ରାଉରକେଲା ଏନ୍‌ଆଇଟିର ଗବେଷଣା, ମାନବ ମୂତ୍ରରୁ ପ୍ରସ୍ତୁତ ହେବ ସାର

ରାଉରକେଲା,୨୪।୧୧(ସଙ୍ଗୀତା ଜେନା): ଅପଚୟ ମାନବ ମୂତ୍ରରୁ ମୂଲ୍ୟବାନ କୃଷି ଉପଯୋଗୀ ସାର ପ୍ରସ୍ତୁତ ହେବ। ଏପରି ନୂତନ ଜ୍ଞାନକୌଶଳ ବିକଶିତ କରିଛନ୍ତି ରାଉରକେଲା ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର ବୈଜ୍ଞାନିକ। ମାନବ ମୂତ୍ରରୁ ବୈଦ୍ୟୁତିକ ରାସାୟନିକ ପ୍ରକ୍ରିୟା ଜରିଆରେ କୃଷି ବ୍ୟବହୃତ ସାର ପ୍ରସ୍ତୁତ କରିବାରେ ଗବେଷକମାନେ ସଫଳ ହୋଇଛନ୍ତି। ଉକ୍ତ ଗବେଷଣା ସନ୍ଦର୍ଭ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଜର୍ନାଲ ଅଫ୍‌ ୱାଟର ପ୍ରୋସେସ୍‌ ଇଞ୍ଜିନିୟରିଂରେ ପ୍ରକାଶ ପାଇଛି। ଏହି ଜ୍ଞାନକୌଶଳ ଅପଚୟ ପରିଚାଳନା ସହ ମୂଲବାନ ପୋଷକତତ୍ତ୍ୱର ପୁନଃ ବ୍ୟବହାର ଦିଗରେ ନୂତନ ସମ୍ଭାବନା ସୃଷ୍ଟି କରିଛି।
ଉଦ୍ଭିଦର ବୃଦ୍ଧି ଓ ବିକାଶ ପାଇଁ ଫସଫରସ୍‌ ଓ ପୋଟାସିୟମ୍‌ (ଏନ୍‌ପିକେ) ସାରର ୩ଟି ପ୍ରମୁଖ ଉପାଦାନ ମଧ୍ୟରୁ ଅନ୍ୟତମ। ଫସଲ ଉପତ୍ାଦନ ବୃଦ୍ଧି ଓ ମାଟିର ଉର୍ବରତା ରକ୍ଷା ପାଇଁ ଚାଷୀମାନେ ଏହି ସାର ବ୍ୟବହାର ବହୁଳ କରିଥାନ୍ତି। ତେବେ ଶିଳ୍ପସ୍ତରରେ ଏହାର ଉପତ୍ାଦନ ପାଇଁ ଅଧିକ ଶକ୍ତି ଓ ଅର୍ଥ ଆବଶ୍ୟକ ହୋଇଥାଏ। ଏଭଳି ପରିସ୍ଥିତିରେ ଅପଚୟ ସାମଗ୍ରୀରୁ ନାଇଟ୍ରୋଜେନ୍‌ ଓ ଫସ୍‌ଫରସ୍‌ ପୁନରୁଦ୍ଧାର କରି ସାର ପ୍ରସ୍ତୁତ ଏକ ବିକଳ୍ପ ଭାବେ ଉଭା ହୋଇଛି। ପୂର୍ବରୁ ମୂତ୍ରରୁ ପୋଷକତତ୍ତ୍ୱ ପୃଥକ୍‌ କରିବା ପାଇଁ ଏକ ରାସାୟନିକ ଅବକ୍ଷେପଣ ପଦ୍ଧତି ବ୍ୟବହାର କରାଯାଉଥିଲା। ଏଥିରେ ମୂତ୍ରରେ ବିଭିନ୍ନ ରାସାୟନିକ ପଦାର୍ଥ ମିଶ୍ରଣ ପୋଷକତତ୍ତ୍ୱକୁ କଠିନ ରୂପରେ ଅଲଗା କରାଯାଉଥିଲା। ଉକ୍ତ ପ୍ରକ୍ରିୟାରେ ବାରମ୍ବାର କ୍ଷାରୀୟ ରାସାୟନିକ ପଦାର୍ଥ ଓ ବାହାରୁ ମ୍ୟାଗ୍ନେସିୟମ୍‌ ଲବଣ ମିଶାଇବାକୁ ପଡ଼ୁଥିବା ଯୋଗୁ ରାସାୟନିକ ଉପାଦାନ ବ୍ୟବହାର ବୃଦ୍ଧି ପାଉଥିଲା। ଏହି ବ୍ୟାପକ ସମସ୍ୟାର ସମାଧାନ ପାଇଁ ଏନ୍‌ଆଇଟି ବୈଜ୍ଞାନିକମାନେ ଏକ ନୂତନ ବୈଦ୍ୟୁତିକ – ରାସାୟନିକ ପଦ୍ଧତି ବିକଶିତ କରିଛନ୍ତି। ଏଥିରେ ବାହାରୁ ଅତିରିକ୍ତ ରାସାୟନିକ ପଦାର୍ଥ ମିଶ୍ରଣ ପରିବର୍ତ୍ତେ ମ୍ୟାଗ୍ନେସିୟମ୍‌ ଇଲେକ୍ଟ୍ରୋଡ ବ୍ୟବହାର କରାଯାଉଛି। ମୂତ୍ର ମଧ୍ୟରେ ଏହି ଇଲେକ୍ଟ୍ରୋଡ ଦେଇ ବିଜୁଳି ପ୍ରବାହ କରାଗଲେ କ୍ରମଶଃ ଦ୍ରବୀଭୂତ ହୋଇ ମ୍ୟାଗ୍ନେସିୟମ୍‌ ଆୟନ ସୃଷ୍ଟି କରିଥାଏ। ପରେ ଏହା ପୋଷକତତ୍ତ୍ୱ ସହ ମିଶି ଷ୍ଟ୍ରୁଭାଇଟ୍‌ ସୃଷ୍ଟି କରିବାରେ ସକ୍ଷମ ହୋଇଥାଏ। ଉକ୍ତ ଗବେଷଣାରେ ଏନ୍‌ଆଇଟିର ଜୈବପ୍ରଯୁକ୍ତି ବିଦ୍ୟା ଓ ମେଡିକାଲ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ପି. ବାଲାସୁବ୍ରମଣ୍ୟମ୍‌, ସହଯୋଗୀ ପ୍ରଫେସର ଜେ. ଶିବରମଣ, ସହକାରୀ ପ୍ରଫେସର ବିକାଶ ଚନ୍ଦ୍ର ମହାରାଜ ଏବଂ ଗବେଷିକା ଆଲିଶା ଜାଫର ସାମିଲ ହୋଇଛନ୍ତି।
ଏହି ଗବେଷଣା ସମ୍ପର୍କରେ ସେମାନେ କହିଛନ୍ତି, ଏହି ବିଦ୍ୟୁତ ରାସାୟନିକ ପଦ୍ଧତି ପୋଷକତତ୍ତ୍ୱ ପୁନରୁଦ୍ଧାର ପାଇଁ ଏକ ସ୍ଥାୟୀ ଓ ରାସାୟନିକ ମୁକ୍ତ ବିକଳ୍ପ ଅଟେ। ଏଥିରେ ବ୍ୟବହୃତ ମ୍ୟାଗ୍ନେସିୟମ୍‌ ଅନୋଡରୁ ଆବଶ୍ୟକ ମ୍ୟାଗ୍ନେସିୟମ୍‌ ଆୟନ ନିଜସ୍ବ ପ୍ରକ୍ରିୟାରେ ସୃଷ୍ଟି ହେଉଥିବାରୁ ବାହାରୁ ରାସାୟନିକ ପଦାର୍ଥ ଯୋଗ କରିବାରେ ଆବଶ୍ୟକତା ରହୁନାହିଁ। ଏହାଦ୍ୱାରା ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବା ସହଜ ହେବା ସହ ଏହାକୁ ଛୋଟ ଓ ମଡ୍ୟୁଲାର ବ୍ୟବସ୍ଥାରେ ମଧ୍ୟ ସ୍ଥାପନ କରାଯାଇପାରିବ। ଗବେଷକ ଦଳ ୫ ଲିଟର ଓ ୩୫ ଲିଟର କ୍ଷମତା ବିଶିଷ୍ଟ ୨ଟି ରିଆକ୍ଟରରେ ଏହି ପଦ୍ଧତି ପରୀକ୍ଷଣ କରିଥିଲେ। ଏଥିପାଇଁ ପୁରୁଷ ଶୌଚାଳୟ ୟୁରିନାଲରୁ ସଂଗୃହୀତ ମୂତ୍ର ବ୍ୟବହାର କରାଯାଇଥିଲା। ପରୀକ୍ଷାରେ ୫ ଲିଟର ରିଆକ୍ଟରରେ ୯୮ପ୍ରତିଶତରୁ ଊର୍ଦ୍ଧ୍ୱ ଓ ୩୫ଲିଟର ରିଆକ୍ଟରରେ ୯୧ପ୍ରତିଶତରୁ ଅଧିକ ଫସ୍‌ଫରସ୍‌ ପୁନରୁଦ୍ଧାର ସଫଳତା ମିଳିଥିଲା। ଏଥିରୁ ପ୍ରସ୍ତୁତ ସାରର ଶୁଦ୍ଧତାକୁ ଏକ୍ସ ରେ ଡିଫ୍ରାକ୍ସନ୍‌ ଓ ଫୁରିଅର୍‌ ଟ୍ରାନ୍ସଫର୍ମ ଇନ୍‌ଫ୍ରାରେଡ୍‌ ସ୍ପେକ୍ଟ୍ରୋସ୍କୋପି (ଏଫ୍ଟିଆଇଆର୍‌) ପରୀକ୍ଷା ମାଧ୍ୟମରେ ନିଶ୍ଚିତ କରାଯାଇଥିଲା। ଏହି ସାରର ବ୍ୟବହାର ତୁଳସୀ, ବରବଟି ଓ ଭେଣ୍ଡି ଗଛ ବୃଦ୍ଧିରେ ବଜାରରେ ଉପଲବ୍ଧ ଏନ୍‌ପିକେ ସାର ସହ ତୁଳନୀୟ ଫଳ ଦେଇଥିବା ଜଣାପଡ଼ିଥିଲା। ସେହିପରି ୫ଶହ ଲିଟର କ୍ଷମତା ବିିଶିଷ୍ଟ ପାଇଲଟ୍‌ ପ୍ଲାଣ୍ଟର ଏହି ସମନ୍ବିତ ପଦ୍ଧତିର ପରୀକ୍ଷଣକୁ ଆର୍ଥିକ ସଫଳତା ମିଳିବା ସମ୍ଭାବନା ରହିଛି ବୋଲି ଗବେଷକ ଦଳ କହିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ବର୍ଷ ପରେ ଶେଖ ହସିନାଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ସ୍ଥିର ହୋଇଛି ତାରିଖ; କାହିଁକି ସେ ଏହିଦିନ ଫରିବାକୁ ଚାହୁଁଛନ୍ତି? ମାଗିଲେ ବିମାନ

ନୂଆଦିଲ୍ଲୀ/ଢାକା,୨୪।୧୧: ଭାରତରେ ଦୁଇ ବର୍ଷରୁ ଅଧିକ ସମୟ ଧରି ନିର୍ବାସିତ ଜୀବନ ବିତାଇବା ପରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆସନ୍ତା ଡିସେମ୍ବର ୧୬ ତାରିଖରେ…

ଟିମ୍‌ ଇଣ୍ଡିଆ ପାଇଁ କଣ୍ଟା ସାଜିବେ ନ୍ୟୁଜିଲାଣ୍ଡର ଏହି ୨ ଘାତକ ବୋଲର: ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଘାରିଲା ଚିନ୍ତା

ଖ୍ରୀଷ୍ଟଚର୍ଚ୍ଚ,୨୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଭାରତୀୟ ଦଳ ଆଶାଠାରୁ ଭଲ ପ୍ରଦର୍ଶନ କରିଛି। ଯଦିଓ ବିଜୟର ନିକଟତର ହୋଇ ମଧ୍ୟ ଟିମ ଇଣ୍ଡିଆକୁ ସଫଳତା ମିଳି…

ଗୋଟିଏ ସ୍କୁଲରୁ ବାହାରିଛନ୍ତି ଏହି ୪ ଅନ୍ତର୍ଜାତୀୟ କ୍ରିକେଟର: କ୍ରିକେଟ୍‌ ଜଗତରେ କରୁଛନ୍ତି ଧମାଲ୍‌

ନୂଆଦିଲ୍ଲୀ,୨୪।୧୧: କ୍ରିକେଟ ଜଗତରେ ନିଜ ପ୍ରତିଭା ବଳରେ ଅନେକ ଖେଳାଳି ନିଜର ସୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତେବେ ଆପଣ ଜାଣନ୍ତି କି ଏପରି ଏକ ସ୍କୁଲ…

୨୮ ଦିନ ପରେ ଖୋଲିଲା ଗାଜଲବାଡି ଘାଟି: ଆଜିଠୁ ଗଡ଼ିବ ଯାତ୍ରୀବାହୀ ବସ

ଦାରିଙ୍ଗବାଡ଼ି,୨୪।୧୧: ଦୀର୍ଘ ୨୮ ଦିନର ଅପେକ୍ଷାର ଅନ୍ତ ଘଟିଛି। ଗାଜଲବାଡ଼ି ଘାଟି ରାସ୍ତାରେ ଆଜିଠାରୁ ଗଡ଼ିବ ଯାତ୍ରୀବାହୀ ବସ। କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଓ ବାଲିଗୁଡ଼ାକୁ ଗଞ୍ଜାମ…

ନେପାଳରେ ୫.୩ ତୀବ୍ରତାର ଭୂକମ୍ପ; ଭାରତ-ଚାଇନାରେ ମଧ୍ୟ ଅନୁଭୂତ ହେଲା ଝଟକା

କାଠମାଣ୍ଡୁ/ନୂଆଦିଲ୍ଲୀ,୨୪।୧୧: ମଙ୍ଗଳବାର ସକାଳେ ନେପାଳର କୋଶୀ ପ୍ରଦେଶରେ ୫.୩ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂକମ୍ପ କେନ୍ଦ୍ର (EMSC) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ନେପାଳର…

ଯୁବରାଜ ସିଂହଙ୍କ ବାପାଙ୍କୁ ପୃଥ୍ବୀ ଶ’ଙ୍କ ଧମକ, କହିଲେ…

ନୂଆଦିଲ୍ଲୀ,୨୪।୧୧: ପୃଥ୍ବୀ ସ’ (Prithvi Shaw), ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି। ଏହି ବିବାଦ ଏକ…

ପ୍ରକୃତି ସୁରକ୍ଷାରେ ଗଞ୍ଜାମର ପରିବେଶ ପର୍ଯ୍ୟଟନ

ପ୍ରକୃତି ଓ ପରିବେଶର ସୁରକ୍ଷା କରିବା ଏବଂ ଲୋକଙ୍କୁ ଚିତ୍ତ ବିନୋଦନର ଖୋରାକ ଯୋଗାଇବା ପାଇଁ ୧୯୯୩ ମସିହାରେ ଜଙ୍ଗଲ ପରିଚାଳନାର ପରିକଳ୍ପନା କରାଯାଇଥିଲା। ରାଜ୍ୟର ୩୦…

Video: Nvidiaକୁ ଫେରିବା ପରେ ମାଲାମାଲ ହେଲେ ଜେନସେନ ହୁଆଙ୍ଗ, ଜାଣନ୍ତୁ ସେ କ’ଣ କହିଲେ? ତାଙ୍କୁ କରାଗଲା ଭବ୍ୟ ସ୍ବାଗତ

ଓ୍ବାଶିଂଟନ,୨୪।୧୧: ଜେନସେନ ହୁଆଙ୍ଗ ‘ଏନଭିଡିଆ’ (Nvidia) କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ନାଟକୀୟ ପ୍ରତ୍ୟାବର୍ତ୍ତନ ତାଙ୍କ ଜୀବନକୁ ହଠାତ ବଦଳାଇ ଦେଇଛି; ସେ ନିଜର ପୂର୍ବ ସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?