ଇଡି ନିଜର ନିଷ୍ପତ୍ତି ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ସ୍ବତନ୍ତ୍ର: ଅର୍ଥମନ୍ତ୍ରୀ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦ : ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଇଡିର ରାଜନୈତିକ ବ୍ୟବହାର ଉପରେ ଜବାବ ଦେଇ କହିଛନ୍ତି ଯେ ଇଡି ଏକ ସ୍ବତନ୍ତ୍ର ଅନୁଷ୍ଠାନ ଏବଂ ଏହା ନିଜେ ନିଷ୍ପତ୍ତି ନିଏ। ଆମେରିକାରେ ଏକ ଗଣମାଧ୍ୟମ ସମ୍ମିଳନୀରେ ସେ ଏହା କହିଛନ୍ତି। ସେ ଇଡିର କାର୍ଯ୍ୟକୁ ସୁରକ୍ଷା କରିଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକୁ ରାଜନୈତିକ ସ୍ତରରେ ବ୍ୟବହାର କରାଯାଉଥିବା କଥାକୁ ଅସ୍ବୀକାର କରିଛନ୍ତି।

ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଏବଂ ଆୟକର ବିଭାଗ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ନିର୍ମଳା ସୀତାରମଣ କହିଛନ୍ତି ଯେ ଇଡି ଯେଉଁ ସବୁ ମାମଲା ହାତକୁ ନେଇଛି ସେସବୁ ଉପରେ ପୂର୍ବରୁ ଅନ୍ୟ ଏଜେନ୍ସି ମଧ୍ୟ କାମ କରିଛନ୍ତି। ଇଡି ସର୍ବଦା ଟାର୍ଗେଟରେ ଆସିଥାଏ। ଇଡି ପ୍ରଥମେ କ୍ରାଇମ ସିନକୁ ଯାଏ ନାହିଁ। ଆପଣ ଏହିପରି ଅନେକ ଉଦାହରଣ ଦେଖିପାରିବେ। ଯେଉଁଠିକୁ ଇଡି ଯାଏ, ଜବତ ଟଙ୍କା, ଅଳଙ୍କାର ଏବଂ ସୁନା ମିଡିଆ କଭରେଜରେ ଆସିଥାଏ ।

ଏହା ବ୍ୟତୀତ ଅର୍ଥମନ୍ତ୍ରୀ ଜି -୨୦ ର ଆହ୍ବାନ ବିଷୟରେ ମଧ୍ୟ କହିଥିଲେ। ସେ କହିଛନ୍ତି ଯେ ଆମେ ଅନେକ ଜି-୨୦ ନେତାଙ୍କ ସହ କଥା ହୋଇଛୁ। ଏହି ଆଲୋଚନା ସମୟରେ, ଆମେ ବର୍ଷସାରା ସମ୍ମୁଖୀନ ହେଉଥିବା ଆହ୍ବାନ ଏବଂ ଚିନ୍ତାଧାରା ଉପରେ ଧ୍ୟାନ ଦେଇଛୁ । ଇଣ୍ଡୋନେସିଆ ବହୁତ କଠିନ ସମୟ ଦେଇ ଗତି କରିଛି । ସେ କହିଛନ୍ତି ଯେ ଯେତେବେଳେ ଚ୍ୟାଲେଞ୍ଜଗୁଡ଼ିକ ଅନେକ, ସେତେବେଳେ ଆମ ସମସ୍ତଙ୍କୁ ଏକାଠି କାମ କରିବାକୁ ପଡିବ ।

ଏହା ସହିତ ଅର୍ଥମନ୍ତ୍ରୀ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମାଲପାସଙ୍କୁ ଭେଟିଛନ୍ତି। ଏହି ବୈଠକ ବିଷୟରେ ସେ କହିଛନ୍ତି ଯେ ମୁଁ ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷଙ୍କୁ ଭେଟିଛି। ଏହା ସହିତ ଭାରତରେ ଡିଜିଟାଇଜେଶନ ବିଷୟରେ ମଧ୍ୟ ଆଲୋଚନା ହୋଇଛି। କିଭଳି ସାଧାରଣ ଲୋକମାନେ ମଧ୍ୟ ଡିଜିଟାଲ ଆପ ବ୍ୟବହାର କରୁଛନ୍ତି ସେ ନେଇ ଚର୍ଚ୍ଚା ହୋଇଥିବା ଅର୍ଥମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏକ୍ସ ଆକାଉଣ୍ଟ ପାଇଁ ଦେବାକୁ ପଡିବ ଅର୍ଥ!

