ନୀଳଗିରିରେ ପଶିଲେ ୪୮ ଝାଡ଼ଖଣ୍ଡୀ ହାତୀ, ଧାନ ଫସଲ ନଷ୍ଟ; ଆତଙ୍କରେ ଗ୍ରାମବାସୀ

ନୀଳଗିରି,୨୪।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ୪୮ ଟିକିଆ ଝାଡ଼ଖଣ୍ଡୀ ହାତୀପଲ । ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ ଚିରାଚରିତ ଭାବେ ନୀଳଗିରିକୁ ଏହି ହାତୀ ପଲ ଆସୁଛନ୍ତି  । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଝାଡ଼ଖଣ୍ଡର ଦଲମା ଜଙ୍ଗଲରୁ ଏହି ହାତୀ ଦଳ ଆସି ଓଡିଶା ବର୍ଡ଼ର୍ ପାରି ହୋଇ କିଛି ଦିନ ମୟୂରଭଞ୍ଜରେ ରହିଥିବା ବେଳେ ସୋମବାର ରାତ୍ରୀ ସମୟରେ ୪୮ଟିକିଆ ହାତୀ ଦଳ ଦଳ ହୋଇ ନୀଳଗିରି ରେଞ୍ଜ ଅଧିନ ଦୁର୍ଗାଦେବୀ, ପୁନ୍ଦାଳ, କାଠପାଳ, ପାଟଣା ଅଯୋଧ୍ୟା ପିଚୁ ରାସ୍ତା ପାର କରି ଗୋପାଳପୁର ସଂରକ୍ଷିତ ଜଙ୍ଗଲରେ ପ୍ରବେଶ କରିଛନ୍ତି ।

ହାତୀ ଆସୁଥିବା ରାସ୍ତାରେ ବ୍ଯାପକ ଧାନ ଫସଲ ନଷ୍ଟ କରିଛନ୍ତି । ଏହି ହାତୀ ପଲ ମଧ୍ୟରେ ୭ରୁ ଅଧିକ ଦନ୍ତା ହାତୀ ଥିବା ବେଳେ ୧୩ରୁ ଅଧିକ ଛୁଆ ହାତୀ ଅଛନ୍ତି । ମଙ୍ଗଳବାର ସକାଳ ୯ ଘଟିକା ସୁଦ୍ଧା ହାତୀପଲ ଦୁଇରୁ ତିନି ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀପଲ ତିନିକୋଶିଆକୁ ସଂରକ୍ଷିତ ଜଙ୍ଗଲ ମୁହାଁ ହେଉଥିବା ଜଣାପଡୁଛି । ହାତୀପଲ ଆସୁଥିବାର ଖବର ପାଇ ଗୋପାଳପୁର ଓ ତିନିକୋଶିଆ ସଂରକ୍ଷିତ ଜଙ୍ଗଲ ଚତୁଃପାର୍ଶ୍ୱରେ ଥିବା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଜଙ୍ଗଲ ଚାରି ପାଖରେ ଖୋଳା ଯାଇଥିବା ଟ୍ରେଞ୍ଜ, ସୌରବାଡ଼ ଗୁଡ଼ିକ ବିଧ୍ୱସ୍ତ ହୋଇଥିବା ବେଳେ ମରାମତି ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି । ବନବିଭାଗ ହାତୀର ଗତିବିଧି ନୀରିକ୍ଷଣ ପାଇଁ ଜଙ୍ଗଲ ଚତୁଃପାର୍ଶ୍ୱରେ ଜଗି ରହିଛନ୍ତି । ଏକ ପାଇଲଟ ଦନ୍ତାହାତୀ ଉକ୍ତ ହାତୀମାନଙ୍କୁ ବାଟକଢାଇ ନେଉଥିବାର ଦେଖିଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ଅଚାନକ ହ୍ରାସ

ମୁମ୍ବାଇ,୨୪ା୧୧: ଭାରତୀୟ ଶେୟାର ବଜାରରେ ଗତ କିଛିଦିନରେ ସକାରାତ୍ମକ ପ୍ରଭାବ ଅନୁଭୂତ ହେବା ପରେ ସୋମବାର ଅଚାନକ ହ୍ରାସ ଦେଖାଯାଇଛି। ଏସୀୟ ବଜାରର ଦୁର୍ବଳ ସଙ୍କେତ ସତ୍ତ୍ୱେ…

