ପୁରୀରେ ଦଳାଚକଟା: ସ୍ଥିତି ଅନୁଧ୍ୟାନ କଲେ ୱାଇ ବି ଖୁରାନିଆ

ପୁରୀ,୨୯।୬: ପୁରୀ ଅଘଟଣ ନେଇ ଅନୁଧ୍ୟାନ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ସେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ପ୍ରମୁଖ ଅଧିକାରୀଙ୍କ ସହ ସ୍ଥିତିର ଅନୁଧ୍ୟାନ ମଧ୍ୟ କରିଛନ୍ତି।

ସକାଳୁ ସକାଳୁ ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। କାଳିଆ ଦର୍ଶନ କରିବାକୁ ଆସି ଠେଲାପେଲାରେ ୩ ଭକ୍ତଙ୍କ ମୃତ୍ୟୁ ଘଟି।ଛି ୩ଜଣଙ୍କ ମୃତ୍ୟୁ  ସହ ୫୦ ଆହତ ହୋଇଛନ୍ତି। ତେବେ ଏହି ବଡ଼ ଅଘଟଣର ପ୍ରତକ୍ଷଦର୍ଶୀଙ୍କ କହିବାନୁସାରେ ପୁରୀ ଶରଧାବାଲିରେ ଠେଲାପେଲାବେଳେ ପୋଲିସ ନ ଥିଲେ। ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ନ ଥିଲା। ଏହି ସମୟରେ ଭକ୍ତଙ୍କ ଭିଡ଼ ଭିତରେ ୨ଟି ଟ୍ରକ ପଶିଥିଲା। ଟ୍ରକ ପଶିବା ଯୋଗୁ ଠେଲାପେଲା ହୋଇଥିଲା। ପ୍ରଶାସନିକ ଢ଼ିଲା ବ୍ୟବସ୍ଥାକୁ ଦାୟୀ କରୁଛନ୍ତି ଶ୍ରଦ୍ଧାଳୁ। ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ କରୁଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମବେଳେ ପ୍ରଶାସନିକ ଅଧିକାରୀ ନ ଥିବା ଅଭିଯୋଗ। ଶ୍ରଦ୍ଧାଳୁ ବସିବା ପାଇଁ ଯେଉଁ ପଲିଥିନ ବ୍ୟବହାର କରିଥିଲେ କାଳ ହେଲା। ଝିପି ଝିପି ବର୍ଷା ହେବାରୁ ପଲିଥିନରେ ଗୋଡ଼ ଖସିଗଲା। ଜଣଙ୍କ ପରେ ଜଣେ କଚାଡ଼ି ହୋଇ ପଡ଼ିବାରୁ ଅଘଟଣ।

ସୂଚନାଥାଉ କି, ରଥ ସମ୍ମୁଖରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଭୋରରୁ ଏପରି ବଡ଼ ଅଘଟଣ ଘଟିଛି। ତେବେ ଭୋର ୪ଟା ୨୦ରେ ଅଘଟଣ ଘଟିଥିବା ସୂଚନା ମିଳିଛି। ଦର୍ଶନ ପାଇଁ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଘଟଣା ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଠେଲାପେଲାରେ ପ୍ରାୟ ୫୦ ଜଣ ଆହତ ହୋଇଛନ୍ତି। ଭକ୍ତଙ୍କ ଭିଡ଼ ଭିତରେ ଚାର କାଠ ବୋଝେଇ ଟ୍ରକ ପଶିଥିଲା। ଯାହାପରେ ଠେଲାପେଲାରେ ଏପରି ସ୍ଥିତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ଖଡିଆଳ କଂଗ୍ରେସର ବିରୋଧ

ଖଡ଼ିଆଳ,୧୪ା୭ (ସୁଜିତ କୁମାର ପ୍ରଧାନ)- ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନୂଆପଡ଼ା ଜିଲା ଖଡ଼ିଆଳ କଂଗ୍ରେସ ପକ୍ଷରୁ ବିରୋଧ...

କାର୍‌-ପିକ୍‌ଅପ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୧୪।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରାହଗୋଡାସ୍ଥିତ ପଁର୍ରାପାଟ ମନ୍ଦିର ନିକଟରେ ସୋମବାର ରାତି ପ୍ରାୟ ୯ଟା ୩୦ ମିନିଟରେ ଏକ ସଡକ ଦୁର୍ଘଟଣା ଘଟିଛି।...

ଔଷଧ ଦୋକାନରୁ ଚୋରି: ସନ୍ଧାନୀ କୁକୁର ତଦନ୍ତ କରି ଫେରିଲା

ଭଞ୍ଜନଗର, ୧୪/୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମରେ ଶନିବାର ରାତିରେ ଚୋରି ହୋଇଛି। ଏନେଇ ସୋମବାର ଛତ୍ରପୁରରୁ ସାଇଣ୍ଟିଫିକ ଟିମ୍‌ ଏବଂ...

ଭାଜପାକୁ ଚେତାବନୀ ଦେଲେ ଓମାର ଅବଦୁଲ୍ଲା: କହିଲେ, କାଲି ଯଦି ନିର୍ବାଚନ ହୁଏ…

ଶ୍ରୀନଗର,୧୪।୭:ଜୁଲାଇ ୧୩ରେ ଶହୀଦ ଦିବସକୁ ନେଇ ଜମ୍ମୁ କଶ୍ମୀରରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି। ଶ୍ରୀନଗରର ଶହୀଦ କବରସ୍ଥାନରେ କାନ୍ଥ ଚଢ଼ି ପୋଲିସ ସହ ସଂଘର୍ଷର...

ଝାଡାବାନ୍ତି ଅଞ୍ଚଳରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ଦିଗପହଣ୍ଡି,୧୪ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ୍‌ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗାଁରେ କିଛିଦିନ ହେଲା ଝାଡାବାନ୍ତି ଲାଗିରହିଥିଲା। ପ୍ରଭାବରେ ୩ଜଣ ମୃତ୍ୟୁ ହୋଇଛି। ସୋମବାର...

ବରଗଡ଼ରେ ପୁଣି ସ୍କ୍ରବ ଟାଇଫସ୍: ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଆତଙ୍କିତ

ପଦ୍ମପୁର,୧୪।୭(ପ୍ରଦୀପ୍ତ ଦାଶ):  ବରଗଡ଼ ଜିଲାକୁ ପୁଣି ସ୍କ୍ରବ୍ ଟାଇଫସ୍ ରୋଗ ଫେରିଛି। ଏଥିରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍...

ପୁଅ ବିବାହ କରିବାକୁ ରାଜି ନ ହେବାରୁ ପ୍ଲାଟଫର୍ମରେ କୀଟନାଶକ ପିଇଦେଲେ  ମା’ବାପା: ପରେ…

ଦିଗପହଣ୍ଡି,୧୪।୭(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ିି ପଞ୍ଚାୟତ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଏମ.ରଞ୍ଜନ ଦୋରା ବିବାହ କରିବାକୁ ରାଜି ନ ହେବାରୁ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri