ୟାସ୍‌ ତଥ୍ୟ ଆଣିଛି ବିକାଶର କଟୁ ସତ୍ୟ

କେନ୍ଦ୍ରାପଡ଼ା ଅଫିସ, ୨୮।୫: ୧୯୯୯ର ମହାବାତ୍ୟାକୁ ଇତିମଧ୍ୟରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ବିତିଛି। ପ୍ରତିବର୍ଷ ବନ୍ୟା, ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା କେନ୍ଦ୍ରାପଡ଼ା ଜିଲାବାସୀ ଏହି ମହାବାତ୍ୟାରେ ଧନଜୀବନ ହରାଇଛନ୍ତି। ଏହାସତ୍ତ୍ୱେ ଏପରି ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ହୋଇନାହାନ୍ତି। ସାମୁଦ୍ରିକ ଝଡ଼ ପୂର୍ବରୁ ଉପାନ୍ତ ଅଞ୍ଚଳରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର ଓ ରିଲିଫ୍‌ ବଣ୍ଟନରେ ସୀମିତ ରଖାଯାଉଛି। ବନ୍ୟା ପରିସ୍ଥିତିରେ ଜିଲାର ୫୫ ଗ୍ରାମ ଜଳବନ୍ଦୀ ହେଉଛି। ବନ୍ୟା ବିପତ୍ତିରୁ ଉଦ୍ଧାର ପାଇଁ ବନ୍ଧବାଡ଼ ନିର୍ମାଣ, ବାତ୍ୟା ଓ ସୁନାମି ସମୟରେ ସୁରକ୍ଷା ପ୍ରାଚୀର ଭାବେ ଠିଆ ହେଉଥିବା ହେନ୍ତାଳବଣ ପ୍ରତି ନିଘା ନାହିଁ। ସାମୁଦ୍ରିକ ଝଡ଼ ୟାସ୍‌ ସମୟରେ ମିଳିଥିବା ସରକାରୀ ତଥ୍ୟ ଜିଲା ବିକାଶର କଟୁ ସତ୍ୟକୁ ପଦାକୁ ଆଣିଛି ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ୟାସ୍‌ ଗତ ୨୬ ତାରିଖରେ ଉପକୂଳ ଛୁଇଁଥିଲା। ତେବେ ଗତ ୨୫ ତାରିଖରୁ ଏହାର ପ୍ରଭାବ ଜିଲାରେ ପଡିଥିଲା। ରାଜନଗର ଓ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ପ୍ରାୟ ୧୦୦ରୁ ୧୨୦ କି.ମି. ପବନ ଘଣ୍ଟା ପ୍ରତି ହୋଇଥିବା ଯୋଗୁ ଜିଲାର ବିଶେଷ କ୍ଷତି ହୋଇନାହିଁ। ତେବେ ଏହାର ବେଗ ଆକଳନ ଅନୁଯାୟୀ ୧୮୫ କି.ମି.କୁ ବୃଦ୍ଧି ପାଇଥିଲେ ବହୁ ମୃତାହତ ହେବା ସହ ତଟରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥାନ୍ତା। ଅପରପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଜିଲାର ୧,୦୫,୮୦୨ ଜଣଙ୍କୁ ୯୭୪ ଆଶ୍ରୟସ୍ଥଳକୁ ନିଆଯାଇଥିଲା। ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ, ପାନୀୟ ଜଳ ବ୍ୟବସ୍ଥା, ମହାମାରୀ ପାଇଁ ମାସ୍କ ବଣ୍ଟନ କରାଯାଇଥିଲା। ବହୁ ଉଦ୍ଧାରକାରୀ ଦଳ ନିୟୋଜିତ ସହ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ନେତୃତ୍ୱରେ ଏସବୁର ପରିଚାଳନା କରାଯାଇଥିଲା। ଏଠାରେ ସାଧାରଣରେ ପ୍ରଶ୍ନ ଉଠୁଛି, ଆବାସ ଯୋଜନା ଗଲା କୁଆଡେ। କ’ଣ ପାଇଁ ଏତେ ଲୋକଙ୍କୁ ସ୍ଥାନାନ୍ତର କରାଗଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ରାଧାକାନ୍ତ ମହାନ୍ତି, ମନୋଜ କୁମାର ନାୟକ, ଚିତ୍ତରଞ୍ଜନ ସାହୁ, ପରିବେଶବିତ୍‌ ହେମନ୍ତ କୁମାର ରାଉତ ପ୍ରମୁଖ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ପ୍ରତି ପ୍ରଶାସକ ଅଥବା ରାଜନେତା ସଚେତନ ନାହାନ୍ତି। ବନ୍ୟା, ବାତ୍ୟା ସମୟରେ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ରିଲିଫ୍‌ ବଣ୍ଟନରେ ସେମାନଙ୍କ କାର୍ଯ୍ୟ ସୀମିତ ରହିଛି। ୧୯୯୯ରେ କେନ୍ଦ୍ରାପଡ଼ା ଜିଲାରେ ୩୯୭ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରେ ପ୍ରକାଶ ପାଇଥିବା ବେଳେ ବାସ୍ତବରେ ହଜାରରୁ ଊର୍ଦ୍ଧ୍ୱଙ୍କ ଜୀବନ ଯାଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଜିଲାବାସୀ ପ୍ରତିବର୍ଷ ଜୀବିକା ହରାଉଛନ୍ତି। ୟାସ୍‌ ବର୍ଷା ପଟ୍ଟାମୁଣ୍ଡାଇ ବ୍ଲକର ଧୋୟା ଅଞ୍ଚଳକୁ ଦୁଇଦିନ ଧରି ଜଳବନ୍ଦୀ କରିଥିବା ବେଳେ ରାଜନଗର, ମହାକାଳପଡ଼ା ଓ ଆଳି ବ୍ଲକ ଅଞ୍ଚଳର ବହୁ ଗ୍ରାମକୁ ସାମୁଦ୍ରିକ ଜୁଆର ନଦୀ ନାଳ ଦେଇ ପାଣି ପଶିଯାଇଛି। ଜିଲାର ତଳମୁଣ୍ଡରେ ଥିବା ୫୫ ଗ୍ରାମ ନିକଟରେ ନଦୀବନ୍ଧ ନ ଥିବାରୁ ବନ୍ୟା ସମ୍ଭାବନା ଅଛି। ସେହିପରି ସମୁଦ୍ରର ଅଶାନ୍ତ ଜୁଆରକୁ ହେନ୍ତାଳବଣ ପ୍ରତିହତ କରିପାରିବ। ତଟାଞ୍ଚଳରୁ ୧୦ କି.ମି. ପର୍ଯ୍ୟନ୍ତ ଚିଙ୍ଗୁଡିଘେରି ଉଚ୍ଛେଦ ସହ ସ୍ଥାନୀୟ ଲୋକଙ୍କୁ ଅନ୍ୟତ୍ର ଥଇଥାନ କରାଯିବା ଆବଶ୍ୟକ। ଏହି ୧୦ କି.ମି. ଅଞ୍ଚଳରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟରୁ ନିସ୍ତାର ମିଳିବ। ଏ ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତଙ୍କୁ ପଚାରିବାରେ ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଓ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଅଧିକ ହେନ୍ତାଳବଣ ସୃଷ୍ଟି ଯୋଜନାକୁ ଗୁରୁତ୍ୱ ଦିଆଯାଇଛି। ଚିଙ୍ଗୁଡିଘେରି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ତାଣ୍ଡବ ରଚିଲା କାଳବୈଶାଖୀ: ଭାଙ୍ଗିଲା ଗଛ, ଦୋକାନରୁ ଉଡ଼ିଗଲା ଆଜବେଷ୍ଟ୍‌ସ