Live Updates: ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬…

ଭୁବନେଶ୍ୱର,୨୪।୧୧: ପରିବେଶ ସୁରକ୍ଷା ଓ ଏ ଦିଗରେ ସକାରାତ୍ମକ ପଦକ୍ଷେପ ନେବା ଉଦ୍ଦେଶ୍ୟରେ ‘ଧରିତ୍ରୀ’ ପକ୍ଷରୁ ପ୍ରତିବର୍ଷ ‘ୟୁଥ କନକ୍ଲେଭ ବା ଯୁବ ସମ୍ମିଳନା’ ଅନୁଷ୍ଠିତ ହେଉଛି…

ଦୁଇ ବର୍ଷ ପରେ ଶେଖ ହସିନାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିର ହୋଇଛି ତାରିଖ; କାହିଁକି ସେ ଏହିଦିନ ଫରିବାକୁ ଚାହୁଁଛନ୍ତି? ମାଗିଲେ ବିମାନ

ନୂଆଦିଲ୍ଲୀ/ଢାକା,୨୪।୧୧: ଭାରତରେ ଦୁଇ ବର୍ଷରୁ ଅଧିକ ସମୟ ଧରି ନିର୍ବାସିତ ଜୀବନ ବିତାଇବା ପରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ଡିସେମ୍ବର ୧୬ ତାରିଖରେ…

ଟିମ୍‌ ଇଣ୍ଡିଆ ପାଇଁ କଣ୍ଟା ସାଜିବେ ନ୍ୟୁଜିଲାଣ୍ଡର ଏହି ୨ ଘାତକ ବୋଲର: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଘାରିଲା ଚିନ୍ତା

ଖ୍ରୀଷ୍ଟଚର୍ଚ୍ଚ,୨୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ଯଦିଓ ବିଜୟର ନିକଟତର ହୋଇ ମଧ୍ୟ ଟିମ ଇଣ୍ଡିଆକୁ ସଫଳତା ମିଳି…

ରାଉରକେଲା ଏନ୍‌ଆଇଟିର ଗବେଷଣା, ମାନବ ମୂତ୍ରରୁ ପ୍ରସ୍ତୁତ ହେବ ସାର

ରାଉରକେଲା,୨୪।୧୧(ସଙ୍ଗୀତା ଜେନା): ଅପଚୟ ମାନବ ମୂତ୍ରରୁ ମୂଲ୍ୟବାନ କୃଷି ଉପଯୋଗୀ ସାର ପ୍ରସ୍ତୁତ ହେବ। ଏପରି ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ…

ଗୋଟିଏ ସ୍କୁଲରୁ ବାହାରିଛନ୍ତି ଏହି ୪ ଅନ୍ତର୍ଜାତୀୟ କ୍ରିକେଟର: କ୍ରିକେଟ୍‌ ଜଗତରେ କରୁଛନ୍ତି ଧମାଲ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ଜଗତରେ ନିଜ ପ୍ରତିଭା ବଳରେ ଅନେକ ଖେଳାଳି ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆପଣ ଜାଣନ୍ତି କି ଏପରି ଏକ ସ୍କୁଲ…

୨୮ ଦିନ ପରେ ଖୋଲିଲା ଗାଜଲବାଡି ଘାଟି: ଆଜିଠୁ ଗଡ଼ିବ ଯାତ୍ରୀବାହୀ ବସ

ଦାରିଙ୍ଗବାଡ଼ି,୨୪।୧୧: ଦୀର୍ଘ ୨୮ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗାଜଲବାଡ଼ି ଘାଟି ରାସ୍ତାରେ ଆଜିଠାରୁ ଗଡ଼ିବ ଯାତ୍ରୀବାହୀ ବସ। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ଗଞ୍ଜାମ…

ନେପାଳରେ ୫.୩ ତୀବ୍ରତାର ଭୂକମ୍ପ; ଭାରତ-ଚାଇନାରେ ମଧ୍ୟ ଅନୁଭୂତ ହେଲା ଝଟକା

କାଠମାଣ୍ଡୁ/ନୂଆଦିଲ୍ଲୀ,୨୪।୧୧: ମଙ୍ଗଳବାର ସକାଳେ ନେପାଳର କୋଶୀ ପ୍ରଦେଶରେ ୫.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ନେପାଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?