Posted inଜାତୀୟ

‘ଜୟ ଶ୍ରୀ ରାମ’ ନ କହିବାରୁ ମୁସଲିମ ବୃଦ୍ଧଙ୍କୁ ଆକ୍ରମଣ: ରାହୁଲଙ୍କୁ ପାଲଟା ଜବାବ ଦେଲେ ଯୋଗୀ

ନୂଆଦିଲ୍ଲୀ,୧୫।୬: ‘ଜୟଶ୍ରୀ ରାମ’ ନ କହିବାରୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ମୁସଲିମ ବୃଦ୍ଧଙ୍କୁ ମାଡ଼ ମରାଯିବା ଓ ଦାଢ଼ି କାଟି ଦେବା ଘଟଣାକୁ ନେଇ ଏବେ ରାଜ୍ୟ ସରକାର ଓ ବିରୋଧୀ ମୁହଁାମୁହିଁ ପରିସ୍ଥିତିରେ।

ଗାଜିଆବାଦର ଲୋନି ଅଞ୍ଚଳରେ ଗତ ୫ ତାରିଖରେ ଅବଦୁଲ ସାମଦ ନାମକ ଜଣେ ମୁସଲିମ ବୃଦ୍ଧଙ୍କୁ ଛୁରି ଦେଖାଇ କିଛି ଦୁର୍ବୃତ୍ତ ‘ଜୟଶ୍ରୀ ରାମ’ କହିବାକୁ ବାଧ୍ୟ କରିଥିଲେ। ଏପରି ନ କରିବାରୁ ମାଡ଼ ମାରିବା ସହ ତାଙ୍କ ଦାଢ଼ି କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଭାଇରାଲ ହୋଇଥିବା ଘଟଣାର ଭିଡିଓରେ ଅବଦୁଲ ଆକ୍ରମଣକାରୀଙ୍କ ଆଗରେ ଛାଡ଼ିବା ପାଇଁ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣାର ଏକ ନ୍ୟୁଜ ରିପୋର୍ଟ ସୋସିଆଲ ମିଡିଆରେ ଶେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲେଖିଥିଲେ, ” ପ୍ରଭୁ ଶ୍ରୀରାମଙ୍କ ଭକ୍ତମାନେ ଏଭଳି କରିପାରିବେ, ମୁଁ ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହେଁ। ଏପରି ନିଷ୍ଠୁରତା ମାନବିକତାଠାରୁ ଦୂରରେ। ଏହା ଉଭୟ ଧର୍ମ ଓ ସମାଜ ପାଇଁ ଲଜ୍ଜାଜନକ “। କିଛି ଘଣ୍ଟା ପରେ ଏହାର ଉତ୍ତର ଦେଇଥିଲେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ”ପ୍ରଭୁ ଶ୍ରୀରାମଙ୍କ ପ୍ରଥମ ଶିକ୍ଷା- ‘ସତ କୁହ’। ଏହା ତୁମ ଜୀବନରେ କେବେ କରି ନାହଁ। ପୋଲିସ ସତ ପ୍ରକାଶ କରିବା ପରେ ମଧ୍ୟ ତୁମେ ସମାଜରେ ବିଷ ଓଗାଳୁଛ। ଏଥି ନେଇ ତୁମେ ଲଜ୍ଜିତ ହେବା ଉଚିତ। ଉତ୍ତର ପ୍ରଦେଶର ଲୋକଙ୍କୁ ଅପମାନିତ କରିବା ବନ୍ଦ କର“ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରିଛନ୍ତି।

ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ପୋଲିସ ସାମ୍ପ୍ରଦାୟିକତା ଅଭିଯୋଗକୁ ଖଣ୍ଡନ କରିଛି। ପୀଡ଼ିତ ଦେଇଥିବା ଆମଲେଟରେ ଅସନ୍ତୋଷ ଥିବା ୬ ଜଣ ଗ୍ରାହକ ଆକ୍ରମଣ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

QUAD ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଚାଇନାକୁ ଲାଗିପାରେ ଝଟକା

ନୂଆଦିଲ୍ଲୀ,୧୭।୧୧: ଆମେରିକା, ଚାଇନା ଏବଂ ରୁଷିଆକୁ ନେଇ ହେବାକୁ ଥିବା ଉଚ୍ଚସ୍ତରୀୟ ବୈଠକଗୁଡ଼ିକ ପୂର୍ବରୁ, ‘କ୍ୱାଡ’ (Quad) ସଦସ୍ୟ ରାଷ୍ଟ୍ରଗୁଡ଼ିକର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ…

ଶତକ ମାରିବା ପରେ ପକେଟରୁ ଚିଠି ବାହାର କଲେ ଏହି କ୍ରିକେଟର: ଚିଠି ପଢିଲେ ହୋଇଯିବେ ଭାବବିହ୍ବଳ

ଜୋହାନ୍ସବର୍ଗ,୧୭।୧୧: କ୍ରିକେଟ ପଡ଼ିଆରେ ଅନେକ ଖେଳାଳି ନିଜ ଅନନ୍ୟ ଅନ୍ଦାଜରେ ଶତକ ପାଳନ କରିଥାନ୍ତି। କିନ୍ତୁ ବାଂଲାଦେଶର ଉଇକେଟ୍‌କିପର ବ୍ୟାଟର ଲିଟନ ଦାସ ଏଥର ନିଜ ଶତକକୁ…

IPL ଇତିହାସରେ ହେବାକୁ ଯାଉଛି ସବୁଠାରୁ ବଡ଼ ପରିବର୍ତ୍ତନ! ICC ପ୍ରସ୍ତୁତ କରିଛି ବିଶାଳ ଯୋଜନା

ନୂଆଦିଲ୍ଲୀ,୧୭।୧୧: ଆଇପିଏଲ (IPL) ସମ୍ବନ୍ଧୀୟ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ନିଶ୍ଚିତ ଭାବରେ କ୍ରିକେଟ ପ୍ରଶଂସକମାନଙ୍କୁ ଖୁସି କରିବ। ବିଶ୍ୱର ସବୁଠାରୁ ବଡ଼ ଟି-୨୦…

ହର୍ମୁଜ ପ୍ରଣାଳୀରେ ବାରୁଦ ସୁଡ଼ଙ୍ଗ ସହ ଧକ୍କା ହେଲା ତୈଳ ଟ୍ୟାଙ୍କ; ଇଞ୍ଜିନ ରୁମରେ ଲାଗିଲା ନିଆଁ

ତେହରାନ,୧୭।୧୧: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷଯେଉଁଥିରେ ଆମେରିକା, ଇସ୍ରାଏଲ ଏବଂ ଇରାନ ସାମିଲ ଅଛନ୍ତିତାହା ବର୍ତ୍ତମାନ ସାମୁଦ୍ରିକ ବାଣିଜ୍ୟ ପଥ ଉପରେ ପ୍ରଭାବ ପକାଉଛି। ଓମାନ ନିକଟସ୍ଥ…

ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଯୋଜନା ପଣ୍ଡ: ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୭।୧୧(ପ୍ରମୋଦ ବହିଦାର): ଡେବ୍ରିଗଡ଼ ବନ୍ୟପ୍ରାଣୀ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ପାଇଁ ଫାଶ ବସାଇବା ଯୋଜନାକୁ ବନ ବିଭାଗ ପଣ୍ଡ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

ଏଇ ଭାରତରେ

ମହାରାଷ୍ଟ୍ରର କୋହ୍ଲାପୁର ଜିଲା କରବିର ବ୍ଲକ୍‌ର ଛୋଟ ଗାଁ ଶିଲ୍‌କଓ୍ବାଡ଼ି। ଏଠାରେ କେବଳ ଗୋଲାପି ରଙ୍ଗର ଘର ଦେଖିବାକୁ ମିଳେ। ସେଥିପାଇଁ ଏହା ପିଙ୍କ୍‌ ଭିଲେଜ ବା…

ଦାନ, ଦମ୍ଭ ଓ ଦୁର୍ଦ୍ଦିନର ଆତ୍ମସମ୍ମାନ

ଯେତେବେଳେ ଜଣେ ବ୍ୟକ୍ତି କିମ୍ବା ଗୋଷ୍ଠୀ ସାମାଜିକ ସ୍ତରରେ ନିଜକୁ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରନ୍ତି, ସେତେବେଳେ ତାହା ଅହଂକାରରେ ପରିଣତ ହୁଏ।…

ସମବାୟରେ ମାନବ ସମ୍ବଳ ନୀତି

ନୂଆଦିଲ୍ଲୀଠାରେ ମିଳିତ ଜାତିସଂଘ ତରଫରୁ ୨୦୨୪ ନଭେମ୍ବରରେ ଯେଉଁ ଅନ୍ତର୍ଜାତୀୟ ସମବାୟ ସମ୍ମିଳନୀ କରାଯାଇଥିଲା ତାହାର ନିଷ୍କର୍ଷକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସମବାୟ ମନ୍ତ୍ରଣାଳୟ ଯୋଜନାମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?