ନିରାକାରପୁର,୨୪ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ସମେତ ଏହାର ଆଖପାଖ ଅଞ୍ଚଳରେ ୪୦ ଡିଗ୍ରୀ ତାପମାତ୍ରା ଲାଗିରହିଥିବା ବେଳେ ବୁଧବାର ଅପରାହ୍ନରେ ହଠାତ୍‌ ପାଗର...

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଯାଞ୍ଚବେଳେ ବାଇକ୍‌ରୁ ମିଳିଲା ବିପୁଳ ଗଞ୍ଜେଇ: ନଗଦ ଟଙ୍କା ଜବତ, ଅଭିଯୁକ୍ତ ଗିରଫ

ବରଗଡ଼,୨୪ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ପୋଲିସ ବୁଧବାର ଯାଞ୍ଚବେଳେ ଗଞ୍ଜେଇ ବୋଝେଇ ଏକ ବାଇକ୍‌ ଜବତ କରିଛି। ଏହା ସହିତ ଅଭିଯୁକ୍ତ ଚିତ୍ରେଶ୍ୱର...

ଡେରାବିଶ ବ୍ଲକର ପୂର୍ବତନ କିରାଣି ଭିଜିଲାନ୍ସ କୋର୍ଟରେ ଦଣ୍ଡିତ

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକର ପୂର୍ବତନ କିରାଣି ତଥା ଡିଲିଂ ଆସିଷ୍ଟାଣ୍ଟ ମାଧବ ଚନ୍ଦ୍ର ଆଚାର୍ଯ୍ୟ ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି। ସେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri