ୟୁଜରଙ୍କ ପକେଟ ଖାଲି କରିବ ‘ଏକ୍ସ’: ଲାଇକ-ରିପୋଷ୍ଟ କଲେ ଦେବାକୁ ପଡ଼ିବ ବର୍ଷକୁ ୮୩.୨୩ ଟଙ୍କା…

ଓ୍ବାଶିଂଟନ, ୧୮।୧୦: ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସକୁ ଅଧିଗ୍ରହଣ କରିଛନ୍ତି। ସର୍ବପ୍ରଥମେ, ଏହି ପ୍ଲାଟଫର୍ମର ନାମ ଟୁଇଟରରୁ ଏକ୍ସ କୁ ପରିବର୍ତ୍ତନ କରାଯାଇଥିଲା ଏବଂ ବର୍ତ୍ତମାନ ଏକ ନୂତନ ସବସ୍କ୍ରିପଶନ ମଡେଲ କରାଯିବା ନେଇ ଯୋଜନା କରାଯାଇଛି। ଏହା ଅନ୍ତର୍ଗତ ଏକ୍ସ ପକ୍ଷରୁ ପ୍ରଦାନ କରାଯାଉଥିବା କେତେକ ମୌଳିକ ସୁବିଧା ପାଇଁ ବାର୍ଷିକ ଏକ ଡଲାରର ଦେୟ ଲାଗୁ ହେବ ।

ନୂତନ ସବସ୍କ୍ରିପଶନ ମଡେଲର ନାମ ‘ନୋ ଓ ବଟ’ ରଖାଯାଇଛି, ଯେଉଁଥିରେ ଅନ୍ୟ ଆକାଉଣ୍ଟର ପୋଷ୍ଟଗୁଡିକୁ ଲାଇକ ଅବା ରିପୋଷ୍ଟ କଲେ ଉପଭୋକ୍ତାଙ୍କୁ ଦେୟ ଦେବାର ବ୍ୟବସ୍ଥା ରହିବ। ଏହି ନୂତନ ସଦସ୍ୟତା ମଡେଲକୁ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଉଛି ଓ୍ବାଟସ ଏବଂ ସ୍ପାମର୍‌ ସହିତ ମୁକାବିଲା କରିବା। ଓ୍ବାଟସ ଏଲନ ମସ୍କଙ୍କ ପାଇଁ ଏକ ବିବାଦୀୟ ପ୍ରସଙ୍ଗ ହୋଇ ରହିଛି।

ପ୍ରତ୍ୟେକ ଦେଶର ବିନିମୟ ମୂଲ୍ୟ ଉପରେ ଆଧାର କରି ସବସ୍କ୍ରିପଶନ ଦେୟ ସ୍ଥିର କରାଯିବ। ଥରେ ନୂତନ ସବସ୍କ୍ରିପଶନ ମଡେଲ ଲାଗୁ ହେବା ପରେ ଭାରତର ଉପଭୋକ୍ତାମାନଙ୍କୁ ସବସ୍କ୍ରିପଶନ ଫି ଭାବରେ ୮୩.୨୩ ଟଙ୍କା ଦେବାକୁ ପଡିବ। ଏହା ବ୍ୟତୀତ ଚାଇନାର ଉପଭୋକ୍ତାଙ୍କୁ ୭.୩୦ ୟୁଆନ, ଜାପାନକୁ ୧୪୯.୬୮ ୟେନ ଏବଂ ରୁଷିଆକୁ ସବସ୍କ୍ରିପଶନ ଫି ହିସାବରେ ୯୭.୫୨ ରୁବଲ ଦେବାକୁ ପଡିବ ।

ଏହି ନୂତନ ମଡେଲ ପ୍ରଥମେ ନ୍ୟୁଜିଲାଣ୍ଡ ଏବଂ ଫିଲିପାଇନ୍ସରେ କାର୍ଯ୍ୟକାରୀ ହେବ। ଏହି ପରୀକ୍ଷଣରେ, ବିଦ୍ୟମାନ ଉପଭୋକ୍ତାମାନେ ପ୍ରଭାବିତ ହେବେ ନାହିଁ, କିନ୍ତୁ ନୂତନ ଉପଭୋକ୍ତା ଯେଉଁମାନେ ସବସ୍କ୍ରାଇବ କରିବାକୁ ଚାହୁଁନାହାଁନ୍ତି ସେମାନେ କେବଳ ପୋଷ୍ଟ କିମ୍ବା ଭିଡିଓ ଦେଖିପାରିବେ ଏବଂ ଆକାଉଣ୍ଟ ଫଲୋ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?