ୟାସ୍‌ ତଥ୍ୟ ଆଣିଛି ବିକାଶର କଟୁ ସତ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୮।୫: ୧୯୯୯ର ମହାବାତ୍ୟାକୁ ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହାସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ହୋଇନାହାନ୍ତି। ସାମୁଦ୍ରିକ ଝଡ଼ ପୂର୍ବରୁ ଉପାନ୍ତ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍‌ ବଣ୍ଟନରେ ସୀମିତ ରଖାଯାଉଛି। ବନ୍ୟା ପରିସ୍ଥିତିରେ ଜିଲାର ୫୫ ଗ୍ରାମ ଜଳବନ୍ଦୀ ହେଉଛି। ବନ୍ୟା ବିପତ୍ତିରୁ ଉଦ୍ଧାର ପାଇଁ ବନ୍ଧବାଡ଼ ନିର୍ମାଣ, ବାତ୍ୟା ଓ ସୁନାମି ସମୟରେ ସୁରକ୍ଷା ପ୍ରାଚୀର ଭାବେ ଠିଆ ହେଉଥିବା ହେନ୍ତାଳବଣ ପ୍ରତି ନିଘା ନାହିଁ। ସାମୁଦ୍ରିକ ଝଡ଼ ୟାସ୍‌ ସମୟରେ ମିଳିଥିବା ସରକାରୀ ତଥ୍ୟ ଜିଲା ବିକାଶର କଟୁ ସତ୍ୟକୁ ପଦାକୁ ଆଣିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ୟାସ୍‌ ଗତ ୨୬ ତାରିଖରେ ଉପକୂଳ ଛୁଇଁଥିଲା। ତେବେ ଗତ ୨୫ ତାରିଖରୁ ଏହାର ପ୍ରଭାବ ଜିଲାରେ ପଡିଥିଲା। ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରାୟ ୧୦୦ରୁ ୧୨୦ କି.ମି. ପବନ ଘଣ୍ଟା ପ୍ରତି ହୋଇଥିବା ଯୋଗୁ ଜିଲାର ବିଶେଷ କ୍ଷତି ହୋଇନାହିଁ। ତେବେ ଏହାର ବେଗ ଆକଳନ ଅନୁଯାୟୀ ୧୮୫ କି.ମି.କୁ ବୃଦ୍ଧି ପାଇଥିଲେ ବହୁ ମୃତାହତ ହେବା ସହ ତଟରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା। ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଜିଲାର ୧,୦୫,୮୦୨ ଜଣଙ୍କୁ ୯୭୪ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ, ପାନୀୟ ଜଳ ବ୍ୟବସ୍ଥା, ମହାମାରୀ ପାଇଁ ମାସ୍କ ବଣ୍ଟନ କରାଯାଇଥିଲା। ବହୁ ଉଦ୍ଧାରକାରୀ ଦଳ ନିୟୋଜିତ ସହ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଏସବୁର ପରିଚାଳନା କରାଯାଇଥିଲା। ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି, ଆବାସ ଯୋଜନା ଗଲା କୁଆଡେ। କ’ଣ ପାଇଁ ଏତେ ଲୋକଙ୍କୁ ସ୍ଥାନାନ୍ତର କରାଗଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ସାହୁ, ପରିବେଶବିତ୍‌ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ରିଲିଫ୍‌ ବଣ୍ଟନରେ ସେମାନଙ୍କ କାର୍ଯ୍ୟ ସୀମିତ ରହିଛି। ୧୯୯୯ରେ କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରେ ପ୍ରକାଶ ପାଇଥିବା ବେଳେ ବାସ୍ତବରେ ହଜାରରୁ ଊର୍ଦ୍ଧ୍ୱଙ୍କ ଜୀବନ ଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲାବାସୀ ପ୍ରତିବର୍ଷ ଜୀବିକା ହରାଉଛନ୍ତି। ୟାସ୍‌ ବର୍ଷା ପଟ୍ଟାମୁଣ୍ଡାଇ ବ୍ଲକର ଧୋୟା ଅଞ୍ଚଳକୁ ଦୁଇଦିନ ଧରି ଜଳବନ୍ଦୀ କରିଥିବା ବେଳେ ରାଜନଗର, ମହାକାଳପଡ଼ା ଓ ଆଳି ବ୍ଲକ ଅଞ୍ଚଳର ବହୁ ଗ୍ରାମକୁ ସାମୁଦ୍ରିକ ଜୁଆର ନଦୀ ନାଳ ଦେଇ ପାଣି ପଶିଯାଇଛି। ଜିଲାର ତଳମୁଣ୍ଡରେ ଥିବା ୫୫ ଗ୍ରାମ ନିକଟରେ ନଦୀବନ୍ଧ ନ ଥିବାରୁ ବନ୍ୟା ସମ୍ଭାବନା ଅଛି। ସେହିପରି ସମୁଦ୍ରର ଅଶାନ୍ତ ଜୁଆରକୁ ହେନ୍ତାଳବଣ ପ୍ରତିହତ କରିପାରିବ। ତଟାଞ୍ଚଳରୁ ୧୦ କି.ମି. ପର୍ଯ୍ୟନ୍ତ ଚିଙ୍ଗୁଡିଘେରି ଉଚ୍ଛେଦ ସହ ସ୍ଥାନୀୟ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ଆବଶ୍ୟକ। ଏହି ୧୦ କି.ମି. ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟରୁ ନିସ୍ତାର ମିଳିବ। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଓ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଅଧିକ ହେନ୍ତାଳବଣ ସୃଷ୍ଟି ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ଚିଙ୍ଗୁଡିଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ଘର ଘର ବୁଲି କ୍ଷୀର ବିକୁଥିଲେ ନିତେଶ: ଏବେ ୬୪ ବର୍ଷର ଇତିହାସ ବଦଳାଇଦେଲେ ନିତେଶ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ କୁସ୍ତି ପାଇଁ ଆସିଛି ଐତିହାସିକ ସଫଳତା। ଗ୍ରୀକୋ-ରୋମାନ କୁସ୍ତିର ୯୭+ କିଲୋଗ୍ରାମ ବର୍ଗରେ ଭାରତର ନିତେଶ ସିୱାଚ ରୌପ୍ୟ ପଦକ…

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

୭୫ ବର୍ଷ ପରେ ଘଟିଲା ଏମିତି: ଏସିଆନ ଗେମ୍ସରେ ଚମତ୍କାର କଲା ଭାରତୀୟ ମହିଳା ଟିମ୍‌

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସିଆନ ଗେମ୍ସରେ ଭାରତ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ତୀରନ୍ଦାଜୀର ମହିଳା ରିକର୍ଭ ଟିମ ଫାଇନାଲରେ ଶକ୍ତିଶାଳୀ ଦକ୍ଷିଣ କୋରିଆକୁ ୫-୩ରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?