କିଛି ଏଭଳି ୟାମି-ଆଦିତ୍ୟଙ୍କ ଲଭ୍‌ଷ୍ଟୋରୀ: କେହି ବି ଟେର୍‌ ପାଇଲେନି; ଶୁଟିଂ ସେଟ୍‌ରୁ…

ବମ୍ବେ: ଲୁଚିଛପି ବିବାହ କରିଛନ୍ତି ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ୟାମି ଗୌତମ। ଆଦିତ୍ୟ ଧରଙ୍କୁ ସେ ବିବାହ କରିଥିବା ନେଇ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇଥିଲେ। ପୂର୍ବରୁ ଉଭୟଙ୍କ ସମ୍ପର୍କକୁ ନେଇ କେହି ଟେର ପାଇ ନ ଥିବା ବେଳେ ହଠାତ ବିବାହ ଅନେକଙ୍କୁ ଚକିତ କରିଥିଲା। ଅପରପକ୍ଷେ ପ୍ରଶଂସକମାନେ ୟାମିଙ୍କ ଜୀବନସାଥୀ କିଏ ତାହା ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା…

ଆଦିତ୍ୟ ଧର ହିନ୍ଦି ଚଳଚ୍ଚିତ୍ରଜଗତର ଜଣାଶୁଣା ନାମ। ନିର୍ଦ୍ଦେଶକ ଭାବେ ‘ଉରି ଦ ସର୍ଜିକାଲ ଷ୍ଟ୍ରାଇକ୍‌’ ଆଦିତ୍ୟଙ୍କର ଡେବ୍ୟୁ ଫିଲ୍ମ ଥିଲା। ଏଥିନିମନ୍ତେ ତାଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ହେବା ସହ ଲେଖକ ଏବଂ ଗୀତିକାର ମଧ୍ୟ। ୧୯୮୩ ମାର୍ଚ୍ଚ ୧୨ରେ ଜନ୍ମିତ ଆଦିତ୍ୟ କାବୁଲ ଏକ୍ସପ୍ରେସ, ତେଜ, ଆକ୍ରୋଶ, ହାଲ ଏ ଦିଲ ଭଳିି ଫିଲ୍ମ ଲାଗି ଡାଏଲଗ୍‌, ସ୍କ୍ରିନ ପ୍ଲେ ଏବଂ ଲିରିକ୍ସ ରାଇଟର ଭାବେ କାମ କରିଛନ୍ତି।

ୟାମିଙ୍କ ସହ ପ୍ରେମକାହାଣୀକୁ ଯଦି ଦେଖାଯାଏ ତେବେ ଆଦିତ୍ୟଙ୍କ ଡେବ୍ୟୁ ଫିଲ୍ମରେ ଅଭିନେତା ବିକ୍କି କୌଶଲଙ୍କ ସହ ନଜର ଆସିଥିଲେ ସେ। ଏହାର ଶୁଟିଂ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲେ। ପରେ ଉଭୟ ବନ୍ଧୁ ହେବା ପରେ ଧିରେ ଧିରେ ନିକଟତର ହୋଇଥିଲେ। ହେଲେ ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା କଥା ସାର୍ବଜନିକ ହୋଇ ନ ଥିଲା। ଏବେ ୟାମି ଆଦିତ୍ୟଙ୍କ ହାତ ଧରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି କହିଲେ ଚଳେ।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri