ଡେରାବିଶ ବ୍ଲକ କ୍ୟାସିୟରଙ୍କ ୧.୦୬ କୋଟି ଟଙ୍କା ଆତ୍ମସାତ୍ ମାମଲା: ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ସ୍ପେଶାଲ ଅଡିଟ୍

ଡେରାବିଶ,୩।୧୧(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର କ୍ୟାସିୟର ଶଶିକାନ୍ତ ରଣାଙ୍କ ଦ୍ୱାରା ୧ କୋଟି ୬ ଲକ୍ଷ ୩ ହଜାର ୫୯୫ ଟଙ୍କାର ବିଶାଳ ସରକାରୀ ଅର୍ଥ ହଡ଼ପ ଘଟଣା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଏହି ଘଟଣାର ପର୍ଦ୍ଦାଫାଶ ହେବା ପରେ କେନ୍ଦ୍ରାପଡ଼ା ଜିଲାପାଳ ଆର୍. ରଘୁରାମ ଆୟାରଙ୍କ ନିର୍ଦ୍ଦେଶକ୍ରମେ ଡେରାବିଶ ବ୍ଲକ ଫାଇନାନ୍ସ ଅଫିସର ପଞ୍ଚାନନ କାଣ୍ଡି ଓ ମାର୍ଶାଘାଇ ବ୍ଲକ ଫାଇନାନ୍ସ ଅଫିସର ବିଷ୍ଣୁଚରଣ ମହାନ୍ତି ତଦନ୍ତ ଚଳାଇଛନ୍ତି। ଅନ୍ୟପଟେ କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏବେ ସ୍ପେଶାଲ ଅଡିଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି।

ମଙ୍ଗଳବାର ଅଡିଟର ବାସୁଦେବ ପ୍ରସାଦ ମିଶ୍ର ଓ ଭି. ବିକ୍ରମ ସିଂହ ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଡିଟ୍ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହି ଦୁଇଜଣିଆ ଟିମ୍ ଜିଲା ଟ୍ରେଜେରୀ କାର୍ଯ୍ୟାଳୟକୁ ଯାଇ ହଡ଼ପ ଅର୍ଥ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି। ତେବେ ତଦନ୍ତରୁ କି ତଥ୍ୟ ହାସଲ ହୋଇଛି, ସେ ସମ୍ପର୍କରେ ଅଧିକାରୀଦ୍ୱୟ କୌଣସି ସୂଚନା ଦେବାକୁ ମନା କରିଛନ୍ତି।

ଘଟଣାର ମୁଖ୍ୟ ଅଭିଯୁକ୍ତ କ୍ୟାସିୟର ଶଶିକାନ୍ତ ଗତ ୨୮ ତାରିଖରୁ ଛୁଟିରେ ଥିବାରୁ ସମ୍ପୂର୍ଣ୍ଣ ତଦନ୍ତ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ ଆଇନଜୀବୀ ବିଦୁଭୂଷଣ ମହାପାତ୍ର। ମହାପାତ୍ରଙ୍କ କହିବା ଅନୁଯାୟୀ, ଗତ ମାସ ୨୩ ତାରିଖରେ ଜିଲା ଟ୍ରେଜେରୀ ଅଫିସର ସଚ୍ଚିଦାନନ୍ଦ ବେହେରା ଜିଲାପାଳଙ୍କୁ ଚିଠି ଲେଖିବା ସହ ବିଡିଓ ନମିତା ବାରିକଙ୍କୁ ଏହି ହଡ଼ପ ଅର୍ଥ ଭରଣା (ରିକଭରୀ) ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏତେ ବଡ଼ ଘଟଣା ସାମ୍ନାକୁ ଆସିବା ପରେ ବି ବିଡିଓ ବାରିକ ଅଭିଯୁକ୍ତ କ୍ୟାସିୟରଙ୍କୁ କିପରି ୧୫ ଦିନିଆ ଛୁଟି ମଞ୍ଜୁର କଲେ, ସେ ନେଇ ବିଡିଓଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି। ଏହାସହ ସମସ୍ତ ଘଟଣା ଜାଣିବା ପରେ ମଧ୍ୟ ଜିଲାପାଳ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଚକିତ କରିଛି। ରାଜ୍ୟ ସରକାରଙ୍କ ‘ଜିରୋ ଟଲେରାନ୍ସ’ ନୀତି ଏଠାରେ କେତେ କାର୍ଯ୍ୟକାରୀ ହେଉଛି ତାହା ସମସ୍ତେ ଅପେକ୍ଷା କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଇଣ୍ଟିଗ୍ରେଟେଡ୍ ଫାଇନାନ୍ସିଆଲ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (IFMS) ପୋର୍ଟାଲର ଅପବ୍ୟବହାର କରି ଏହି ଅର୍ଥ ଆତ୍ମସାତ୍ କରାଯାଇଛି। ସରକାରୀ କର୍ମଚାରୀଙ୍କ ଭତ୍ତା ଓ ପ୍ରୋଭିଜନାଲ ଗ୍ରାଚ୍ୟୁଇଟି ବାବଦ ଅର୍ଥକୁ ପୁନର୍ବାର ପ୍ରଦାନ ଦେଖାଇ କ୍ୟାସିୟର ଶଶିକାନ୍ତ ନିଜ ସ୍ତ୍ରୀ ପ୍ରମିଳା ରଣାଙ୍କ ଦୁଇଟି ଜମାଖାତାକୁ ପ୍ରାୟ ୧ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ। ସେହିପରି ଅବଶିଷ୍ଟ ଟଙ୍କା ପୂର୍ବତନ ପିଇଓ ମନ୍ମଥ ମାହୁନ୍ତଙ୍କ ଜମାଖାତାକୁ ଯାଇଥିବା ନେଇ ଟ୍ରେଜେରୀ ଅଫିସର ସୂଚନା ଦେଇଛନ୍ତି। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ଜୋର ଧରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଭିତରେ ଜମିଥିଲା ପଙ୍କ-କାଦୁଅ: ନିଜ ହାତରେ ଝାଡୁ ଧରି ସଫା କଲେ ବ୍ଲକ ଅଧ୍ୟକ୍ଷା, ସରପଞ୍ଚ-ପୁରାତନ ଛାତ୍ର

