ଆହୁରି ଶକ୍ତିଶାଳୀ ହେବେ ଜିନ୍‌ପିଙ୍ଗ୍‌

ବେଜିଂ, ୧୬।୧୦: ଚାଇନାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଶି ଜିନ୍‌ପିଙ୍ଗ୍‌ଙ୍କୁ ମନୋନୀତ ହେବା ନିମନ୍ତେ ସମର୍ଥନ ଦେବା ପାଇଁ କମ୍ୟୁନିଷ୍ଟ ପାର୍ଟି ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛି। ରବିବାର ଚାଇନା କମ୍ୟୁନିଷ୍ଟ ପାର୍ଟି (ସିପିସି)ର ପଞ୍ଚବର୍ଷୀୟ ବୈଠକ ବସିବ। ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ(୬୯) ରେକର୍ଡ ତୃତୀୟ ଥର ପାଇଁ ଶାସନରେ ବସିବା ଏକପ୍ରକାର ନିଶ୍ଚିତ ହୋଇଥିବାବେଳେ ସେ ଆଜୀବନ ଦେଶର ମୁଖ୍ୟ ରହିବା ଉପରେ ମଧ୍ୟ ମୋହର ବାଜିପାରେ। ସିପିସିର ୨୦ତମ ନ୍ୟାଶନାଲ କଂଗ୍ରେସରେ ଜିନ୍‌ପିଙ୍ଗଙ୍କ ଗାଇଡ୍‌ଲାଇନ ଦ୍ୱାରା ନିର୍ବାଚିତ ୨,୨୯୬ ସଦସ୍ୟ ରୁଦ୍ଧଦ୍ୱାର ବୈଠକ କରିବେ। ଏଥିରେ କମ୍ୟୁନିଷ୍ଟ ପାର୍ଟିର ନୂଆ ସେଣ୍ଟ୍ରାଲ କମିଟି, ପଲିଟ୍‌ବ୍ୟୁରୋ, ପଲିଟବ୍ୟୁରୋ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରାଯିବ।

ଦ୍ୱିତୀୟ ବୃହତ୍ତମ ଅର୍ଥନୀତିର ଦେଶ ଚାଇନାରେ ସିପିସି ବୈଠକ ପୂର୍ବରୁ ସେଠାରେ ବିରଳ ବିକ୍ଷୋଭ ଦେଖିବାକୁ ମିଳିଛି। କୋଭିଡ୍‌ ନୀତି, ନିମ୍ନଗାମୀ ଅର୍ଥନୀତି ପାଇଁ ସେଠାକାର ଲୋକ ବେଜିଂରେ ଜିନ୍‌ପିଙ୍ଗଙ୍କ ବିରୋଧରେ ବିକ୍ଷୋଭ କରୁଥିବା ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି। କାରଣ ଏକଛତ୍ରବାଦୀ ଶାସନ ଚାଲିଥିବା ଚାଇନାରେ ଲୋକେ ଜିନ୍‌ପିଙ୍ଗଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇବା ଏବଂ ବ୍ୟାନର ଲଗାଇବା ଘଟଣା ସାଧାରଣ ନୁହେଁ। ଦେଶ ଏକ କଠିନ ସମୟ ଦେଇ ଗତି କରିବା ଏବଂ ବେଜିଂବାସିନ୍ଦା ଜିନ୍‌ପିଙ୍ଗ୍‌ଙ୍କୁ ଖୋଲାଖୋଲି ବିରୋଧ କରିବା ଭଳି ସମୟରେ ସିପିସିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଅକ୍ଟୋବର ୨୨ ପର୍ଯ୍ୟନ୍ତ ଚାଲିବାକୁ ଥିବା ସିପିସି କଂଗ୍ରେସ ପାଇଁ ସବୁ ନିୟମ କାନୁନ ଜିନ୍‌ପିଙ୍ଗ୍‌ ହିଁ ଧାର୍ଯ୍ୟ କରିଛନ୍ତି। ମାଓ ସେତୁଙ୍ଗ୍‌ଙ୍କ ପରେ ଜିନ୍‌ପିଙ୍ଗ୍‌ କ୍ରମାଗତ ତୃତୀୟ ଥର ପାଇଁ ଚାଇନାର ସର୍ବୋଚ୍ଚ ପଦରେ ରହିବେ। ପିପୁଲ୍ସ ରିପବ୍ଲିକ ଅଫ୍‌ ଚାଇନାର ପ୍ରତିଷ୍ଠାତା ମାଓ ସେତୁଙ୍ଗ୍‌ଙ୍କ ପରେ ଜିନ୍‌ପିଙ୍ଗ୍‌ ସବୁଠୁ ଶକ୍ତିଶାଳୀ ନେତା। ସିପିସି କଂଗ୍ରେସରେ ଜିନ୍‌ପିଙ୍ଗ୍‌ ଆଉ ୫ ବର୍ଷ ପାଇଁ କ୍ଷମତାରେ ରହିବାକୁ ଯାଉଛନ୍ତି। ୨୦୧୨ରେ ଶାସନକୁ ଆସିବା ପରେ ଜିନ୍‌ପିଙ୍ଗ୍‌ ଚାଇନାର ଶାସନ ନୀତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି। ୧୯୯୦ ଦଶକରୁ ଚାଇନାରେ ଜଣେ ବ୍ୟକ୍ତି ସର୍ବାଧିକ ୨ ଥର ପାଇଁ ରାଷ୍ଟ୍ରପତି ହୋଇପାରିବେ ବୋଲି ନିୟମ ଥିବାବେଳେ ୨୦୧୮ରେ ଜିନ୍‌ପିଙ୍ଗ୍‌ ଏହାକୁ ହଟାଇଦେଇଥିଲେ।

