଦେବୀଙ୍କୁ ପୂଜା କରାଯାଏ। ଏହି ମନ୍ଦିରର ପ୍ରମୁଖ ପର୍ବ ହେଉଛି ଅଟୁକଲ ପୋଙ୍ଗଲ। ଉକ୍ତ ଉତ୍ସବ ପ୍ରତିବର୍ଷ ଫେବୃୟାରୀରୁ ମାର୍ଚ୍ଚ ମାସ ଭିତରେ ପଡ଼େ। ୧୦ ଦିନ ବ୍ୟାପୀ ପାଳିତ ହେଉଥିବା ଏହି ଉତ୍ସବରେ ମହିଳା ଭକ୍ତଙ୍କ ପ୍ରବଳ ଭିଡ଼ ହୁଏ। ଅନ୍ୟକୌଣସି ଧାର୍ମିକସ୍ଥଳ ଅପେକ୍ଷା ଏଠାରେ ମହିଳା ଭକ୍ତଙ୍କର ଏତେ ଭିଡ଼ ହୁଏ ଯେ, ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ବି ଏହାର ନାମ ସ୍ଥାନ ପାଇଛି। ଉତ୍ସବ ବେଳେ ୩ ମିଲିୟନରୁ ଊର୍ଦ୍ଧ୍ୱ ମହିଳାଙ୍କ ସମାଗମ ହୁଏ। ହେଲେ ପୁରୁଷ ଭକ୍ତଙ୍କୁ ଏଥିରେ ଯୋଗଦେବା ନିଷେଧ ଥାଏ।

ଛକୁଲାଥୁକାଭୁ ମନ୍ଦିର- ମା’ ଭଗବତୀ ପୂଜା ପାଉଥିବା କେରଳର ଏହି ମନ୍ଦିରରେ ‘ନାରୀ ପୂଜା’ ନାମକ ଏକ ପର୍ବ ପାଳନ ହୁଏ। ଏହି ଅବସରରେ କେବଳ ମହିଳାମାନେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଥାଏ। ଆଉ ପୁରୁଷ ପୁରୋହିତ ସେମାନଙ୍କର ପାଦ ଧୋଇବା ପ୍ରଥା ବି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାଦିତ୍ୟରେ ଅଖଣ୍ଡ ଧୁନି ପରମ୍ପରା ଆଜି ବି ବଞ୍ଚିଛି

ତତ୍କାଳୀନ ଓଡ଼ିଶାର ବୁଦ୍ଧିଜୀବୀ ଏବଂ କାରିଗରମାନେ ବୌଦ୍ଧିକସ୍ତରରେ କେତେ ଉଚ୍ଚ ଥିଲେ, ତାହାର ବଳିଷ୍ଠ ପ୍ରମାଣ ହେଉଛି ଶ୍ରୀପଦ୍ମକେଶର ମନ୍ଦିର। ଯାହା ସମୟକ୍ରମେ ଆଜି ପ୍ରସିଦ୍ଧ...

ଦେଶର ସବୁଠାରୁ ସ୍ବଚ୍ଛ ସହର: ବ୍ୟର୍ଜ୍ୟବସ୍ତୁରୁ ବର୍ଷକୁ ଆୟ କରୁଛି ୪ କୋଟି

ଭୋପାଳ,୬।୧: କେନ୍ଦ୍ରସରକାରଙ୍କ ସ୍ବଚ୍ଛ ଭାରତ ଅଭିଯାନ ଏବେ କିଛି କିଛି ସ୍ଥାନରେ ସଫଳ ହେବାର ଦେଖିବାକୁ ମିଳିଛି। ଦେଶର ସବୁଠାରୁ ସ୍ବଚ୍ଛ ସହର ଭାବେ ଜଣାଶୁଣା...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

ରୁଷିଆ ବିରୋଧରେ ଲଢ଼ିବାକୁ ଏମିତି ପଦକ୍ଷେପ ନେଲେ ନବଦମ୍ପତି

କ୍ୱିଭ୍‌,୨୮ା୨: ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ କମିବାର ନାଁ ନେଉନି। ରୁଷିଆ ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିବାରୁ ଏହାର ଜବାବ ମଧ୍ୟ ଦେଉଛି ୟୁକ୍ରେନ। ଦେଶ...

ସ୍ବାମୀ ବହୁତ ଭଲପାଉଛନ୍ତି, ଏଣୁ ତାଙ୍କ ସହ ରହିପାରିବି ନାହିଁ: ଏପରି ଯୁକ୍ତି କରି ମହିଳା ମାଗିଲେ ଛାଡ଼ପତ୍ର..

ସମ୍ଭଲ: ସବୁ ସ୍ତ୍ରୀ ଚାହାନ୍ତି ତାଙ୍କ ସ୍ବାମୀ ତାଙ୍କୁ ବହୁତ ଭଲପାଆନ୍ତୁ। ହେଲେ ଉତ୍ତରପ୍ରଦେଶର ସମ୍ଭଲ ଜିଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ...

ଗଛ ମରିଗଲେ ଯିବାକୁ ପଡିବ ଜେଲ

ମୁରୈନା,୨୮।୧: ମଧ୍ୟପ୍ରଦେଶର ମୁରୈନା ଜିଲାରେ ଥିବା ଏକ ଜଙ୍ଗଲର ଗଛ ଗୁଡିକୁ ଦେଖାରଖା କରିବାକୁ ପୋଲିସ ଆସିଥାଆନ୍ତି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ୍ୟ।...

୯୭ ବର୍ଷ ହେବ ବଢିନି ଏହି ଗାଁର ଜନସଂଖ୍ୟା

ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢୁଛି। ଏହାକୁ ନେଇ ସରକାର ଚିନ୍ତାପ୍ରକଟ କରୁଥିବାବେଳେ ମଧ୍ୟପ୍ରଦେଶରେ ଏକ ଏମିତି ଗାଁ ଅଛି, ଯେଉଁଠି ଗତ ୯୭...

ବର ସହ ଘୋଡ଼ାକୁ ଟେକିଲେ କନ୍ୟାପକ୍ଷ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week