ଓ୍ବାଶିଂଟନ,୧୬।୪: ଏଲନ ମସ୍କ ଟୁଇଟର ଟେକ ଓଭର କରିବାପରେ ଏହି ପ୍ଲାଟଫର୍ମରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ମସ୍କ ଏହାର ନାମ ବଦଳାଥିଲେ। ବର୍ତ୍ତମାନ...

ଅକ୍ଷୟ ପାତ୍ର ଫାଉଣ୍ଡେଶନର ଦାବି, ୨୦୪୭ ପୂର୍ବରୁ ଭାରତ ହେବ କ୍ଷୁଧା ମୁକ୍ତ

ଓ୍ବାଶିଂଟନ,୧୬।୪: ଅକ୍ଷୟ ପାତ୍ର ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ଚଞ୍ଚଲପତି ଦାସ ଦାବି କରିଛନ୍ତି ଯେ ୨୦୪୭ ପୂର୍ବରୁ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ହୋଇଥିଲେ ମଧ୍ୟ...

ଏବେ ହେବ ମହାସଂଗ୍ରାମ! ଇରାନକୁ ମିଳିବ କଡା ଜବାବ…ଆକ୍ସନ ମୋଡରେ ନେତାନ୍ୟାହୁ

ଜେରୁଜେଲମ,୧୬।୪: ଇରାନ ଆକ୍ରମଣ ପରେ ଇସ୍ରାଏଲ ଏହାର ପ୍ରତିଶୋଧ ନେବାକୁ ଚିନ୍ତା କରିଛି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କଠାରୁ ଆରମ୍ଭ କରି ଇସ୍ରାଏଲ ସେନା ପର୍ଯ୍ୟନ୍ତ ଇରାନର...

ଆଫଗାନିସ୍ତାନରେ ବନ୍ୟା, ୩୩ ମୃତ

କାବୁଲ, ୧୬।୪: ଆଫଗାନିସ୍ତାନରେ ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁ ବନ୍ୟା ବିଭୀଷିକା ଘଟି ୩୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବନ୍ୟାରେ ୨୭...

ଇରାନ୍‌ର ୮୦ ୟୁଏଭିକୁ ଧ୍ୱଂସ କରିଛି ଆମେରିକା

ଓ୍ବାଶିଂଟନ,୧୬ା୪ (ପି.ଟି.): ଇସ୍ର୍ରାଏଲ ଉପରେ ଆକ୍ରମଣ ବେଳେ ଇରାନ ଛାଡ଼ିଥିବା ୮୦ରୁ ଊର୍ଦ୍ଧ୍ୱ ୟୁଏଭି ଏବଂ ଅନୂ୍ୟନ ୬ଟି ବାଲିଷ୍ଟିକ୍‌ ମିଶାଇଲ୍‌କୁ ଆମେରିକା ଧ୍ୱଂସ କରିଦେଇଥିବା ପେଣ୍ଟାଗନ...

ପଦ ଛାଡିବେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର,୧୫।୪: ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିନ ଲୁଙ୍ଗ ସୋମବାର କହିଛନ୍ତି ଯେ ସେ ଆସନ୍ତା ୧୫ମେ’ ରେ ନିଜ ପଦରୁ ଇସ୍ତଫା ଦେବେ। ପରବର୍ତ୍ତୀ ପ୍ରଧାନମନ୍ତ୍ରୀ...

ଓମାନରେ ପ୍ରଳୟଙ୍କରୀ ବନ୍ୟା, ଏବେ ପର୍ଯ୍ୟନ୍ତ ୧୩ ମୃତ

ମସ୍କଟ,୧୫।୪: ପ୍ରକୃତି ବର୍ତ୍ତମାନ ମଧ୍ୟ ପୂର୍ବର ଓମାନ ସହରରେ ତାଣ୍ଡବ ସୃଷ୍ଟି କରୁଛି। ସୋମବାର ପ୍ରବଳ ବର୍ଷା ଯୋଗୁଁ ସେଠାରେ ୧୩ ଜଣଙ୍କର ମୃତ୍ୟୁ ହେଲାଣି।...

ଏହି ୫ ସୁରକ୍ଷା କବଚ ସହାୟତାରେ ଇରାନକୁ ପାଣି ପିଆଇଲା ଇସ୍ରାଏଲ

ଜେରୁଜେଲମ୍‌,୧୫ା୪:୬ ମାସ ଧରି ଲାଗି ରହିଥିବା ହମାସ୍‌ ବିରୋଧୀ ଯୁଦ୍ଧ ବେଳେ ଇସ୍ରାଏଲ୍‌ର ଏୟାର ଡିଫେନ୍ସ ସିଷ୍ଟମ୍‌ ରକେଟ, ଡ୍ରୋନ୍‌ ଓ ମିଶାଇଲ୍‌ ଆକ୍ରମଣକୁ ପ୍ରତିହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri