Posted inTrending, ଖେଳ

ଟେଷ୍ଟ କ୍ରିକେଟର ଭବିଷ୍ୟତ ଏହି ୫ କ୍ରିକେଟର୍‌: କେନ ୱିଲିୟମସନଙ୍କ ତାଲିକାରେ ଅଛନ୍ତି ୨ ଭାରତୀୟ

ନୂଆଦିଲ୍ଲୀ,୨୩।୧୧: ଟେଷ୍ଟ କ୍ରିକେଟ୍‌ର ଭବିଷ୍ୟତକୁ ନେଇ ବଡ଼ ମତ ରଖିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ୱିଲିୟମସନ। ଆଗାମୀ ଦିନରେ ଟେଷ୍ଟ କ୍ରିକେଟ୍‌ରେ କେଉଁ ବ୍ୟାଟରମାନେ ରାଜ କରିବେ, ସେନେଇ ସେ ୫ ଜଣ ଖେଳାଳିଙ୍କ ନାଁ ପ୍ରକାଶ କରିଛନ୍ତି। ଏହି ତାଲିକାରେ ଭାରତର ଦୁଇ ଯୁବ ବ୍ୟାଟର୍‌ ଶୁବମନ ଗିଲ ଓ ଯଶସ୍ବୀ ଜୟସ୍ବାଲ ସ୍ଥାନ ପାଇଛନ୍ତି।

୧୬ ବର୍ଷର ଚମତ୍କାର ଅନ୍ତର୍ଜାତୀୟ କ୍ୟାରିୟର ପରେ କ୍ରିକେଟରୁ ବିଦାୟ ନେଇଥିବା ୱିଲିୟମସନଙ୍କ ନାଁରେ ୩୩ଟି ଟେଷ୍ଟ ଶତକ ଓ ୯୫୧୫ ରନ ରହିଛି। ସେ ଦୀର୍ଘ ସମୟ ଧରି ଆଇସିସି ଟେଷ୍ଟ ବ୍ୟାଟିଂ ରାଙ୍କିଂର ଶୀର୍ଷ ସ୍ଥାନରେ ମଧ୍ୟ ରହିଥିଲେ। ନିକଟରେ ତାଙ୍କ ଆତ୍ମଜୀବନୀ ‘ଦି ବେୟାର ମାର୍ଜିନ୍ସ’ ପ୍ରକାଶ ପାଇଛି।

ଭବିଷ୍ୟତରେ ଟେଷ୍ଟ କ୍ରିକେଟ୍‌ର ନୂଆ ‘ଫ୍ୟାବ ଫୋର୍‌’ କିମ୍ବା ଏଲିଟ ର୍ରୁପ୍‌ରେ କେଉଁମାନେ ସ୍ଥାନ ପାଇପାରିବେ ବୋଲି ନାସିର ହୁସେନ ପଚାରିବାରୁ ୱିଲିୟମସନ ୫ ଜଣ ବ୍ୟାରଙ୍କ ନାଁ ନେଇଥିଲେ। ସେମାନେ ହେଲେ ଇଂଲଣ୍ଡର ହ୍ୟାରି ବ୍ରୁକ, ଭାରତର ଶୁବମନ ଗିଲ ଓ ଯଶସ୍ବୀ ଜୟସ୍ବାଲ, ଅଷ୍ଟ୍ରେଲିଆର କାମେରନ ଗ୍ରୀନ ଏବଂ ନ୍ୟୁଜିଲାଣ୍ଡର ରାଚିନ ରବୀନ୍ଦ୍ର।

ୱିଲିୟମସନଙ୍କ ମତରେ, ରାଚିନ ରବୀନ୍ଦ୍ରଙ୍କ ପାଇଁ ଭିନ୍ନ ଭିନ୍ନ ଫର୍ମାଟରେ ବଢ଼ୁଥିବା କ୍ରିକେଟ୍‌ର ଚାପ ଏକ ବଡ଼ ଆହ୍ବାନ ହୋଇପାରେ। ତେବେ ତାଙ୍କ ପ୍ରତିଭା ତାଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ଯୋଗ୍ୟ କରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୩ ଥର ଗର୍ଭପାତ, ୩୫ ଲକ୍ଷ ଟଙ୍କା ଠକେଇ! ଲିଭ୍‌-ଇନ୍‌ ପାର୍ଟନରଙ୍କ ବିରୋଧରେ ମହିଳାଙ୍କ ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ହରିୟାଣାର ଗୁରୁଗ୍ରାମସ୍ଥିତ ଏକ ଘରୋଇ ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ନିଜ ପୁରୁଷ ସହକର୍ମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ବିବାହର ପ୍ରତିଶ୍ରୁତି…

ଋଷିକୁଲ୍ୟାରେ ବ୍ୟାରେଜ୍‌, ତାରାତାରିଣୀରେ ନୌବିହାର: ଗଞ୍ଜାମର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଦଫା ଦାବିପତ୍ର

ପୁରୁଷୋତ୍ତମପୁର, ୨୨।୧୧ (ସବିତା ମିଶ୍ର): ଋଷିକୁଲ୍ୟା ନଦୀରେ ବ୍ୟାରେଜ୍‌ ନିର୍ମାଣଠାରୁ ଆରମ୍ଭ କରି ମା’ ତାରାତାରିଣୀ ପୀଠରେ ନୌବିହାର ବ୍ୟବସ୍ଥା ପର୍ଯ୍ୟନ୍ତ। ଗଞ୍ଜାମ ଜିଲାର ଜଳସେଚନ, କୃଷି,…

ଭାରତ-ନେପାଳ ମଧ୍ୟରେ ୮ MOU, ମୋଦି ଘୋଷଣା କଲେ ୧୫ ହଜାର କୋଟିର ବିକାଶ ପ୍ୟାକେଜ୍‌

ନୂଆଦିଲ୍ଲୀ,୨୩।୧୧: ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ନୂଆ ଗତି ଦେବା ଲକ୍ଷ୍ୟରେ ସୋମବାର ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସ୍‌ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…

କ୍ୟାପିଟାଲ ଥାନାରେ ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ: ପୂର୍ବତନ ଜେଲ୍ ଡିଜିଙ୍କ ବିରୋଧରେ..

ଭୁବନେଶ୍ୱର,୨୩।୧୧: କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ବାଲେଶ୍ୱରର ପୂର୍ବତନ ଜେଲର ପ୍ରଦୀପ୍ତ ମହାଲିକ। ଥାନାରେ ତାଙ୍କର ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି। ପୂର୍ବତନ ଜେଲ୍ ଡିଜି…

ICCର ଏହି ନିୟମକୁ ନେଇ ରାଗିଗଲେ ଗିଲ୍‌: ଏତେ ବର୍ଷ ପରେ ମଧ୍ୟ କାହିଁକି…

ନୂଆଦିଲ୍ଲୀ,୨୩।୧୧: ICCର ଏକ ନିୟମକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲ। ବଲ ଚମକାଇବା ପାଇଁ ଲାର୍‌ (Saliva) ବ୍ୟବହାର ଉପରେ…

ବଦଳିବ ରାହୁ-କେତୁଙ୍କ ଚଳନ: ଏହି ୫ ରାଶିଙ୍କର ଆରମ୍ଭ ହେବ ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନବର୍ଷା! ଜାଣନ୍ତୁ ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ,୨୩।୧୧: ବୈଦିକ ଜ୍ୟୋତିଷ ଅନୁସାରେ, ନଭେମ୍ବର ୨୫ ତାରିଖରେ ରାହୁ ଓ କେତୁଙ୍କ ଗୋଚର ୫ଟି ରାଶିର ଲୋକଙ୍କ ପାଇଁ ଶୁଭ ଫଳ ଆଣିପାରେ। ରାହୁ ମକର…

ଜିତିବା ଟେଷ୍ଟ ଡ୍ର’କୁ ନେଇ ଗାଙ୍ଗୁଲି ଉଠାଇଲେ ବଡ଼ ପ୍ରଶ୍ନ: ଗମ୍ଭୀରଙ୍କୁ ଘେରିଲେ

ନୂଆଦିଲ୍ଲୀ,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟ ଡ୍ର’ ହେବା ପରେ ଭାରତୀୟ ଦଳର ରଣନୀତିକୁ ନେଇ ଉଠିଛି ପ୍ରଶ୍ନ। ଭାରତୀୟ ଦଳ ପଞ୍ଚମ ଦିନରେ ନିର୍ଦ୍ଧରିତ ସମୟର…

ବାଲେଶ୍ବରରେ ଚାଞ୍ଚଲ୍ୟ, ସ୍କୁଲ ଭିତରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼

ବାଲେଶ୍ୱର,୨୩ା୧୧(ବାଞ୍ଛାନିଧି ଦେ): ବାଲେଶ୍ୱର ପବ୍ଲିକ୍‌ ହାଇସ୍କୁଲ୍‌ରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରାମାଡ଼ ହୋଇଛି । ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?