ବଢ଼ିଛି ଏକଚ୍ଛତ୍ରବାଦ

ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ। ଚାଇନାର ସେଣ୍ଟ୍ରାଲ ମିଲିଟାରି କମିଶନର ଅଧ୍ୟକ୍ଷ ସହ ପିପୁଲ୍ସ ଲିବରେଶନ ଆର୍ମିର ସେ କମାଣ୍ଡର ମଧ୍ୟ। ଜିନ୍‌ପିଙ୍ଗ୍‌ ଶାସନକୁ ଆସିବା ପରଠାରୁ ଚାଇନାରେ ଏକଚ୍ଛତ୍ରବାଦ ବଢ଼ିଛି। ସମାଲୋଚକ ତଥା ଅସନ୍ତୋଷ ବ୍ୟକ୍ତ କରୁଥିବା ଲୋକ, ବିରୋଧୀ ତଥା ଅରବପତିଙ୍କ ବିରୋଧରେ ନକଲି ମାମଲା ରହିଛି। ତାଙ୍କ ଶାସନକାଳରେ ଚାଇନାର ଶିନ୍‌ଜିୟାଙ୍ଗରେ ‘ରିଏଜୁକେଶନ’ କ୍ୟାମ୍ପ୍‌ ଖୋଲାଯାଇ ସେଠାରେ ଉଇଗୁରୁ ମୁସଲମାନ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ତଥା ସେମାନଙ୍କ ମାନବାଧିକାର ଉଲ୍ଲଂଘନ କଥା ସାରା ବିଶ୍ୱ ଜାଣିଛି। ହଂକଂ ଉପରେ ପୂର୍ଣ୍ଣ ଅଧିକାର ପରେ ତାଇଓ୍ବାନ ଉପରେ ଆକ୍ରମଣ କରି ତାହାକୁ ବେଜିଂ ସହ ମିଶାଇବା ଧମକ ମଧ୍ୟ ଦେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

ବୈଜ୍ଞାନିକଙ୍କ ଚମତ୍କାରିତା, ଭୂକମ୍ପ ଆସିଲେ ପବନରେ ଉଡ଼ିବ ଘର! ଜାଣନ୍ତୁ କେମିତି

ଟୋକିଓ,୧ା୧୦: ଭୂକମ୍ପ ଆସିଲେ ଘର ଦୋହଲିବ ନାହିଁ, ବରଂ ଜମିରୁ ପ୍ରାୟ ୩ ସେଣ୍ଟିମିଟର ଉପରକୁ ଉଠିଯିବ! ଜାପାନର ଏକ କମ୍ପାନୀ ବିକଶିତ କରିଥିବା ଏଭଳି ଭୂକମ୍ପ…

ଫ୍ଲାଏଦୁବାଇ ବିମାନର ନାୟକ ସ୍ମିତଙ୍କୁ ଇସ୍ରାଏଲ ପ୍ରଦାନ କରିବ ବୀରତ୍ୱ ପୁରସ୍କାର, ଆଉ ୪ ଇସ୍ରାଏଲ ନାଗରିକ ପାଇବେ…

ଜେରୁଜେଲମ,୧।୧୦: ଫ୍ଲାଏଦୁବାଇ ଫ୍ଲାଇଟ FZ1073 ରେ ପ୍ରାୟ 180 ଜଣ ଯାତ୍ରୀଙ୍କୁ ବଡ଼ ବିପଦରୁ ଉଦ୍ଧାର କରିଥିବା ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମତ ମଚ୍ଛାରଙ୍କ ସାହସିକତା ଇସ୍ରାଏଲରେ…

ସ୍ମିତଙ୍କୁ କରାଗଲା ଏୟାର ଲିପ୍ଟ, ପରିବାରକୁ ଭେଟିଲେ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧।୧୦: ଫ୍ଲାଏଦୁବାଇ ବିମାନରେ ଆକ୍ରମଣକାରୀଙ୍କ ମୁକାବିଲା ପାଇଁ ନିଜ ଜୀବନକୁ ବାଜି ଲଗାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କ ଅବସ୍ଥା ସ୍ଥିର ଅଛି। ଏହି ସମୟରେ, ୟୁଏଇ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

ଟ୍ରମ୍ପଙ୍କ ସହ ଫୋନରେ କଥା ହେଲେ ମୋଦି, ଏହି ସବୁ ବିଷୟକୁ ନେଇ ଆଲୋଚନା…

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଫୋନ୍‌ରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଦୁଇ ନେତା ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?