ପଶ୍ଚିମ ଓଡ଼ିଶାରେ ଝିପିଝିପି ବର୍ଷା ସାଙ୍ଗକୁ କୁଆପଥର ମାଡ଼, ଆଜି ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪।୨(ବନ୍ଦନା ସେଠୀ): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି। ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା। ଝାରସୁଗୁଡ଼ା ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ସୋନପୁରର ବିନିକା ସମେତ ଜିଲାର କେତେକ ସ୍ଥାନରେ ବର୍ଷା ହୋଇଛି। ସେହିଭଳି ବରଗଡ଼ରେ ମେଘୁଆ ପାଗ ରହିଥିବାବେଳେ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ସୂଚନା ମିଳିଛି। ଏଥିସହ କୋରାପୁଟରେ ମଧ୍ୟ ବର୍ଷା ଓ କୁଆପଥର ମାଡ଼ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ମଧ୍ୟ ୧୫ ଜିଲାରେ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହ ୩୦ରୁ ୪୦ କି.ମି. ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି।
ବର୍ଷା ପାଇଁ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ହ୍ରାସ ଘଟିବ ବୋଲି ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୭ଟି ସ୍ଥାନର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରୀ ଏବଂ ଏହାଠାରୁ କମ୍‌ ରହିଥିଲା। ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ରେକର୍ଡ ହୋଇଥିଲା। ସେହିପରି ରାଜ୍ୟର ୭ଟି ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଓ ଏହାଠାରୁ ଅଧିକ ରହିଥିଲା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୬.୬ ଡିଗ୍ରୀ ରହିଥିବାବେଳେ ଭୁବନେଶ୍ୱରରେ ୩୫.୮ ଡିଗ୍ରୀ ଥିଲା। ଅନ୍ୟପକ୍ଷରେ ମଙ୍ଗଳବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦୁଝର, ମୟୂରଭଞ୍ଜ ଏବଂ ବୁଧବାର ପୁରୀ ଏବଂ ଜଗତ୍‌ସିଂହପୁରକୁ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

ସେପ୍ଟେମ୍ୱର ୪ରେ କାମ କରିବନି UPI, ଜାଣନ୍ତୁ କେତେ ସମୟ ବନ୍ଦ ରହିବ?

ନୂଆଦିଲ୍‌ଲୀ,୨।୯: ଯଦି ଆପଣ ପ୍ରତିଦିନ SBI ର UPI ମାଧ୍ୟମରେ ପେମେଣ୍ଟ କରୁଛନ୍ତି, ତେବେ ୪ ସେପ୍ଟେମ୍ୱର ରାତିରେ ଟିକେ ସତର୍କ ରହିବାକୁ ପଡ଼ିବ। ବ୍ୟାଙ୍କ ସୂଚନା…

ମୁହଁ ଉପରେ ହିଁ ଶୁଣାଇ ଦିଅନ୍ତି ଏହି ୩ ରାଶି; ହେଲେ ପଛରେ ଖେଳନ୍ତି ଭୟଙ୍କର ଗେମ୍‌

‘ମୁହଁରେ ରାମ, କାଖରେ ଛୁରୀ’ ଏହା କୌଣସି ନୂଆ ଢଗ ନୁହେଁ, ଏହାକୁ ଆମେ ସମସ୍ତେ ବହୁବାର ଶୁଣିଥିବା। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ରାଶି…

କାର୍ଗିଲ୍ ଯୁଦ୍ଧର ଯୋଦ୍ଧା ଏବେ ରାମ ମନ୍ଦିରର CEO! ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ଲାଗିଲା ମୋହର

ନୂଆଦିଲ୍ଲୀ,୨।୯: ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓଙ୍କ ନାମ ଘୋଷଣା କରାଯାଇଛି । ସୂଚନା ଅନୁସାରେ, ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରାଙ୍କ ନାଁରେ ମୋହର ଲାଗିଛି…

ଦୈନିକ ରାଜ୍ୟ ବାହାରକୁ ଚାଲାଣ ହେଉଛି ଗଞ୍ଜେଇ, ପାଟ୍ରୋଲିଂବେଳେ ୨ ଜଣଙ୍କୁ ଅଟକାଇବାରୁ ମିଳିଲା…

ଭଞ୍ଜନଗର,୨ା୯(ବାବୁଲା ପ୍ରଧାନ): ଗଞ୍ଜେଇ ଚାଲାଣବେଳେ ଭଞ୍ଜନଗର ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ୨୪ କେଜି ୭୯୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଏଥିସହ ଏକ ମୋଟରସାଇକେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri