Posted inTrending, ଖେଳ

କେମିତି WTC ଫାଇନାଲ ଯିବ ଟିମ୍‌ଇଣ୍ଡିଆ: ଜାଣନ୍ତୁ କ’ଣ ରହିଛି ସମୀକରଣ

ନୂଆଦିଲ୍ଲୀ,୨୩।୧୨: ୱାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ (WTC) ୨୦୨୫-୨୭ ଫାଇନାଲ୍‌ରେ ପହଞ୍ଚିବା ଟିମ ଇଣ୍ଡିଆ ପାଇଁ ଏବେ ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର’ ରହିବା ପରେ ଭାରତର ଫାଇନାଲ ଆଶାକୁ ଝଟକା ଲାଗିଛି। ଏବେ ଶୁବମନ ଗିଲଙ୍କ ନେତୃତ୍ୱାଧୀନ ଦଳ ପାଇଁ ବାକି ଥିବା ୬ଟି ଟେଷ୍ଟରେ ବିଜୟ ହାସଲ କରିବା ଜରୁରୀ ହୋଇପଡ଼ିଛି। ତେବେ ସମସ୍ତ ମ୍ୟାଚ ଜିତିଲେ ମଧ୍ୟ ଫାଇନାଲ୍‌ରେ ସ୍ଥାନ ପକ୍କା ହେବ ନାହିଁ। ଏଥିପାଇଁ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକାର ପ୍ରଦର୍ଶନ ଉପରେ ମଧ୍ୟ ଭାରତକୁ ନଜର ରଖିବାକୁ ପଡ଼ିବ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ବିଜୟ ସୁଯୋଗ ଥିବା ସତ୍ତ୍ୱେ ଭାରତ ମ୍ୟାଚକୁ ଜିତିପାରି ନ ଥିଲା। ଫଳରେ ଉଭୟ ଦଳକୁ ୪-୪ ପଏଣ୍ଟ ମିଳିଥିଲା। ଏହାର ପ୍ରଭାବ WTC ପଏଣ୍ଟ ଟେବୁଲରେ ପଡ଼ିଛି। ଭାରତର ପଏଣ୍ଟ ପ୍ରତିଶତ (PCT) ହ୍ରାସ ପାଇଥିବା ବେଳେ ଫାଇନାଲ ଦୌଡ଼ ଆହୁରି ରୋଚକ ହୋଇଛି।

ଭାରତକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଉ ଗୋଟିଏ ଟେଷ୍ଟ ଖେଳିବାକୁ ରହିଛି। ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ୍ର ଟେଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ। ଅର୍ଥାତ୍‌ ଭାରତ ପାଖରେ ମୋଟ ୬ଟି ମ୍ୟାଚ ବାକି ରହିଛି।

ଭାରତ ପାଇଁ କ’ଣ ରହିଛି ଫାଇନାଲ ସମୀକରଣ?

ନ୍ୟୁଜିଲାଣ୍ଡ ବିପକ୍ଷ ପରବର୍ତ୍ତୀ ଟେଷ୍ଟ ଭାରତ ପାଇଁ ନିର୍ଣ୍ଣାୟକ ହୋଇପାରେ। ଯଦି ଭାରତ ଏହି ମ୍ୟାଚ ହାରିଯାଏ, ତେବେ ଫାଇନାଲ ରାସ୍ତା ଆହୁରି କଷ୍ଟକର ହେବ। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆକୁ ନ୍ୟୁଜିଲାଣ୍ଡ ବିପକ୍ଷ ସମସ୍ତ ୪ଟି ଟେଷ୍ଟ ଜିତିବାକୁ ହେବ। ଏହା ସହ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍‌ର ସିରିଜ ୫-୦ରେ ଜିତିବାକୁ ପଡ଼ିବ। ତେବେ ଯାଇ ଭାରତ ଫାଇନାଲ ଦୌଡ଼ରେ ନିଜ ସ୍ଥିତି ମଜଭୁତ କରିପାରିବ।

ଅନ୍ୟପକ୍ଷରେ ଭାରତ ଯଦି ନ୍ୟୁଜିଲାଣ୍ଡକୁ ପରାସ୍ତ କରେ ଏବଂ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ୪-୦ରେ କ୍ଲିନ ସୁଇପ କରେ, ତେବେ ଭାରତ ପାଇଁ ସମୀକରଣ କିଛିଟା ସହଜ ହେବ। ଏଭଳି ସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ୫-୦ କିମ୍ବା ୪-୦ରେ ସିରିଜ ଜିତିଲେ ଭାରତର ଫାଇନାଲ ଆଶା ଉଜ୍ଜ୍ୱଳ ହେବ। କିନ୍ତୁ ୪-୧ରେ ସିରିଜ ଜିତିଲେ ଅଷ୍ଟ୍ରେଲିଆର ପଏଣ୍ଟ ପ୍ରତିଶତ ଭାରତଠାରୁ ଅଧିକ ରହିପାରେ।

ଭାରତର ଫାଇନାଲ ଭାଗ୍ୟ କେବଳ ନିଜ ପ୍ରଦର୍ଶନ ଉପରେ ନୁହେଁ, ଅନ୍ୟ ଦଳଗୁଡ଼ିକର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବ। ନ୍ୟୁଜିଲାଣ୍ଡକୁ ଆଗକୁ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଓ ପାକିସ୍ତାନ ବିପକ୍ଷରେ ଟେଷ୍ଟ ଖେଳିବାକୁ ରହିଛି। ବାକି ୯ଟି ଟେଷ୍ଟରୁ ୭ଟିରେ ବିଜୟୀ ହେଲେ ନ୍ୟୁଜିଲାଣ୍ଡ ଫାଇନାଲ୍ରେ ପହଞ୍ଚିବାର ସୁଯୋଗ ପାଇପାରିବ।

ସେହିପରି ଦକ୍ଷିଣ ଆଫ୍ରିକା ଏବେ ପଏଣ୍ଟ ଟେବୁଲ୍‌ର ଶୀର୍ଷରେ ରହିଛି। ଦଳ ୮ଟି ଟେଷ୍ଟ ଖେଳି ୬ଟିରେ ବିଜୟୀ ହୋଇଛି। ଆଉ ୬ଟି ଟେଷ୍ଟ ଖେଳିବାକୁ ବାକି ରହିଛି। ଅନ୍ୟପଟେ ଅଷ୍ଟ୍ରେଲିଆକୁ ଆହୁରି ୯ଟି ଟେଷ୍ଟ ଖେଳିବାକୁ ହେବ।

ଏଭଳି ସ୍ଥିତିରେ ଟିମ ଇଣ୍ଡିଆକୁ ନିଜର ବାକି ସମସ୍ତ ମ୍ୟାଚ ଜିତିବା ସହ ଅନ୍ୟ ଦଳର ଫଳାଫଳକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ। ତେଣୁ WTC ୨୦୨୭ ଫାଇନାଲ୍‌ରେ ପହଞ୍ଚିବା ପାଇଁ ଭାରତୀୟ ଦଳକୁ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି…

ଟେଷ୍ଟ କ୍ରିକେଟର ଭବିଷ୍ୟତ ଏହି ୫ କ୍ରିକେଟର୍‌: କେନ ୱିଲିୟମସନଙ୍କ ତାଲିକାରେ ଅଛନ୍ତି ୨ ଭାରତୀୟ

ନୂଆଦିଲ୍ଲୀ,୨୩।୧୧: ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ବଡ଼ ମତ ରଖିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ। ଆଗାମୀ ଦିନରେ ଟେଷ୍ଟ କ୍ରିକେଟ୍‌ରେ କେଉଁ ବ୍ୟାଟରମାନେ ରାଜ…

ଋଷିକୁଲ୍ୟାରେ ବ୍ୟାରେଜ୍‌, ତାରାତାରିଣୀରେ ନୌବିହାର: ଗଞ୍ଜାମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର

ପୁରୁଷୋତ୍ତମପୁର, ୨୨।୧୧ (ସବିତା ମିଶ୍ର): ଋଷିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣଠାରୁ ଆରମ୍ଭ କରି ମା’ ତାରାତାରିଣୀ ପୀଠରେ ନୌବିହାର ବ୍ୟବସ୍ଥା ପର୍ଯ୍ୟନ୍ତ। ଗଞ୍ଜାମ ଜିଲାର ଜଳସେଚନ, କୃଷି,…

ପ୍ରକାଶ ପାଇଲା OSSTET-୨୦୨୬ ଫଳାଫଳ: ମୋଟ ୪୪,୨୯୮ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ପାସ୍‌ ହାର ୭୯.୧୫%

ଭୁବନେଶ୍ୱର,୨୩।୧୧: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)-୨୦୨୬ର ଫଳାଫଳ ପ୍ରକାଶ ପାଇଛି। ଗତ ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ଏହି ପରୀକ୍ଷାରେ ମୋଟ ୪୪…

ଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

କ୍ୟାପିଟାଲ ଥାନାରେ ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ..

ଭୁବନେଶ୍ୱର,୨୩।୧୧: କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ। ଥାନାରେ ତାଙ୍କର ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି। ପୂର୍ବତନ ଜେଲ୍ ଡିଜି…

ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍‌: ଏତେ ବର୍ଷ ପରେ ମଧ୍ୟ କାହିଁକି…

ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍‌ (Saliva) ବ୍ୟବହାର ଉପରେ…

ବଦଳିବ ରାହୁ-କେତୁଙ୍କ ଚଳନ: ଏହି ୫ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନବର୍ଷା! ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ,୨୩।୧୧: ବୈଦିକ ଜ୍ୟୋତିଷ ଅନୁସାରେ, ନଭେମ୍ବର ୨୫ ତାରିଖରେ ରାହୁ ଓ କେତୁଙ୍କ ଗୋଚର ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। ରାହୁ ମକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?