ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ ଅନ୍ୟମାନଙ୍କ ଜୀବନ ବଞ୍ଚାଇବା ପାଇଁ କ୍ୟାପ୍ଟେନ ମଚ୍ଛର ଯେଉଁ ସାହସ ଓ ଦୃଢ଼ତା ଦେଖାଇଛନ୍ତି, ତାହାକୁ ମୋଦି ପ୍ରଶଂସା କରିଛନ୍ତି। କେବଳ ମୋଦି ନୁହେଁ, ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏବଂ ଡୋନାଲ୍ଡ ଟ୍ରମ୍ପ ମଧ୍ୟ ମଚ୍ଛରଙ୍କୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ‘ଏକ୍ସ’ରେ ପୋଷ୍ଟ କରି କ୍ୟାପ୍ଟେନ ମଚ୍ଛରଙ୍କୁ ‘ହିରୋ’ ବୋଲି ଉଲ୍ଲେଖ କରିଛନ୍ତି। ତାଙ୍କ ସାହସ ଯୋଗୁ ଶହ ଶହ ଯାତ୍ରୀଙ୍କ ଜୀବନ ରକ୍ଷା ପାଇବା ସହ ଏକ ବଡ଼ ଦୁର୍ଘଟଣା ଟଳିଥିବା ମୋଦି କହିଛନ୍ତି। ଭାରତକୁ କ୍ୟାପ୍ଟେନ ମଚ୍ଛରଙ୍କ ପାଇଁ ଗର୍ବିତ ବୋଲି କହିବା ସହ ତାଙ୍କ ଶୀଘ୍ର ସୁସ୍ଥତା କାମନା କରିଛନ୍ତି।

ରିପୋର୍ଟ ଅନୁସାରେ, ଫ୍ଲାଇଦୁବାଇର FZ 1073 ବିମାନର କକପିଟ୍‌ରେ ଏକ ଗୁରୁତର ଘଟଣା ଘଟିଥିଲା। ଓମାନର ଜଣେ ପାଇଲଟ କଥିତ ଭାବେ ବିମାନକୁ ଅପହରଣ କରି ଦୁର୍ଘଟଣାଗ୍ରସ୍ତ କରିବାକୁ ଉଦ୍ୟମ କରିଥିବା ରିପୋର୍ଟ ଆସିଛି।

ଏହି ସମୟରେ ଦୁଇ ପାଇଲଟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ଉପରେ ଛୁରିରେ ଆକ୍ରମଣ ହୋଇଥିବା ଏବଂ ସେ ଗୁରୁତର ଆହତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ତେବେ ଆହତ ହୋଇଥିଲେ ମଧ୍ୟ କ୍ୟାପ୍ଟେନ ମଚ୍ଛର କକପିଟ୍‌ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ ବିମାନରେ ଥିବା ଯାତ୍ରୀମାନେ କକପିଟ ଭିତରକୁ ପ୍ରବେଶ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାରେ ସହାୟତା କରିଥିବା କୁହାଯାଇଛି।

ବିମାନଟି ତେଲ ଆଭିଭ୍‌ରେ ଅବତରଣ କରିବା ପରେ ଯାତ୍ରୀମାନେ ଘଟଣା ସମ୍ପର୍କରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ସୂଚନା ଦେଇଥିବା ରିପୋର୍ଟ ରହିଛି। ଯାତ୍ରୀମାନଙ୍କ କହିବା ଅନୁସାରେ, ଆହତ କ୍ୟାପ୍ଟେନ ମଚ୍ଛର କକପିଟ୍‌ର ଦ୍ୱାର ଖୋଲିବା ପରେ ସେମାନେ ଭିତରକୁ ପ୍ରବେଶ କରିଥିଲେ ଏବଂ ଅନ୍ୟ ପାଇଲଟଙ୍କୁ ନିୟନ୍ତ୍ରଣକୁ ନେଇଥିଲେ।

ବିମାନରେ ଯାତ୍ରୀ ଭାବେ ଆଉ ଦୁଇଜଣ ପାଇଲଟ ମଧ୍ୟ ଉପସ୍ଥିତ ଥିଲେ। ପରେ ସେମାନେ ବିମାନର ନିୟନ୍ତ୍ରଣ ନେଇ ସାଉଦି ଆରବ ଦିଗକୁ ବିମାନକୁ ମୋଡ଼ି ଜରୁରୀ ଅବତରଣ କରାଇଥିବା ରିପୋର୍ଟରେ କୁହାଯାଇଛି। ଘଟଣାରେ ଆହତ ହେବା ପରେ କ୍ୟାପ୍ଟେନ ମାଛରଙ୍କ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିବା ଜଣାପଡ଼ିଛି।

ସ୍ମିତ ଜୁନ ୨୦୨୨ରୁ ଫ୍ଲାଇଦୁବାଇରେ କ୍ୟାପ୍ଟେନ ଭାବେ କାମ କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ପୂର୍ବରୁ ସେ ପ୍ରାୟ ୧୧ ବର୍ଷ ଧରି ସ୍ପାଇସଜେଟ୍‌ରେ କାମ କରିଥିଲେ। ସେଠାରେ ସେ ସିନିୟର କମାଣ୍ଡର ଭାବେ ଦାୟିତ୍ୱ ତୁଲାଇଥିଲେ।

ମଚ୍ଛର ଲାଇନ ଟ୍ରେନିଂ କ୍ୟାପ୍ଟେନ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ଏହି ଭୂମିକାରେ ପାଇଲଟ୍ମାନଙ୍କୁ ତାଲିମ ଦେବା, ମାର୍ଗଦର୍ଶନ କରିବା ଏବଂ ସେମାନଙ୍କ ଦକ୍ଷତା ମୂଲ୍ୟାୟନ କରିବାର ଅନୁଭବ ତାଙ୍କର ରହିଛି। ସ୍ମିତ ମାଛର ୱେଲିଙ୍କର୍‌ ଇନ୍‌ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟରୁ Bachelor of Business Administration (BBA) ଡିଗ୍ରୀ ହାସଲ କରିଥିବା ରିପୋର୍ଟରେ ଦର୍ଶାଯାଇଛି।

ଦୀର୍ଘ ବିମାନ ଚାଳନା କ୍ୟାରିୟରରେ ସେ ପାଇଲଟ ଟ୍ରେନିଂ ଓ ମାର୍ଗଦର୍ଶନ ସହ ଜଡ଼ିତ ବିଭିନ୍ନ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଗୁରୁତର ପରିସ୍ଥିତିରେ ତାଙ୍କ ଭୂମିକାକୁ ନେଇ ଏବେ ତାଙ୍କ ସାହସ ଓ ପେଶାଦାରିତ୍ୱ ଚର୍ଚ୍ଚାରେ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?