ଛତ୍ରପୁର,୩।୧୧(ଦିଲ୍ଲୀପ ସାମଲ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁ ଗଞ୍ଜାମ ଜିଲାର ବିଭିନ୍ନ ବିଦ୍ୟାଳୟ ଜଳମଗ୍ନ ହୋଇପଡ଼ିଥିଲା। ବନ୍ୟାଜଳ ହ୍ରାସ ପାଇବା ପରେ ବିଦ୍ୟାଳୟ ପରିସର ଓ…

ଉଚ୍ଚଶିକ୍ଷାରେ ସମାନତା ଦାବି: ୟୁଜିସି ରେଗୁଲେସନ-୨୦୨୬କୁ ବିରୋଧ କଲା ଲାଞ୍ଜିଗଡ଼ ବ୍ରାହ୍ମଣ ସମାଜ, ପ୍ରତ୍ୟାହାର ଦାବିରେ…

ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): ଉଚ୍ଚଶିକ୍ଷା କ୍ଷେତ୍ରରେ ସମାନତା, ନ୍ୟାୟ ଓ ସାମାଜିକ ସଦ୍‌ଭାବନାର ସୁରକ୍ଷା ଦାବିରେ ୟୁଜିସି ରେଗୁଲେସନ-୨୦୨୬ ପ୍ରତ୍ୟାହାର ପାଇଁ ସ୍ୱର ଉତ୍ତୋଳନ କରିଛି କଳାହାଣ୍ଡି…

ସମିତି ସଭ୍ୟଙ୍କ ପରଲୋକ, ଶୋକ ପ୍ରକାଶ କଲେ ଖଡ଼ିଆଳ ବିଧାୟକ

ଖଡ଼ିଆଳ,୩ା୧୧(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସିକୁଆଁ ପଞ୍ଚାୟତର ସମିତି ସଭ୍ୟ ତଥା ବ୍ଲକ ବିଜେଡି ସମ୍ପାଦକ ଶିଶୁପାଳ ବାଗଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଏମ୍ସରେ…

ୟୁଜିସି ରେଗୁଲେସନ ପ୍ରତ୍ୟାହାର ଦାବି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୩।୧୧(ଉତ୍ତମ କୁମାର ଦାଶ): ସବର୍ଣ୍ଣ ସମାଜ ବିରୋଧୀ ତଥା ଛାତ୍ରୀଛାତ୍ରଙ୍କ ପ୍ରତି ଘୋର ପକ୍ଷପାତ ସୃଷ୍ଟିକାରୀ ୟୁଜିସି ରେଗୁଲେସନ ୨୦୨୬ କୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି…

ଶିଶୁଙ୍କ ହିତରେ କାମକୁ ମିଳିଲା ସମ୍ମାନ! ରାଜ୍ୟସ୍ତରରେ ଚମକିଲେ ଗଞ୍ଜାମ ଡିଏସ୍‌ଡବ୍ଲ୍ୟୁଓ

ଛତ୍ରପୁର,୩।୧୧(ଦିଲ୍ଲୀପି ସାମଲ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଶିଶୁ ଅଧିକାରର ସୁରକ୍ଷା ଓ ଶିଶୁ…

କ୍ଷୟକ୍ଷତି ଅନୁଧ୍ୟାନ କଲେ ଜିଲାପାଳ: ୧୫ ଦିନ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ…

ଭଞ୍ଜନଗର, ୩।୧୧ (ବାବୁଲା ପ୍ରଧାନ): ଗତ ୨୯ ତାରିଖରେ ହୋଇଥିବା ବାତ୍ୟା ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାର ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ଭଞ୍ଜନଗର, ଆସିକା ଓ ସୋରଡ଼ା…

ତୁମୁଡ଼ିବନ୍ଧ ବିଜେଡିରେ ନୂଆ ଇନିଂସ୍‌! ନବନିଯୁକ୍ତ ନେତାଙ୍କୁ ଭବ୍ୟ ସ୍ୱାଗତ, ଏକଜୁଟ୍‌ ହେଲେ କର୍ମୀ

ତୁମୁଡ଼ିବନ୍ଧ,୩।୧୧ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ଏକ…

ଅଳଙ୍କାର ଡକାୟତି ଗ୍ୟାଙ୍ଗକୁ ଧରିଲା ପୋଲିସ: ୫୦୦ ଗ୍ରାମ ସୁନା, ୧୧ କେଜି ରୁପା ଜବତ

ଖୋର୍ଦ୍ଧା,୩।୧୧(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାର ବିଭିନ୍ନ ଅଞ୍ଚଳରେ ଚୋରି କରି ଆତଙ୍କ ଖେଳାଉଥିବା ଏକ ଆନ୍ତଃ ଜିଲା ଡକାୟତ ଗ୍ୟାଙ୍ଗକୁ ଖୋର୍ଦ୍ଧା ପୋଲିସ ଧରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?